Tuesday, 15 January 2019

STORM IN THE TEACUP

Prime Minister’s visit to a District always meant a lot of activities for the District Magistrate. Minute details have to be attended to, to ensure that the visit passes off smoothly. Despite meticulous planning and utmost alertness, there is always a possibility of something going wrong. 
This is what had happened in my case while I was District Magistrate in 1975 in Sundargarh. Prime Minister was to reach Rourkela. Shrimati Nandini Satpathy was the Chief Minister. She had come; so also did the Secretary to the Chief Minister, Mr Ramakanta Rath. 
District Magistrate had to issue Pass for selected persons to be present at the Airport when the Prime Minister arrives. The list of the selected persons had been prepared and the Passes were prepared accordingly. These needed to be sent in closed envelopes with a letter to each one of them. The letters were also signed by me. Normally a letter would start with Dear Shri/ Smt/Mr/Mrs. A responsible official was to write the surname or the name of the recipient. In that process some Ministers of Odisha (then Orissa) also received the passes with accompanying letters. Suppose a Minister’s name was Anirudha Misra. He received the letter from the District Magistrate where the officer had addressed him as mere Mr. Misra. 
After the visit of the Prime Minister passed off smoothly, a few Ministers decided to point out this act of impropriety to the Chief Minister. Clearly this act of the District Magistrate had compromised their august positions. Chief Minister listened to them. I had no inkling of what was going on though I heard whispers of resentment over the issue.
 Later in the day, I accompanied the Chief Minister in her car to Sundargarh. Mr Ramakanta Rath was also in the car. She consulted her Secretary if she would speak to me on the subject. Mr Rath’s advice I could hear. “In such a situation, District Magistrate’s address to the Ministers can be viewed reverential and appropriate and the issue needs to be closed” he said. The Chief Minister agreed, with a laugh. 
We had a pleasant journey to Sundargarh.

*******
January 15, 2012

Tuesday, 8 January 2019

ସ୍ୱଳ୍ପ ବଚନ






ମୋର ଜଣେ ଗପୁଡି ଯୁବକ ବନ୍ଧୁ ଜାନୁଆରୀ ଛ ତାରିଖରେ ଆମକୁ ନୁଆବର୍ଷର ଶୁଭେଚ୍ଛା ଦେବାପାଇଁ ଘରକୁ ଆସି କହିଲେ ଯେ ସେ ଏକ ତାରିଖ ଦିନ ଘରୁ ବାହାରିଥିଲେ ଆମକୁ ଶୁଭେଚ୍ଛା ଜଣେଇବାକୁ ; କିନ୍ତୁ ବାଟରେ ଗପି ଗପି ଆସିବାରୁ ଡେରି ହେଇଗଲା |

(8th Jan, 2019)



****

ଧାନ ର ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କା ହେବା ଅର୍ଥ ଚାଉଳ କୁଇଣ୍ଟାଲ ପ୍ରାୟ ୫୦୦୦ ଟଙ୍କା ହେବ | ଏବେ ଦିଲ୍ଲୀ ଦରବାର ରେ ଏହି ମର୍ମ ରେ ସ୍ୱର ଉତ୍ତୋଳନ ହେବ | ଏହାର ସମ୍ଭାବ୍ୟ ପରିଣତି କଣ ? ଆମର ଦାବି ହେବ ଆମେ ଉତ୍ପାଦନ କରୁଥିବା ଚାଉଳ ସରକାରଙ୍କୁ ବିକି ତାଙ୍କ ଠାରୁ କିଲୋ ପ୍ରତି ପଚାଶ ଟଙ୍କା ନେବୁ ଏବଂ ସରକାର ଆମକୁ ଖାଇବା ପାଇଁ ଯେଉଁ ଚାଉଳ ଦେବେ ତାହା ବାବଦରେ ଆମେ ପ୍ରତି କିଲୋ ପାଇଁ ଟଙ୍କେ ଦେବୁ | ଏହିଭଳି ବ୍ୟବସ୍ଥାର ପରିଣତି କଣ ସେବିଷୟରେ କଣ କେହି ମୁହଁ ଖୋଲି କହିବେନି ? ପାଠୁଆ ଲୋକ , ଅନୁଭବୀ ଲୋକ , ଆସନ୍ତା ପିଢିଙ୍କ ଭବିଷ୍ୟତ ପ୍ରତି ଚିନ୍ତା କରୁଥିବା ଲୋକ କଣ ଏହି ପାଲା ଶୁଣୁଥିବେ ଆଉ ପାଟି ଖୋଲିବେ ନାହିଁ ? (7th Jan, 2019)

