Wednesday 13 January 2021

ଆମ ବେଳାଭୂମି ବିଶ୍ୱସ୍ତରୀୟ ହେବ

କୁହାଯାଉଛି ଆମ ରାଜ୍ୟର ଅନେକ ବେଳାଭୂମି ବିଶ୍ୱସ୍ତରୀୟ ହେବ | ଏହି ଘୋଷଣା ସରଳ ହୃଦୟରେ ପୁଲକ ସଂଚାର କରୁଛି |ଏହା ଦ୍ୱାରା ଅନନ୍ୟ ନେତୃତ୍ୱ ପ୍ରତି ଆନୁଗତ୍ୟ ବୃଦ୍ଧି ହେଉଛି | ଏହି ଘୋଷଣା ଜୁଆର ଆମ ରାଜ୍ୟରେ ବାରମ୍ବାର ଆସୁଛି | କେତେବେଳେ ବିଶ୍ୱସ୍ତରୀୟ ବେଳାଭୂମି ରୂପରେ , କେତେବେଳେ ସ୍ମାର୍ଟସିଟି ରୂପରେ , କେତେବେଳେ ଧ୍ୱସ୍ତ ରଘୁନନ୍ଦନ ଲାଇବ୍ରେରିର ନୂତନ କଳେବର ନକ୍ସା ରୂପରେ | ବିଶ୍ୱସ୍ତରୀୟ ସ୍ଥିତି ହାସଲ କରିବା ଏକ ସ୍ବପ୍ନ ବିଳାସୀ ବ୍ୟକ୍ତି ପକ୍ଷରେ ସମ୍ଭବ ହୁଏନି | ଯେଉଁ ବୈଭବ ଈଶ୍ବର ଦତ୍ତ ତାହାକୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରୟାସ ମଧ୍ୟ ପ୍ରକୁତ ସାମର୍ଥ୍ୟ ପ୍ରଦର୍ଶନ କରେନାହିଁ | ଆମ ସମୁଦ୍ର ବିଶ୍ୱସ୍ତରୀୟ ,ଆମ ସାଗରର ତରଙ୍ଗ ବିଶ୍ୱସ୍ତରୀୟ ,ଆମ ବେଳାଭୂମି ସୈକତ ମଧ୍ୟ ବିଶ୍ୱସ୍ତରୀୟ | କାରଣ ଈଶ୍ବର ପାତରଅନ୍ତର କରନ୍ତି ନାହିଁ, ଈଶ୍ୱର ଚୋରା ଦୁଆରରେ ବିଶ୍ୱାସ କରନ୍ତି ନି ; ଅନୁଗତଙ୍କ ମୁଣ୍ଡରେ ସୁନାକଳସ ଢାଳନ୍ତି ନାହିଁ | ତେଣୁ ଆମ ବେଳାଭୂମି ବିଶ୍ଵସ୍ତରୀୟ ହେବା ସ୍ୱାଭାବିକ | ଏହିପାଇଁ ନେତୃତ୍ୱର ସାମର୍ଥ୍ୟର ଆବଶ୍ୟକତା ନାହିଁ ବା ଏହା ନେତୃତ୍ୱର ସାମର୍ଥ୍ୟ ପ୍ରତିପାଦନ କରେନି | ନେତୃତ୍ୱର ସାମର୍ଥ୍ୟ ପରିପ୍ରକାଶ କରେ ଯଦି ଆମର ଶିକ୍ଷାନୁଷ୍ଠାନ ବିଶ୍ୱସ୍ତରୀୟ ହୁଏ ; ଆମ ପୁଲିସ ବ୍ୟବସ୍ଥା ବିଶ୍ୱସ୍ତରୀୟ ହୁଏ ; ଆମ ରାଜ୍ୟର ମା ଭଉଣୀ ମାନଙ୍କ ସୁରକ୍ଷା ବିଶ୍ୱସ୍ତରୀୟ ହୁଏ | *********

No comments:

Post a Comment