Friday, 16 July 2021
SOME THOUGHTS IN JULY, 2021
Our views need to be honest; not necessarily have to be popular.
The Cuckoo, I thought, sang sweet because it loved and wished well of the world it lived in.
Since persons of eighteen years of age and above have been vaccinated by now in good number, it is not in anyone's interest that they should continue to sit at home away from colleges. Colleges must open now and admit those who have had their two jabs. India's students have remained away from schools and colleges for far too long a period and must return to their respective schools and colleges as soon as possible.
A Bandh call is an appeal, Bandh can’t be enforced. A person not subscribing to the cause of the Bandh may as well go his way. He cannot be coerced to compliance.Application of force to make him Bandh compliant amounts to coercion and law of the land must ensure that he is freed from the captors.
^^^^^^^^^
Monday, 12 July 2021
JULY 2021 REFLECTIONS
Leave your conquests and defeats behind, if you like to withdraw into seclusion.
xxx
Plucking flowers and fruits from someone else's garden before the first cawing of the morning crow is not the way to start your day with.
xxx
The injury keep paining because I kept thinking about it.
xxxx
A society that's unkind to wildlife is arrogant, cruel and intolerant. Deficient in sensitivity, it soon becomes unkind to humans as well.
xxxxx
Shacks, hundreds of chairs and tables on Beaches of Odisha is one of the weirdest ideas on tourism promotion. How can you make Divine vastness of the beach-sand degenerate --- used for Barbecuing? Beaches are best left unspoiled to make your soul shine.
xxxxxx
School without Internet facility is akin to a Hospital without Oxygen and India needs to demonstrate the same amount of concern for such Schools as it did for Hospitals without Oxygen. Over 97% of Odisha's Govt Schools go without Internet connection despite so many school development initiates launched by Government with high-pitch publicity.
xxxxxx
The off-the-shelf Garlic-Ginger paste has never been my favourite. It's like the Rabbit-Camel Kebab in the apocryphal story at a fancy Restaurant in an exotic island that supposedly used the ingredients in equal proportion-- one leg of camel and one leg of rabbit.
xxxxxxx
Monday, 21 June 2021
SOME THOUGHTS ON JUNE 21, 2021
1. Soon after men loved creating Gods, God stopped creating Men.
2. God’s car-makers are now busy; hundreds of them . They are the cynosure of govt’s eyes. They live in bio-bubbles; adequately health- checked and taken good care of , rightly— Unlike the wager, God’s child, who gets beaten up for selling green veg on a pavement on lockdown day.
3. The great advantage a very large city always provided me was its space, big enough to make me too small to be noticed. One enjoyed the bliss of anonymity; the glare of floodlight was missing.
4.“ଅନାଥ” ଶବ୍ଦ ବ୍ୟବହାର କରୁଥିବା ସମାଜର ସାମନ୍ତମାନଂକ ଔଦ୍ଧତ୍ୟ ମୋତେ ମର୍ମାହତ କରେ। ମୋତେ ଲାଗେ ଶିଶୁମାନେ ଅନାଥ ନୁହନ୍ତି, ପ୍ରକୃତ ଅନାଥ ସେହି ସାମନ୍ତ ମାନେ ଯେଉଁମାନେ “ଆଶୀର୍ବାଦ”ର “ଡିଂଡିମ” ପିଟନ୍ତି । ଈଶ୍ୱର ସେମାନଂକୁ ସଦବୁଦ୍ଧି ଦିଅନ୍ତୁ ।
5. The great advantage a very large city always provided me was its space, big enough to make me too small to be noticed. One enjoyed the bliss of anonymity; the glare of floodlight was missing.
*********
Saturday, 19 June 2021
NO EXAMINATION FOR PLUS TWO IN 2021-- SOME ISSUES
Pandemic situation brought about serious disruption to normal functioning of schools and colleges. Pressure was mounted to cancel the all important final examination of Plus 2. Government of India decided for cancellation and Odisha too went the same way. Modalities were worked out to finalise results in the absence of examination.
Odisha decision to base the plus 2 results broadly on the results of the Class X examination of the student prompts me to write a few words on the subject. This decision is quite different from the one decided by CBSE where weightage of 30%, 30% and 40% was given respectively for Class X; Class XI and Pre Board exam of Class XII examination.
In Odisha while about 4,21,000 students passed the Class X examination in 2020, only 2,34,000 passed the Class XII examination of the Board. Science students accounted for only 68,000; Commerce students only 18,500 and Arts students were 1,48,000. This is the broad picture of the secondary school education at present.
The important point to note is the quality and regularity of evaluation of the students between Class X and XII. It seems there was little between after a student joined the Higher Secondary Stage and the Class XII examination. Schools and Junior Colleges have to have a regular evaluation system and evaluation results must be sent regularly to the Board. I think CBSE adopts such a system. Why Odisha doesn't, isn't clear.
Weightage of these periodical evaluation need to get reflected in the final examination performance. This year's decision revealed a serious gap in the prevailing system and I hope the issue would be addressed. What happens if for some reason the Class X examination wasn't held. Would we have to evaluate a student on the basis of the Matriculation score of the student's parents? Hopefully not.
After secondary education one goes for higher education and Odia medium students should get reasonable share of seats in renowned professional colleges. This crucial stage of their education seems in much greater need of attention today.