****



ଆମ ଗୋଚର ଜମିରେ ଘାସ କଅଁଳେ ନି କାହିଁକି ? ଆମ ଖେଳ ପଡିଆ ଟାଙ୍ଗରା ଦିଶେ କାହିଁକି ? (6th Jan, 2019)

****

ହଁ, ଯେହେତୁ ଖାସି ଦର ଉଚ୍ଚା ଅଛି, ଜାଣି ହୁଏ ବାଘ ବଂଚିଛି |(4th Jan, 2019)

****

ଚାରିବର୍ଷ ପୂର୍ବେ  ସାଧାରଣ ସମ୍ବାଦରେ ପିକେ ନାମକ ଏକ ଚଳଚିତ୍ର ଏକ ପ୍ରମୁଖ ସ୍ଥାନ ଲାଭ କରିଥିଲା , ଅଥଚ ଆମେ ଭୟାଭୟ ଜଣ୍ଡିସ ( କାମଳ ) ରୋଗ ବ୍ୟାପୁଥିବା ବିଷୟ ସାଧାରଣ ଚର୍ଚ୍ଚା ରେ ଅଣଦେଖା କରୁଥିଲେ | ମୋ ମତ ଥିଲା ଆମେ ବଂଚିଥିଲେ ସିନା ପିକେ ବିଷୟରେ ଚର୍ଚ୍ଚା କରିବା !! ତେଣୁ ବର୍ତ୍ତମାନ କାମଳ ରୋଗ ସମ୍ପର୍କରେ ଚର୍ଚ୍ଚା ବିଧେୟ | ଆମେ ଅନେକ ସମୟରେ ଏହିଭଳି ବ୍ୟାଧିରେ ପୀଡିତ ହେଉଚୁ ; କେଉଁ ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ତାହା ଆକଳନ ନକରି ଆମେ ଅନେକ ବିଷୟରେ ଅଯଥା ବାକବିତଣ୍ଡା କରି ସମୟର ଅପଚୟ କରୁଛେ | ଆମ ଦୈନନ୍ଦିନ ଜୀବନରେ ଅନ୍ୟାୟ , ଅପମାନ , ଅବ୍ୟବସ୍ଥା ସହୁଚେ ; ନୀରବତା ଅବଲମ୍ବନ କରୁଛେ | ଏହା ଫଳରେ ଅବ୍ୟବସ୍ଥା ର ଚେର ଦିନକୁଦିନ ଶକ୍ତ ହେଇ ଚାଲିଛି ଏବଂ ଆମର ଅସହାୟତା ଦିନକୁଦିନ ବଢି ଚାଲିଛି | ଖ୍ରୀଷ୍ଟିଆନ ମିଚେଲ କାହା ନାଁ ନେଲା ; କେଉଁ ପରିସ୍ଥିତିରେ ନେଲା ସେ ବିଷୟରେ ସମ୍ପୃକ୍ତ ଅଧିକାରୀ ବୁଝିବେ , ସେମିତି ବିଷୟରେ ଆମେ ହୁରି ପକେଇବା କଣ ନିତାନ୍ତ ଜରୁରୀ ? ବରଂ ଭଲ ହେବ ଯଦି ଆମେ ନିଜ ଚିନ୍ତା ପ୍ରକାଶ କରୁଥିବା ଆମ ପାଖଆଖରେ ବଢୁଥିବା ମଦର ପ୍ରସାର ବିଷୟରେ ; ବିଦ୍ୟାଳୟରେ ଶିକ୍ଷକ ନଥବା ବିଷୟରେ ; ପାଠ୍ୟ ପୁସ୍ତକ ର ଅଭାବ ବିଷୟରେ ; ବଢୁଥିବା ସଡକ ଦୁର୍ଘଟଣା ବିଷୟରେ ; ଡାକ୍ତରଖାନାରେ ରାତିରେ ଡାକ୍ତରଙ୍କ ଅନୁପସ୍ଥିତି ବିଷୟରେ | ଟ୍ରମ୍ପ ମେକ୍ସିକୋ ପାଚିରୀ ବିଷୟରେ କଣ କଲେ ନକଲେ ଆମେ ଉଚ୍ଚ ସ୍ୱରରେ ଏବଂ ବହୁସମୟ ଆଲୋଚନା ନକରି ଭଲ ହେବ ଆମ ପରିବେଶକୁ ଉନ୍ନତ କରିବା ପାଇଁ ଆଗେଇବା | (2nd Jan, 2019)

