Thursday 11 March 2021

ଶିମଳିପାଳ ରେ ଅଦିନିଆ ବର୍ଷା

ଅନେକଙ୍କ ମତ ଓଡିଶା ସମାଜ ପ୍ରତିକ୍ରିୟା ପ୍ରବଣ ନୁହେଁ | ସେମାନେ କୁହନ୍ତି ସାମାଜିକ ଜୀବନରେ ବ୍ୟକ୍ତିଗତ ସ୍ୱାର୍ଥରକ୍ଷା ମୁଖ୍ୟ ଆଭିମୁଖ୍ୟ ହେଉଥିବା ଯୋଗୁଁ ଜନସ୍ୱାର୍ଥ ସହିତ ଜଡିତ ପ୍ରସଙ୍ଗ ମୌଳିକତା ହରାଇଥାଏ | ଅନେକ କ୍ଷେତ୍ରରେ ନିର୍ଭିକତା ଅଭାବରୁ ମୌନତା ବୃଦ୍ଧି ହେଉଥିବା କୁହାଯାଏ | ରତ୍ନଭଣ୍ଡାର ପ୍ରସଙ୍ଗ ହେଉ ବା ଭୁବନେଶ୍ୱର ରେ ନିତିଦିନିଆ ଚେନ ଟଣା ହେଉ, ଆମେ ନିରବ ରହୁ | ଶିମିଳିପାଳ ରେ ନିଆଁ ଏହି ମାନସିକତା କୁ ପ୍ରଚଣ୍ଡ ଭାବରେ ପ୍ରହାର କରିଛି ; ସୁପ୍ତ ସମାଜ ମୁହଁ ଖୋଲିଚି |ଦେବତା ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଆଶୀର୍ବାଦ କରିଛନ୍ତି-- ବର୍ଷା ରୂପରେ |

No comments:

Post a Comment