*********
Wednesday, 2 June 2021
ଅତିକ୍ଷୁଦ୍ର ଗଳ୍ପ
ବାଲ୍ୟବନ୍ଧୁ ଜିତମନ୍ୟୁ ପ୍ରାୟ ପନ୍ଦରଦିନ ପୂର୍ବେ ତାଙ୍କ ପତ୍ନୀଙ୍କ କୋଭିଡ଼ରେ ଦେହାନ୍ତ ପରେ ଏକାନ୍ତବାସ ପସନ୍ଦ କରୁଥିବା ଜାଣି ତାଙ୍କ ସହିତ ଯୋଗାଯୋଗ ନକରିବା ସ୍ଥିର କଲି | କିନ୍ତୁ ଏହି ସଂଯମ ପାଳନ ମୋ ପକ୍ଷରେ ଯନ୍ତ୍ରଣାଦାୟକ ହେଉଥିଲା | ଗତକାଲି ସନ୍ଧ୍ୟାରେ ଆଳାପ ପାଇଁ ଫୋନ କଲି | ଦିନଚର୍ଯ୍ୟା ସମ୍ପର୍କରେ ପଚାରିଲି | ସନ୍ତାନ ଦୁଇଟି ବିଦେଶରେ ଥିବାରୁ ଜିତୁ ଏକୁଟିଆ ରହୁଥିଲେ | ଆମେ ବହୁବର୍ଷ ଧରି ସକାଳେ ଏକାଠି ବୁଲୁଥିଲୁ | ସକାଳ କେମିତି କଟୁଚି ଜାଣିବାକୁ ଚାହିଁଲି | ସେ ଘର ଛାତ ଉପରେ ବୁଲୁଥିବା କହିଲେ | ଜାଣିଲି ଏଇଦିନ ମାନଙ୍କରେ ଗୋଟିଏ ନୂଆ ଆଗ୍ରହ ସୃଷ୍ଟି କରିଛନ୍ତି | ପ୍ରତିଦିନ ସକାଳେ ପକ୍ଷୀମାନଙ୍କୁ ଖାଇବାକୁ ଦେଉଛନ୍ତି | ମୁଖତଃ କୁଆ ଓ ପାରା ଆସନ୍ତି ; ଜିତୁ ପାରା ମାନଙ୍କୁ ଚାଉଳ ଦିଅନ୍ତି ଓ କୁଆମାନେ ଗାଣ୍ଠିଆ ପସନ୍ଦ କରନ୍ତି | ତାଙ୍କ ସ୍ଵରରେ ଆଗ୍ରହ ଦେଖି ମୁଁ ଖୁସି ହେଲି | ଚଢେଇମାନଙ୍କ ବିଷୟରେ କହୁକହୁ ସେ ହଠାତ ଗମ୍ଭୀର ହେଇଗଲେ ଏବଂ କହିଲେ "ଦୁଇଦିନ ହେବ ଗୋଟିଏ ଶୁକପକ୍ଷୀ ଆସୁଛି | ତା ପସନ୍ଦ କିନ୍ତୁ ନା ଚାଉଳ , ନା ଗାଣ୍ଠିଆ | ଅନେକ ଫଳ ଯାଚିଲି; କିନ୍ତୁ ସେ କେବଳ ଗୋଲାପୀ ବଡ଼ ଅଙ୍ଗୁର ପ୍ରତି ତାର ଆସକ୍ତି ପ୍ରଦର୍ଶନ କଲା ; ଅବିକଳ ମଧୁଛନ୍ଦାଙ୍କ ଭଳି |"
*****
Friday, 12 March 2021
ନୂତନ ବର୍ଷ ୨୦୨୧ ର ପ୍ରଥମ କୋଡିଏ ଦିନର ଭାବନା
ଅନେକେ ମଂଚରେ ଥିବାବେଳେ ଭାବନ୍ତି ସେମାନେ ନିତାନ୍ତ ଲୋକପ୍ରିୟ ; କିନ୍ତୁ ଅଧିକାଂଶଙ୍କ କ୍ଷେତ୍ରରେ ସେମାନେ ମଞ୍ଚରୁ ବିଦାୟ ନେବା ଅସଂଖ୍ୟ ଲୋକଙ୍କୁ ଖୁସି କରିଥାଏ | ଟ୍ରମ୍ପଙ୍କ କ୍ଷେତ୍ରରେ ସେଇ ଅବସ୍ଥା | ତଥାପି ଆମ ତଥାକଥିତ ନେତାମାନେ ଏହି ସତ୍ୟତା ସ୍ଵୀକାର କରିବା ପାଇଁ ନାରାଜ |
ରାତିଅଧରେ ହଜାରେ ବା ପାଞ୍ଚ ହଜାର ନେଇ ସକାଳେ ଆନୁଗତ୍ୟର ମୋହର ଲଗେଇ ପାଞ୍ଚବର୍ଷ ପାଇଁ ନିଜ ଭାଗ୍ୟ ବିକିଦେବା ଘଟଣା ଖବର ହୁଏନାହିଁ ; କିନ୍ତୁ କ୍ଷୁଧା ଜର୍ଜରିତ ଜନନୀ ଶିଶୁକୁ ଆସନ୍ନ ମୃତ୍ୟୁରୁ ବଂଚେଇବା ପାଇଁ ଆର୍ଥିକ ସ୍ୱଚ୍ଛଳ ପରିବାରକୁ କିଛି ଟଙ୍କା ବଦଳରେ ଦାନ ଦେଇଥିବା ଖବର ଦୁନିଆ ରେ ଚହଳ ପକାଏ | ଏମିତି ମୂଲ୍ୟବୋଧ କାହିଁକି ?