*****

ଓଡିଶା ସରକାରଙ୍କ ଦ୍ୱାରା ପ୍ରକାଶିତ ୨୦୧୯ ବର୍ଷର ଡ଼ାଇରୀରେ କେତୋଟି ଗୁରୁତର ପ୍ରମାଦ ଥିବା କାଁଭାଁ ସୋସିଆଲ ମିଡିଆରେ ପ୍ରକାଶିତ ହୋଇଥିବା ଦେଖିଲି | କେଉଁଠି ଆମ ବିଖ୍ୟାତ କବିଙ୍କ ଉକ୍ତି ଉଦ୍ଧାର କରିଥିବା ବେଳେ କେତୋଟି ଶବ୍ଦ ଅଶୁଦ୍ଧ ଭାବରେ ପ୍ରକାଶିତ ହୋଇଛି ତ କେଉଁ ସ୍ଥଳରେ ଉଦ୍ଧୃତ ଅମରବାଣୀ ର ରଚୟିତାଙ୍କ ନାମ ଉଲ୍ଲେଖ ନ ହୋଇ ଅନ୍ୟ କାହା ନାମ ପ୍ରକାଶ କରାଯାଇଛି | ପ୍ରମାଦପୂର୍ଣ୍ଣ ଉକ୍ତିମାନଙ୍କର ଫଟ ପ୍ରଦର୍ଶନ କରାଯାଇଛି | ବ୍ୟଥିତ ବ୍ୟକ୍ତିମାନେ ଏହିଭଳି ପ୍ରମାଦ ପାଇଁ ମର୍ମାହତ ହେବା ସଂଗେ ସଂଗେ ଡ଼ାଇରୀ ଗୁଡିକ ପ୍ରତ୍ୟାହାର କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି | ଏ ସମ୍ପର୍କରେ ଆଲୋଚନା କଲାବେଳେ କେତୋଟି ପ୍ରାସଙ୍ଗିକ ପ୍ରତିକ୍ରିୟା ପ୍ରକାଶିତ ହୋଇଥିବା ମନେପଡେ --- ଯେମିତି (୧) ହୋଣ୍ଡା ମୋଟର କମ୍ପାନୀ ନିଜ ଉତ୍ପାଦିତ କେତେଗୁଡିଏ ଯାନର କବାଟ ତାଲା ରେ ତ୍ରୁଟି ଥିବା ଯୋଗୁଁ ୩୨୦୦୦୦ ଯାନ ପ୍ରତ୍ୟାହାର କରିଥିଲେ | (୨) ଭୋକସୱାଗନ କମ୍ପାନୀ ଉତ୍ପାଦିତ ୨୮୧୦୦୦ କାର ରେ ଇନ୍ଧନ ପମ୍ପ ରେ ତ୍ରୁଟି ଥିବା ଯୋଗୁଁ କମ୍ପାନୀ ସେଇ କାର ଗୁଡିକ ପ୍ରତ୍ୟାହାର କରିଥିଲେ | ଏହିଭଳି ଅନେକ ଦୃଷ୍ଟାନ୍ତ ରହିଛି | ଓଡିଶା ଡ଼ାଇରୀ କ୍ଷେତ୍ରରେ ଏଭଳି ପ୍ରତିକ୍ରିୟା ଆଶା କରିବା ବୃଥା ମନେହୁଏ | ଆମକୁ ଏହି ପ୍ରମାଦ ସତ୍ତ୍ୱେ ଡ଼ାଇରୀ ଗୁଡିକ ସ୍ୱୀକାର କରିବାକୁ ହେବ; କାରଣ ଆମେ ଭିନ୍ନ ଉପାଦାନରେ ଗଢ଼ା ହେଇଛେ | ଆମ ଆତ୍ମଅଭିମାନ , ଆମ ସହନଶୀଳତା ଏବଂ ଆମ ଚର୍ମ ସ୍ୱତନ୍ତ୍ର | ଆମକୁ ଏହି ସ୍ୱତନ୍ତ୍ରତା ବଜାୟ ରଖିବାକୁ ହେବ |(2nd Jan, 2019)

*****

"ବାପା, ଆଜି କାହିଁକି ଦେଉଳକୁ ଏତେ ଲୋକ ଯିବେ? କଣ ଦିଅଁ ଙ୍କୁ ହାପି ନିୟୁ ଇଅର କହିବାକୁ?" (1st Jan, 2019)

*****

ଭବିଷ୍ୟତର ରୂପରେଖ ସୁଚାଇବା ପାଇଁ କ୍ରିଷ୍ଟାଲବଲ ସବୁବେଳେ ଆବଶ୍ୟକ ହୁଏ ନାହିଁ | ଘଟୁଥିବା ଘଟଣା /ଅଘଟଣା ପରିବର୍ତ୍ତନ ର ସ୍ପଷ୍ଟ ସଂକେତ ଦେଇଥାଏ | ଆମର ସହସ୍ର ସୈନ୍ୟ ସାମନ୍ତ ଗୁପ୍ତଚର ମାନେ ସକ୍ରିୟ ଥିବା ସତ୍ତ୍ୱେ ଆମ ପାଦତଳୁ ମାଟି ଧସି ଯାଏ | ବଡ଼ଦେଉଳ ଭିତରେ ନାବାଳିକା ପ୍ରତି ଅସଦାଚାରଣ ଭଳି ଘଟଣା ପରିବର୍ତ୍ତନ ର ସ୍ପଷ୍ଟ ଆଭାସ ଦିଏ |(30th Dec, 2018)

*****

ବର୍ଷ ସରିବା ପ୍ରାୟ | ଆମ ଓଡିଶାର ପ୍ରାୟ ସାଢ଼େ ଚାରିକୋଟି ଓଡ଼ିଆଭାଷା କହୁଥିବା ଲୋକମାନଂକ ମାତୃଭାଷା ବ୍ୟବହାରର ମାନ ସମ୍ପର୍କରେ ପୁଣି ଥରେ ଦୁଇପଦ ଲେଖିବା ପାଇଁ ମନହେଲା | ଭାତହାଣ୍ଡିରୁ ଗୋଟିଏ ଚାଉଳ ଚିପି ଯେମିତି ହାଣ୍ଡିର ସବୁ ଚାଉଳ ଶିଝିଚି ନାହିଁ ଜାଣିହୁଏ, ସେମିତି ଆମ ରାଜ୍ୟ ରାଜଧାନୀରେ ଓଡ଼ିଆଭାଷାକୁ କଥାବାର୍ତ୍ତାରେ କେମିତି ବ୍ୟବହାର କରାଯାଏ ତାର ଦୁଇ ତିନୋଟି ନମୁନା ନିମ୍ନରେ ଲେଖୁଚି | ଗୋଟିଏ ଇଂରାଜୀ ଶବ୍ଦ " ଲାଇନ୍ " ର ବହୁଳ ବ୍ୟବହାର ହୁଏ ଏମିତି ---
୧ . କାଲି ରାତି ବାରଟା ଯାଏ ବାରମ୍ବାର ଲାଇନ୍ ଯାଉଥାଏ | ୨. ସେଇ ପେଚାମୁହାଁ ରସିକିଆ ନେତାଟା ଝିଅଂକୁ ଲାଇନ୍ ମାରୁଚି | ୩. ଏଟିଏମ୍ ଆଗରେ ଲାଇନ୍ ଲାଗିଚି | ଅନେକେ ଆମ ରାଜଧାନୀରେ କ୍ୟାପିଟାଲ ହସ୍ପିଟାଲ କୁହନ୍ତି ଏବଂ କ୍ଵଚିତ ହସ୍ପିଟାଲ୍ର ର ଏକ ଉପଯୁକ୍ତ ଓଡ଼ିଆ ଶବ୍ଦ ବ୍ୟବହାର ହୋଇଥାଏ | କିନ୍ତୁ ଅଧିକ ଚିନ୍ତାଜନକ ହୋଇଥାଏ "ଛ ନମ୍ବର" ଭାବରେ ଏହି ଡାକ୍ତରଖାନା ର ସ୍ୱୀକୃତ ପରିଚୟ | ଆମ ