Wednesday 2 June 2021

ଅତିକ୍ଷୁଦ୍ର ଗଳ୍ପ

ବାଲ୍ୟବନ୍ଧୁ ଜିତମନ୍ୟୁ ପ୍ରାୟ ପନ୍ଦରଦିନ ପୂର୍ବେ ତାଙ୍କ ପତ୍ନୀଙ୍କ କୋଭିଡ଼ରେ ଦେହାନ୍ତ ପରେ ଏକାନ୍ତବାସ ପସନ୍ଦ କରୁଥିବା ଜାଣି ତାଙ୍କ ସହିତ ଯୋଗାଯୋଗ ନକରିବା ସ୍ଥିର କଲି | କିନ୍ତୁ ଏହି ସଂଯମ ପାଳନ ମୋ ପକ୍ଷରେ ଯନ୍ତ୍ରଣାଦାୟକ ହେଉଥିଲା | ଗତକାଲି ସନ୍ଧ୍ୟାରେ ଆଳାପ ପାଇଁ ଫୋନ କଲି | ଦିନଚର୍ଯ୍ୟା ସମ୍ପର୍କରେ ପଚାରିଲି | ସନ୍ତାନ ଦୁଇଟି ବିଦେଶରେ ଥିବାରୁ ଜିତୁ ଏକୁଟିଆ ରହୁଥିଲେ | ଆମେ ବହୁବର୍ଷ ଧରି ସକାଳେ ଏକାଠି ବୁଲୁଥିଲୁ | ସକାଳ କେମିତି କଟୁଚି ଜାଣିବାକୁ ଚାହିଁଲି | ସେ ଘର ଛାତ ଉପରେ ବୁଲୁଥିବା କହିଲେ | ଜାଣିଲି ଏଇଦିନ ମାନଙ୍କରେ ଗୋଟିଏ ନୂଆ ଆଗ୍ରହ ସୃଷ୍ଟି କରିଛନ୍ତି | ପ୍ରତିଦିନ ସକାଳେ ପକ୍ଷୀମାନଙ୍କୁ ଖାଇବାକୁ ଦେଉଛନ୍ତି | ମୁଖତଃ କୁଆ ଓ ପାରା ଆସନ୍ତି ; ଜିତୁ ପାରା ମାନଙ୍କୁ ଚାଉଳ ଦିଅନ୍ତି ଓ କୁଆମାନେ ଗାଣ୍ଠିଆ ପସନ୍ଦ କରନ୍ତି | ତାଙ୍କ ସ୍ଵରରେ ଆଗ୍ରହ ଦେଖି ମୁଁ ଖୁସି ହେଲି | ଚଢେଇମାନଙ୍କ ବିଷୟରେ କହୁକହୁ ସେ ହଠାତ ଗମ୍ଭୀର ହେଇଗଲେ ଏବଂ କହିଲେ "ଦୁଇଦିନ ହେବ ଗୋଟିଏ ଶୁକପକ୍ଷୀ ଆସୁଛି | ତା ପସନ୍ଦ କିନ୍ତୁ ନା ଚାଉଳ , ନା ଗାଣ୍ଠିଆ | ଅନେକ ଫଳ ଯାଚିଲି; କିନ୍ତୁ ସେ କେବଳ ଗୋଲାପୀ ବଡ଼ ଅଙ୍ଗୁର ପ୍ରତି ତାର ଆସକ୍ତି ପ୍ରଦର୍ଶନ କଲା ; ଅବିକଳ ମଧୁଛନ୍ଦାଙ୍କ ଭଳି |" *****

2 comments:

  1. Bahut badhia , agyan www.eodisha.org r publish kale bahut loka padhi parante ... Send articl to eodisha.org@gmail.com

    ReplyDelete