Saturday 18 July 2020

ଝରକଲମ, ପରକଲମ, କାଠକଲମ

ପିଲାଦିନେ ଲେଖିବା ପାଇଁ ଗୋଟିଏ/ଦୁଇଟି କାଳିବଟିକା ପାଣିରେ ମିଶେଇ ଦୁଆତରେ ରଖାଯାଉଥିଲା | କାଠ ହ୍ୟାଣ୍ଡଲରେ ନିବ ଲଗେଇ କଲମ ପ୍ରସ୍ତୁତ ହେଇଥିଲା | ଝରକଲମ ବ୍ୟବହାର ପରେ ଆସିଲା | ତା ପୂର୍ବରୁ ପରକଲମ ବ୍ୟବହାର ହେଉଥିଲା | ଆଜି ପରକଲମ ଆଉ ଦୁଆତରେ ବଟିକା ପ୍ରସ୍ତୁତ କାଳି ବ୍ୟବହାର କରି ଲେଖିବା ଗୋଟିଏ ରୋମାଞ୍ଚକର ଶଉକ ହେଇ ପାରନ୍ତା |

ଲାପଟପ ବା ସ୍ମାର୍ଟଫୋନ ରେ କିଛି ଲେଖି ଆତ୍ମସନ୍ତୋଷ ଲାଭ କଲା ପରେ ଗୋଟିଏ ଏ ଫୋର ସାଇଜ ଧଳା କାଗଜରେ ଗୋଟିଏ ପୃଷ୍ଠା ନିଜ ହାତରେ କଲମରେ ଛୋଟଛୋଟ ଅକ୍ଷରରେ ଦିନଲିପି ବା ଅନ୍ୟକିଛି ଲେଖିବା ଅଭ୍ୟାସ କରିବାକୁ ଯେତେ କହୁଛି, ଶ୍ରୋତାମାନେ ମୁଚୁକି ହସି ମୁହଁ ବୁଲେଇ ଦେଉଛନ୍ତି |

ଟିଭି ହେଉ ବା ସିନେମା , ହିରୋଂକ ଡାଇଲଗ ଶୁଣି ମୁଖସ୍ତ କରି ଦେଉଛନ୍ତି ; କିନ୍ତୁ ନିଜ ମନକୁ ଦଶ ମିନିଟ ମାତୃଭାଷାରେ ସାବଲୀଳ ଢଙ୍ଗରେ କିଛି କହିବା ଅଭ୍ୟାସ କରିବା ଅନୁରୋଧ ମଧ୍ୟ ସେହି ଦଶା ଭୋଗ କରୁଛି |
******

2 comments:

  1. ଲେଖିବା ଗୋଟେ କଳା ଧିରେ ଧିରେ କଲମ କାଗଜ ଉପରେ ଲେଖିବା ଛାଡି ଆମେ ମୋବାଇଲ ଲାପଟପ ଆଦିରେ ଟାଇପ କରିବାରେ ଅଭ୍ୟସ୍ତ ହେଇ ଗଲେଣି, କର କଲମ ଝର କଲମ ଆମ ପାଇଁ କାହାଣୀ ଏବେ,,,, ଧନ୍ୟବାଦ

    ReplyDelete
  2. ଲେଖିବା ଗୋଟେ କଳା ଧିରେ ଧିରେ କଲମ କାଗଜ ଉପରେ ଲେଖିବା ଛାଡି ଆମେ ମୋବାଇଲ ଲାପଟପ ଆଦିରେ ଟାଇପ କରିବାରେ ଅଭ୍ୟସ୍ତ ହେଇ ଗଲେଣି, କର କଲମ ଝର କଲମ ଆମ ପାଇଁ କାହାଣୀ ଏବେ,,,, ଧନ୍ୟବାଦ

    ReplyDelete