ଆମ ରାଜ୍ୟର କୌଣସି ଏକ ନିରୋଳା ମନୋରମ ବେଳାଭୂମି ରେ ବା ଚିଲିକା ତୀରରେ ଏକ ବିଶ୍ୱସ୍ତରୀୟ କନଭେନସନ କେନ୍ଦ୍ର , ନିକଟରେ ୨/୩ ଟି ୫/୭ ତାରକା ହୋଟେଲ ଏବଂ ଚତୁର୍ପାଶ୍ୱରେ ବିସ୍ତିର୍ଣ ଉଦ୍ୟାନ ର ଏକ ଅନନ୍ୟ ପର୍ଯ୍ୟଟନ ହବ୍ ବିକାଶ କରିବା ବିଚାର୍ଯ୍ୟ ।
ବିଜୁ ସେତୁ ନିର୍ମାଣାଧୀନ ଅବସ୍ଥାରେ ଭୁଶୁଡିବା ଖବର ପଢି ମର୍ମାହତ ହେଲି | ଯଦି ନିମ୍ନମାନର ନିର୍ମାଣ କରି ପଇସା ଖାଇବା ଉଦ୍ଦେଶ୍ୟ ଥିଲା ତେବେ ପ୍ରକଳ୍ପର ନାମ ଦୁର୍ଜେୟ ବିଜୁଙ୍କ ନାମରେ ନାମିତ କଲ କାହିଁକି ? ବିଜୁଙ୍କ ଏକ ଅନନ୍ୟ ସୃଷ୍ଟି ଥିଲା ପାରାଦୀପ ବନ୍ଦର ଯାହାର ପରିଚାଳନା ଦାୟିତ୍ୱ ପାଞ୍ଚବର୍ଷ ପାଇଁ ମୁଁ ନିର୍ବାହ କରିଥିଲି |ବହୁତଳ ଟ୍ରେଡ଼ ସେଣ୍ଟର ନିର୍ମାଣ ହେଇଥିଲା | ଆଇରନ ଓର ବର୍ଥ ନିର୍ମାଣ ହେଇଥିଲା ନିତାନ୍ତ ଯତ୍ନର ସହିତ | ପୁଣେରେ CWPRS ପରୀକ୍ଷାଗାର ରେ ଏହି ବର୍ଥ ର ମଡେଲ ଅଛି | ଜିଜ୍ଞାସା ହେଲା ଜାଣିବା ପାଇଁ ଯେ କେତେ ଭୟାନକ ତୋଫାନ ଏହି ବର୍ଥକୁ ପ୍ରଭାବିତ କରିବ |ବୈଜ୍ଞାନିକ ମଡେଲ ରେ କୃତ୍ରିମ ଉପାୟରେ ଭୟାନକ ତୋଫାନ ସୃଷ୍ଟି କରି ମୋତେ ଦେଖେଇଲେ | ଆଶ୍ଚର୍ଯ୍ୟ ହେଇ ଦେଖିଲି ଅତ୍ୟନ୍ତ ଭୟଙ୍କର ତୋଫାନ ରେ ମଧ୍ୟ ବର୍ଥ ପାଖ ଜଳ ପ୍ରଶାନ୍ତ ରହିଛି | ବହୁତ ତୋଫାନ ଟ୍ରେଡ଼ ସେଣ୍ଟର ଦେଖିଚି; ଅକ୍ଷୁର୍ଣ୍ଣ ରହିଛି |ଆଜି ସେହି ଐତିହ୍ୟ ତାଙ୍କ ଦାୟାଦ ମାନେ ରକ୍ଷା କରିବାରେ ବିଫଳ ହେଇଛନ୍ତି | ବିଜୁ ସେତୁର ଗର୍ଭାଶୟରେ ମୃତ୍ୟୁ ହେଉଛି
ଆଜି ଗୋଟିଏ ସଦ୍ୟପ୍ରସ୍ତୁତ ଉଷ୍ମ କଚୋଡ଼ି ଖାଇବା ପରେ ଭାବିଲି ଏଭଳି ଏକ ଅନନ୍ୟ ସ୍ୱାଦିଷ୍ଟ ଜଳଖିଆକୁ କେବଳ ଅତ୍ୟଧିକ ତେଲରେ ଛଣା ଜଳଖିଆ ହେଇଥିବା ଯୋଗୁଁ ଏଯାଏଁ ବର୍ଜନ କରି ମୁଁ ମୋ ପ୍ରତି ଘୋର ଅନ୍ୟାୟ କରିଛି |
ନୂଆହାଟ ଓଡ଼ିଶାରେ ପାନ ବ୍ୟବସାୟର ଏକ ପ୍ରାଚୀନ ମୁଖ୍ୟ ବଜାର | ସକାଳୁ ବଜାର ଚଳଚଂଚଳ ହେଇଯାଏ | ଶହଶହ କ୍ରେତା ବିକ୍ରେତାଙ୍କ ବଜାର ହୋଇଥିବା ସତ୍ତ୍ୱେ ଏଯାଏଁ ସେମାନଙ୍କ ପାଇଁ ଉନ୍ନତମାନର ବିଶ୍ରାମ ଗୃହ , ଶୌଚାଳୟ , ଭୋଜନାଳୟ; ଯାନବାହାନ ପାର୍କିଙ୍ଗ ଇତ୍ୟାଦି ମୌଳିକ ସୁବିଧା ହୋଇନଥିବା ଚିନ୍ତାର ବିଷୟ |
ଏବର୍ଷ କାହାକୁ ପଦ୍ମ ପୁରଷ୍କାର ମିଳିବ କହି ପାରିବିନି ; କିନ୍ତୁ ମୁଁ ଜାନୁଆରୀରେ ମୋ ଦୃଷ୍ଟିରେ ଯୋଗ୍ୟ ବ୍ୟକ୍ତି ନାମ ସୋସାଲମିଡିଆରେ ଲେଖିବା ପସନ୍ଦ କରେ |ଗତବର୍ଷ ମୋ ପସନ୍ଦ ଥିଲେ ଯୁବପ୍ରତିଭା ପ୍ରତୀକ ପଟ୍ଟନାୟକ |ଏବର୍ଷ ମୋର ପସନ୍ଦ ବିହାରର ସେହି ସାହାସୀ କନ୍ୟା ଯିଏ ନିଜ ଅସୁସ୍ଥ ପିତାଙ୍କୁ ସାଇକଲରେ ବସେଇ ଦିଲ୍ଲୀରୁ ଘରକୁ ନେଇଥିଲେ
ମଝିରେ ମଝିରେ ଆମ ମିଡ଼ିଆ କୌଣସି କାରଣରୁ ମୁଖ୍ୟମନ୍ତ୍ରୀ ମାନଙ୍କର ପ୍ରତିଯୋଗିତା କରନ୍ତି | କେତେ ଏହି ଦୌଡ଼ରେ ଭାଗ ନିଅନ୍ତି; କେଉଁମାନଙ୍କୁ ଏହି ପ୍ରତିଯୋଗିତା ଭଲ ଲାଗେ ଆଉ କିଏ ଏମିତି ବ୍ୟବସ୍ଥାକୁ ନାକ ଟେକନ୍ତି ଜାଣିବା କଷ୍ଟକର | ଫଳ ବାହାରିଲେ ପଞ୍ଝାଏ ମିଡ଼ିଆ ଲୋକେ ପ୍ରଶସ୍ତି ଗାନ ଗାଇବା ଆରମ୍ଭ କରନ୍ତି |ଏମିତ ପାଲା କାହିଁକି?
