Tuesday 30 June 2020

ଆମର ସବୁ ଜିନିଷ ଆବଶ୍ୟକ , କାରଣ ଆମେ ମନୁଷ୍ୟ |

ଆମେ  ବର୍ଷା ମାଗୁ ; ତା ପାଇଁ ପ୍ରାର୍ଥନା କରୁ ; ଈଶ୍ବର ଆଶୀର୍ବାଦ କରି ବର୍ଷା ଦିଅନ୍ତି | ଆମେ ଏଥର ବାଲି ଛତୁ ମାଗୁ ; ରାତ୍ରିର ବର୍ଷା ଓ ଘଡଘଡି-ବିଜୁଳି ପରେ ଅନେକ ଜାଗାରେ ବାଲିଛତୁ ଫୁଟି ଥିବା ଆମେ ଦେଖୁ ଓ ତା ସ୍ୱାଦ ଉପଭୋଗ କରୁ | ପୁଣି ଇଛାହୁଏ ଆହୁରି ଆନନ୍ଦ ପାଇଁ | ଆମେ ସାଧବ ବୋହୁ ପୋକ ଦେଖିବାକୁ ମନକରୁ | ଆମ ଇଛାର  ପରିସମାପ୍ତି ହୁଏନାହିଁ ; ନା ମାଗିବା ବନ୍ଦ ହୁଏ | କାରଣ ଆମେ ମଣିଷ | ଆମେ ଭୁଲିଯାଉ ଯେ ଆମର ଅସ୍ତିତ୍ବ ସୃଷ୍ଟି ପାଇଁ ଆଦୌ ଆବଶ୍ୟକ ନୁହେଁ | ପ୍ରତ୍ୟେକ ପ୍ରାଣୀ ସୃଷ୍ଟିର ବିକାଶ ପାଇଁ କର୍ମରତ -- ଯେଭଳି ଜିଆ ଟିଏ ଜମିର ଉର୍ବରତା ବୃଦ୍ଧି କରିଥାଏ ; ମହୁମାଛି ପରାଗ ସଙ୍ଗମ ରେ ସହାୟକ ହୋଇଥାଏ | ଜୀବଜଗତର ବିକାଶ ପାଇଁ ଆମେ ସମ୍ପୂର୍ଣ୍ଣ ଭାବରେ ଅନାବଶ୍ୟକ ; ଅଥଚ  ଆମର ସବୁ ଜିନିଷ ଆବଶ୍ୟକ , କାରଣ ଆମେ ମନୁଷ୍ୟ |

****

No comments:

Post a Comment