Saturday 18 July 2020

ଝରକଲମ, ପରକଲମ, କାଠକଲମ

ପିଲାଦିନେ ଲେଖିବା ପାଇଁ ଗୋଟିଏ/ଦୁଇଟି କାଳିବଟିକା ପାଣିରେ ମିଶେଇ ଦୁଆତରେ ରଖାଯାଉଥିଲା | କାଠ ହ୍ୟାଣ୍ଡଲରେ ନିବ ଲଗେଇ କଲମ ପ୍ରସ୍ତୁତ ହେଇଥିଲା | ଝରକଲମ ବ୍ୟବହାର ପରେ ଆସିଲା | ତା ପୂର୍ବରୁ ପରକଲମ ବ୍ୟବହାର ହେଉଥିଲା | ଆଜି ପରକଲମ ଆଉ ଦୁଆତରେ ବଟିକା ପ୍ରସ୍ତୁତ କାଳି ବ୍ୟବହାର କରି ଲେଖିବା ଗୋଟିଏ ରୋମାଞ୍ଚକର ଶଉକ ହେଇ ପାରନ୍ତା |

ଲାପଟପ ବା ସ୍ମାର୍ଟଫୋନ ରେ କିଛି ଲେଖି ଆତ୍ମସନ୍ତୋଷ ଲାଭ କଲା ପରେ ଗୋଟିଏ ଏ ଫୋର ସାଇଜ ଧଳା କାଗଜରେ ଗୋଟିଏ ପୃଷ୍ଠା ନିଜ ହାତରେ କଲମରେ ଛୋଟଛୋଟ ଅକ୍ଷରରେ ଦିନଲିପି ବା ଅନ୍ୟକିଛି ଲେଖିବା ଅଭ୍ୟାସ କରିବାକୁ ଯେତେ କହୁଛି, ଶ୍ରୋତାମାନେ ମୁଚୁକି ହସି ମୁହଁ ବୁଲେଇ ଦେଉଛନ୍ତି |

ଟିଭି ହେଉ ବା ସିନେମା , ହିରୋଂକ ଡାଇଲଗ ଶୁଣି ମୁଖସ୍ତ କରି ଦେଉଛନ୍ତି ; କିନ୍ତୁ ନିଜ ମନକୁ ଦଶ ମିନିଟ ମାତୃଭାଷାରେ ସାବଲୀଳ ଢଙ୍ଗରେ କିଛି କହିବା ଅଭ୍ୟାସ କରିବା ଅନୁରୋଧ ମଧ୍ୟ ସେହି ଦଶା ଭୋଗ କରୁଛି |
******

Friday 17 July 2020

BEE AND THE EARTHWORM

The Earthworm never took or got credit for the Farmer's rich harvest.; nor was the Bee ever offered a garland on the stage for being responsible for pollinating nearly 85% of all food crops for humans.
******