ଆମ ସମୁଦ୍ର, ତରଙ୍ଗ, ବେଳାଭୂମି ସୈକତ ବିଶ୍ୱସ୍ତରୀୟ | କାରଣ ଈଶ୍ବର ପାତରଅନ୍ତର କରନ୍ତି ନାହିଁ, ଅନୁଗତଙ୍କ ମୁଣ୍ଡରେ ସୁନାକଳସ ଢାଳନ୍ତି ନାହିଁ | ବେଳାଭୂମି ବିଶ୍ଵସ୍ତରୀୟ ହେବା ନେତୃତ୍ୱର ସାମର୍ଥ୍ୟ ପ୍ରକାଶ କରେନି | କରେ ଯଦି ଆମର କୌଣସି ଶିକ୍ଷାନୁଷ୍ଠାନ, ଆମ ପୁଲିସ, ବିଶ୍ୱସ୍ତରୀୟ ହୁଏ ; ନାରୀସୁରକ୍ଷା ବିଶ୍ୱସ୍ତରୀୟ ହୁଏ |
ଆଜି ସକାଳେ ବୁଲିବାବେଳେ ବୈଷ୍ଣବଙ୍କ ସଂଗେ ଦେଖାହେଲା | ଅନେକ ଗୁରୁତ୍ୱପୁଣ୍ଣ ସରକାରୀ ପଦବୀ ଅଳଙ୍କୃତ କରି ନିଜ କର୍ତ୍ତବ୍ୟନିଷ୍ଠା ପ୍ରଦର୍ଶନ କରି ସେ ବେଶ ସୁନାମ ଅର୍ଜନ କରିଥିଲେ | ଅବସର ପରେ ଲୋକଙ୍କ ସାଙ୍ଗରେ ମିଳିମିଶି ତାଙ୍କ ସୁବିଧା ଅସୁବିଧା ସମ୍ବନ୍ଧରେ ଆଗ୍ରହ ଦେଖାନ୍ତି |କାହା ପ୍ରତି ଅନ୍ୟାୟ ହେଲେ ଯଥା ସମ୍ଭବ ତାକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି | ଅଭିମାନ ବା ଅହଂକାର ଠାରୁ ବହୁତ ଦୂରରେ ଥିବା ତାଙ୍କର ଅନ୍ୟ ଏକ ବିଶେଷତ୍ୱ | ବାଟରେ ସାକ୍ଷାତ ପରେ ଆମେ ଦୁଇଜଣ ଏକାଠି ବୁଲୁଥିବା ବେଳେ ଅନ୍ୟ ଜଣେ ବନ୍ଧୁ, କୈଳାଶ, ଦେଖାହେଲେ ଏବଂ ଆମ ସାଙ୍ଗରେ ଚାଲିଲେ |ହଠାତ ରାଷ୍ଟ୍ରପତି ଟ୍ରମ୍ପ ଙ୍କୁ କୋଡିଏ ତାରିଖ ପୂର୍ବରୁ ପଦମୁକ୍ତ କରାଯିବ ନା ନାହିଁ ଏହି ବିଷୟରେ କୈଳାଶ ଆମ ମତାମତ ଜାଣିବାକୁ ଚାହୁଁଥିଲେ | ବୈଷ୍ଣବଙ୍କ ପ୍ରତିକ୍ରିୟା ଅଲଗା ପ୍ରକାର ହେବା ଶୁଣି ମୁଁ ଗମ୍ଭୀରତା ସହ ତାଙ୍କ ମତାମତ ଶୁଣିଲି |ତାଙ୍କ କହିବାର ମର୍ମ ହେଲା ଆମେ ଆମେରିକାରେ କଣ ହେବ ନହେବ ସେବିଷୟରେ ବାଦବିବାଦ , ଆଲୋଚନା ନକରି ଆମ ଚାରିପଟେ କଣ ହେଉଛି ସେବିଷୟରେ ଚିନ୍ତା କରୁନୁ କାହିଁକି | ସେ ଗୋଟିଏ ଉଦାହରଣ ଭାବରେ ନିଜ ଅନୁଭୂତି କହିଲେ | ଗତକାଲି ନିଜେ କାର ଚଳେଇ କଟକରୁ କାମସାରି ଭୁବନେଶ୍ୱର ଫେରିଥିଲେ |ଘରେ ପହଂଚିବା ପରେ ଫୋନ ରେ ଆସିଥିବା ଗୋଟିଏ ଏସଏମଏସ ପଢି ଜାଣିଲେ ଯେ ତାଙ୍କୁ ମାତ୍ରାଧିକ ବେଗରେ କାର ଚଳେଇଥିବା ଯୋଗୁଁ ଦୁଇହଜାର ଟଙ୍କା ଜୋରିମାନା ହେଇଚି | କେଉଁଠି ସେ ଅତିବେଗରେ କାର ଚଲେଇଥିଲେ ସେ ଜାଣି ପାରିଲେନି | ସେ ସବୁବେଳେ ଗାଡି ସାବଧାନ ହୋଇ ଚଳାନ୍ତି ଏବଂ ଗାଡି ବେଗ ନିୟନ୍ତ୍ରିତ ରଖିଥାନ୍ତି |ପୁଲିସ ତାଙ୍କୁ ଅତ୍ୟଧିକ ବେଗରେ କାର ଚଳେଇଥିବା ପ୍ରମାଣ ନଦେଇ ଜୋରିମାନା କରିବା ଆଇନତଃ ଗ୍ରହଣଯୋଗ୍ୟ ନୁହେଁ | ଯଦି ପ୍ରମାଣ ଦିଆଯାଏ ତେବେ ସେ ଜୋରିମାନା ଦେବାକୁ ପ୍ରସ୍ତୁତ | ନଚେତ ଏହିଭଳି ଆଭିମୁଖ୍ୟ ସମାଜରେ ଭୟ ସୃଷ୍ଟି କରିବ ଏବଂ ବିନା କାରଣରେ ଅନେକ ଦଣ୍ଡିତ ହେବେ |ସେ କହିଲେ ଏହିଭଳି ସମସ୍ୟାର ସମାଧାନ କିଭଳି ହେବ ସେ ବିଷୟରେ ଆମେ ଅଧିକ ସଚେତନ ହେବା ଆବଶ୍ୟକ | ଏହା ନକରି ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭବିଷ୍ୟତ ପ୍ରତି ଅଧିକ ଆଗ୍ରହୀ ହେବା ବୋଧହୁଏ ଏକ ପଳାୟନପନ୍ଥୀ ର ରଣକୌଶଳ ହେବ | ମୁଁ ପ୍ରସଙ୍ଗର ଗୁରୁତ୍ୱ ବୁଝିଲି ଏବଂ ଏହି ଆଦେଶ କୁ କୋର୍ଟ ରେ ଚାଲେଞ୍ଜ କରିବାକୁ ପରାମର୍ଶ ଦେଲି |ଆମେ ଆମ ନାକତଳେ ହେଉଥିବା ଅବ୍ୟବସ୍ଥାକୁ ଅଣଦେଖା କରୁଛେ ; ଅର୍ଥହୀନ ପ୍ରସଙ୍ଗ ସମ୍ପର୍କରେ ଅଯଥା ବାକବିତଣ୍ଡା କରୁଛେ | ଆମ ସମାଜର ଅଧିକାଂଶ ଅନୁଷ୍ଠାନ ଓ ବ୍ୟବସ୍ଥା ଆମ ଦେଖାଶୁଣା ଓ ଆଗ୍ରହ ଅଭାବରୁ ରୁଗଣ ହେଇ ଯାଉଛନ୍ତି| ବିଦ୍ୟାଳୟରେ ଶିକ୍ଷକ ରହୁନାହାନ୍ତି ; ଡାକରଖାନାରେ ଡାକ୍ତରଙ୍କ ଅଭାବ |କିନ୍ତୁ ବିଭିନ୍ନ ଜାଗାରେ ଅସଂଖ୍ୟ ଖଟି ଜମୁଛି ; ଅମୁକ ପୂଜା, ସମୁକ ଉଛବ ଲାଗି ବାଟଘାଟ ରେ ଚାନ୍ଦା ଅସୁଲ ଚାଲିଛି | ଏମିତି ହେଲେ ସମାଜ ସୁଧୁରିବ ନାହିଁ | ମୁଁ ଦେଖିଲି ଆମ ବନ୍ଧୁ, କୈଳାଶ , ଆଉ ଆମେରିକା ପ୍ରସଙ୍ଗ ପ୍ରତି ଗୁରୁତ୍ୱ ନଦେଇ ନିଜ ପରିବେଶର ହାଲ ସମ୍ବନ୍ଧରେ ସଚେତନ ହେଉଛନ୍ତି |
ଏକ ଜଣାଶୁଣା କେନ୍ଦ୍ରୀୟ ସରକାରୀ ଉଦ୍ୟୋଗର ଅନ୍ୟତମ ଉଚ୍ଚ ପଦରୁ ସ୍ୱଇଚ୍ଛାରେ ଅବସର ଗ୍ରହଣ ପୂର୍ବରୁ ଅନେକଥର ବିରଂଚି ଅବସର ପର ସ୍ଥିତିରେ କଣ କରିବେ ଏହି ପ୍ରସଙ୍ଗରେ ମୋ ସହିତ କଥାବାର୍ତ୍ତା କରିଥିଲେ | ରାଜନୀତିରେ ସକ୍ରିୟ ଯୋଗଦାନ ଠାରୁ ଆରମ୍ଭ କରି କିଛି ନକରି ଘରେ ବସିବା ପର୍ଯ୍ୟନ୍ତ ନାନା ପ୍ରସଙ୍ଗ ଆଲୋଚିତ ହେଇଥିଲା |ଶେଷରେ ମୁଁ ତାଙ୍କୁ କେତୋଟି ବିଦ୍ୟାର୍ଥୀଙ୍କୁ ନିଜ ଘରେ ପଢେଇବା ପାଇଁ ପ୍ରସ୍ତାବ ଦେଇଥିଲି | ସେ ନିରବ ରହିଥିଲେ | ଇତି ମଧ୍ୟରେ କରୋନାର ପଦଧ୍ୱନି ସମାଜକୁ ସ୍ତବ୍ଧ କରିଥିଲା | କ୍ଷିପ୍ରଗତିରେ ଏହି ଭୟାନକ ବ୍ୟାଧି ବ୍ୟାପିଲା ଏବଂ ଆମ ବସତିର ନିକଟତର ହେଲା | ଫଳରେ ଆମ ଦୈନନ୍ଦିନ ଜୀବନ ପ୍ରବାହ ବ୍ୟାହତ ହେଲା |ପ୍ରାତଃଭ୍ରମଣ ନିୟମିତ ନହେବା ଦ୍ୱାରା କଲେଜ ପଡିଆରେ ବିରଞ୍ଚିଙ୍କ ସହିତ ବାର୍ତ୍ତାଳାପ ସୁଯୋଗ କମିଗଲା | ବେଳେବେଳେ ଦେଖାହେଲେ କଥାବାର୍ତ୍ତା ସ୍ୱଳ୍ପ ହେଉଥିଲା ଏବଂ ନିତାନ୍ତ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସୀମିତ ରହିଲା -- ଯେଭଳି ବିରଞ୍ଚିଙ୍କ ଜ୍ୟେଷ୍ଠ କନ୍ୟାର ରାଜ୍ୟ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା |ଅନେକ ମାସ ପରେ ଆଜି ପ୍ରତ୍ୟୁଷରେ ବିରଞ୍ଚିଙ୍କ ସହିତ ସାକ୍ଷାତ ହେଲା | ମୋର ବିଦ୍ୟାଦାନ ପ୍ରସ୍ତାବ ସମ୍ପର୍କରେ ଜିଜ୍ଞାସା ଦେଖି ସେ ହସିଲେ | କହିଲେ " ଆପଣଙ୍କ ପ୍ରସ୍ତାବ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ଆଲୋଚିତ ହେଇଥିଲା | ମୋ ଝିଅ ମୋତେ ତା ଅନୁଭୂତି ମନେପକେଇ କହିଲା , ବାପା ତୁମେ ପଢ଼େଇ ପାରିବନି |ମୁଁ ଷଷ୍ଠ ଶ୍ରେଣୀରେ ପଢିବାବେଳେ କ୍ଳାସରେ "ମୁଁ ଯଦି ପକ୍ଷୀ ହୋଇଥାନ୍ତି " ବିଷୟରେ ଏକ ରଚନା ଇଂଗ୍ରେଜୀ ରେ ଲେଖିବା ପାଇଁ କୁହାଯାଇଥିଲା | ମୋ ଅନୁରୋଧରେ ତୁମେ ଲେଖିଦେଇଥିଲ | ମୁଁ ତାକୁ ଲେଖି ଶିକ୍ଷକଙ୍କୁ ଦେଇଥିଲି ; କିନ୍ତୁ ଫେଲ ହେଲି | ତାର କିଛି ମାସ ପରେ ଅନ୍ୟ ଏକ ବିଷୟରେ ଯେଉଁ ପ୍ରବନ୍ଧ ଲେଖିବାକୁ କୁହାଗଲା ତା ପାଇଁ ମୁଁ ମାଆଙ୍କ ସାହାଯ୍ୟ ନେଇଥିଲି ଓ ଫାଷ୍ଟ ହେଇଥିଲି | ଏମିତି ପରିସ୍ଥିତିରେ ଆପଣଙ୍କ ପ୍ରସ୍ତାବରେ ଅଗ୍ରଗତି ହେଇପାରିନି | ଇତି ମଧ୍ୟରେ ପ୍ରାୟ ବର୍ଷେ ହେଇଗଲାଣି , କିଛି ନକରି ଦିନ କଟି ଯାଉଛି |ବିରଂଚି କିନ୍ତୁ ଜାଣିଲେ ମୋ ପ୍ରସ୍ତାବର ପରିଣତି ଜାଣି ମୁଁ ଆହତ ହେଇଚି | ସେ କହିଲେ ," ଆପଣଙ୍କୁ ଯାହା କହିଲି ଭୁଲ ଭାବିବେନି | କରୋନା ଯୋଗୁଁ ସବୁ ଓଲଟପାଲଟ ହେଇ ଯାଇଥିଲା | ମୁଁ ନିଶ୍ଚୟ ଦୁଇ ତିନୋଟି ପିଲାଙ୍କୁ ପଢ଼େଇବି |
ପରିଣତ ବୟସରେ ମଣିଷ ଦେବାଳୟ ପ୍ରତି ଅଧିକ ଆକର୍ଷିତ ହୋଇଥାଏ । ଏହା ପ୍ରାକୃତିକ ବିବର୍ତନ ପ୍ରକ୍ରିୟା । ନାଲିଫିତାର ଦୌରାତ୍ମ୍ୟ ଯୋଗୁଁ ଶ୍ରୀକ୍ଷେତ୍ରରେ ବରିଷ୍ଠ ନାଗରିକ ମାନଙ୍କୁ ମଂଦିର ପ୍ରବେଶ ବାରଣ କରାଯାଇଛି । ସେମାନେ ପତିତପାବନ ଦର୍ଶନ କରିପାରିବେ ଅଥଚ ମଂଦିର ଭିତରକୁ ଯାଇ ପାରିବେ ନାହିଁ । ଏହି ଅବାସ୍ତବ ବ୍ୟବସ୍ଥା ବଂଦ ହେଉ ।
ଦେଉଳ ଦୁଆର ଖୋଲିଚି ; କିନ୍ତୁ ଅବ୍ୟବସ୍ଥାର ଅରଗଳି ଲଙ୍ଘି ଭକ୍ତ ଆଗକୁ ଯିବାପାଇଁ ଅକ୍ଷମ | ରେଳଟିକେଟ ପାଇଁ ଧାଡି ବ୍ୟବସ୍ଥା ଆଜି ପୁରୁଣା ହେଇଥିବା ବେଳେ ଆବ|ହମାନ କାଳରୁ ଭକ୍ତର ଶ୍ରୀମନ୍ଦିର ଯିବା ଅକ୍ଷୁର୍ଣ୍ଣ ଅଧିକାରକୁ ଜଳାଞ୍ଜଳି ଦେଇ ଅଯଥା ଧାଡ଼ି ବ୍ୟବସ୍ଥା ଆରମ୍ଭ ହେଇଚି | ଏବେ ପୁଣି କୋଭିଡ ସାର୍ଟିଫିକେଟର ଆବଶ୍ୟକତା |
ମୋ ପାଇଁ ଆଳୁ-ପିଆଜ ଦୋକାନର ଅନ୍ଧାରୁଆ କୋଣର ଅଖାରୁ ଦେବା ପାଇଁ ପୁଅକୁ ନିର୍ଦ୍ଦେଶ ଦେବାପରେ ମୋ ଆଡକୁ ଚାହିଁ କହିଲା , "ଆଜ୍ଞା , ସମସ୍ତେ କଣ ଭାବଗ୍ରାହୀ ହେଇ ପାରିବେ ? ଆମେ ସମସ୍ତଙ୍କ ସେବା କରିବା ସମ୍ଭବ ନୁହେଁ | ଯେଉଁମାନେ ସେବାର ମହତ୍ତ୍ୱ ବୁଝନ୍ତି ,ସେମାନଙ୍କ ସେବା କରିବା -- ଯେମିତି ଈଶ୍ବର; ଦରିଦ୍ର ନାରାୟଣ , ମହତ ଲୋକ |"
ଓଡ଼ିଶାରେ ପ୍ରମୁଖ ରେଳଲାଇନ ପ୍ରକଳ୍ପ ମାନଙ୍କର ଅଗ୍ରଗତି ସନ୍ତୋଷଜନକ ହୋଇଥିବା ରାଜ୍ୟ ପରିବହନ ମନ୍ତ୍ରୀଙ୍କ ହୃଦବୋଧ ହେଉଥିବା ନୈରାଶ୍ୟଜନକ | ଉଭୟ ଖୋର୍ଦ୍ଧା-ବଲାଙ୍ଗୀର ଓ ତାଳଚେର-ବିମଳାଗଡ଼ ପ୍ରକଳ୍ପ ଧୀର ମନ୍ଥର ଗତିରେ ଚାଲିଛି | ଜମି ଅଧିଗ୍ରହଣରେ ଅଗ୍ରଗତି ନିତାନ୍ତ ନୈରାଶ୍ୟଜନକ |
ଭାରତର ବିଭିନ୍ନ ସ୍ଥାନରୁ ହିନ୍ଦୁମାନେ ପୁରୀ ଜଗନ୍ନାଥ ଧାମ ଦର୍ଶନ ପାଇଁ ଯୁଗଯୁଗ ଧରି ଆସୁଥିଲେ | ଏବେ ସେହିଭଳି ସାଧାରଣ ଯାତ୍ରୀଙ୍କ ପାଇଁ ଧର୍ମଶାଳା ,ମଠ ମାନଙ୍କୁ ଭାଙ୍ଗି ମାଟିରେ ମିଶାଇ ଦିଆଗଲା | ଫଳରେ ସାଧାରଣ ଯାତ୍ରୀ ପୁରୀ ଆସି ଠାକୁର ଦର୍ଶନ ପାଇଁ ମନ ବଳେଇବେ ନାହିଁ |ଅପରିଣାମଦର୍ଶୀ ସରକାରୀ କାର୍ଯ୍ୟର ଏହା ଏକ ନମୁନା |ଏବେ ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି | ବିଶ୍ବରେ ନେପାଳ ଏକମାତ୍ର ହିନ୍ଦୁ ରାଷ୍ଟ୍ର ହୋଇଥିବାବେଳେ କେଉଁ ଦେଶରୁ ହିନ୍ଦୁମାନେ ଯଥେଷ୍ଟ ସଂଖ୍ୟାରେ ଦର୍ଶନ ପାଇଁ ଆସିବେ ତାହା ବୁଝିବା କଷ୍ଟକର |ଆମ ଦେଶର ଶ୍ରଦ୍ଧାଳୁଙ୍କ ପାଇଁ ଆଜି ବିଶ୍ରାମଗୃହର ଅଭାବ ରହିଛି | ଅନ୍ୟ ରାଜ୍ୟ ସରକାର ମାନଙ୍କୁ ପୁରୀରେ ଅତିଥିଭାବନ ନିର୍ମାଣ କରିବା ପାଇଁ ଅନୁରୋଧ କରାଯିବା ଆବଶ୍ୟକ | ପ୍ରଖ୍ୟାତ ହିନ୍ଦୁ ଅନୁଷ୍ଠାନ ମାନଙ୍କୁ ଧର୍ମଶାଳା ଓ ଯାତ୍ରୀନିବାସ ନିର୍ମାଣ କରିବା ପାଇଁ ଅନୁରୋଧ କରାଯିବା ଆବଶ୍ୟକ |
ଆମ ସରକାରୀ ବ୍ୟବସ୍ଥାରେ ଅନେକ ନିଷ୍ପତ୍ତିର ଯଥାର୍ଥତା ବୁଝି ହୁଏନି -- ଯେମିତି ଜଣେ ସତୁରି ବର୍ଷ ବୟସ୍କ ସୁସ୍ଥ ବ୍ୟକ୍ତି କୋଭିଡ ନେଗେଟିଭ ପ୍ରମାଣପତ୍ର ଦେଖେଇଲେ ମଧ୍ୟ ମନ୍ଦିର ଯିବା ମନା ; ଅଥଚ ଜଣେ ପଂଚାଅଶୀ ବର୍ଷ ବୟସ୍କ ବ୍ୟକ୍ତି ଲାଇସେନ୍ସ ରଖି କାର ଡ୍ରାଇଭିଙ୍ଗ କରିବାରେ ଅସୁବିଧା ନାହିଁ |
ମୋ ସାଙ୍ଗକୁ ବ୍ୟଙ୍ଗ କରି ଛାମୁ ସମ୍ବୋଧନ କରେ | ସେ ହସେ.| ଆଜି ଫୋନ ରେ କହିଲି ," ନେଗେଟିଭ ରିପୋର୍ଟ ଦେଖେଇ ବଡଠାକୁରଙ୍କ ଦର୍ଶନ ଆଜିଠାରୁ କରିହେବ ; ଛାମୁଙ୍କ ଦର୍ଶନ କେବେଠାରୁ ଆଉ କିଭଳି ରିପୋର୍ଟ ଦେଖେଇଲେ କରିହେବ?" ସେ କହିଲା ,"ମିଡିଆରେ ବାହାରିବନି ? କାହିଁକି ଉଛନ୍ନ ହେଉଛ ? ବିନା ଦର୍ଶନରେ କଣ ଦୁନିଆ ଭାସିଯାଉଛି ?"
ପ୍ରହେଳିକାର ଅନ୍ତ ହେଲା ଯେତେବେଳେ ମୁଁ ମୋର ଜଣେ ବନ୍ଧୁ ସକାଳେ ଦେଇଥିବା ହ୍ବାଟସଆପ ସନ୍ଦେଶ ସନ୍ଧ୍ୟାରେ ଦେଖିଲି | ବନ୍ଧୁ ଭାରତୀୟ ପ୍ରଶାସନିକ ସେବା ର ଜଣେ କନିଷ୍ଠ ସହଯୋଗୀ ଥିଲେ ; ଅନେକଦିନରୁ ଅବସର ନେଲେଣି ଏବଂ ନିଜ ବିବେକ ଅନୁଯାୟୀ ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି | ବ୍ୟସ୍ତ ମାର୍ଗରେ ଯିବା ଅପେକ୍ଷା ନିରୋଳା ମାର୍ଗର ଯାତ୍ରୀ ହେବା ପସନ୍ଦ କରନ୍ତି |ତାଙ୍କର ଏହି ସ୍ୱତନ୍ତ୍ରତା ମୋତେ ଆନନ୍ଦ ଦିଏ | ଦିନେ କହୁଥିଲେ କିଭଳି ତାଙ୍କ ସାଇକଲରେ ବୁଲିବା ତାଙ୍କୁ ସାଧାରଣ ମଣିଷଙ୍କ ନିକଟତର କରି ପାରିଛି | ସେଦିନ ସକାଳେ ସେ ସେହି ଅପୂର୍ବ ବାଇଗଣ ଗୁଡିକ ମୋ ପାଇଁ ଆଣିଥିବା ସୂଚନା ହ୍ବାଟସଆପ ରେ ଦେଇଥିଲେ | ଟେବୁଲ ଉପରେ ବାଇଗଣ ଗୁଡିକ ଏକ କୁଶଳୀ ଚିତ୍ରଶିଳ୍ପୀଙ୍କ ସାମର୍ଥ୍ୟ ପ୍ରଦର୍ଶନ କରୁଥିବା ଭ୍ରମ ସୃଷ୍ଟି କରୁଥିଲା | ଭାର୍ଗବୀ କୁଳର ବଳଙ୍ଗା ଅଂଚଳରୁ ବାଇଗଣ ଗୁଡିକ ଆଣି ନିକଟସ୍ଥ ହାଟରେ ଏକ ଯୁବକ ବିକ୍ରିକରେ | ସେଦିନ ତାଠାରୁ ପାଞ୍ଚ କିଲୋ ବନ୍ଧୁ କିଣିଥିଲେ ଏବଂ ନୂଆବର୍ଷ ଭୋଜି ପାଇଁ ଚାରି କିଲୋ ରଖି ମୋ ପାଇଁ ଗୋଟିଏ କିଲୋ ଆଣିଥିଲେ |
**********
Thursday, 11 March 2021
ମଲ୍ଲୀମାଳ ଶ୍ୟାମଙ୍କୁ ଦେବି
ଆମର ସମ୍ବେଦନଶୀଳତା ହ୍ରାସ ପାଉଛି | " ମଲ୍ଲୀମାଳ ଶ୍ୟାମଙ୍କୁ ଦେବି" ର ସମର୍ପଣଭାବ ଏବଂ ଆତ୍ମୀୟତା ନବୁଝି ମନ୍ଦିର ସଜେଇବା କାମଟି ପେଷାଦାର ଆମେ ଫ୍ଲୋରିଷ୍ଟ ହାତରେ ସମର୍ପଣ କରି ଆତ୍ମସନ୍ତୋଷ ଲାଭ କରୁଛେ |
****
Subscribe to:
Posts (Atom)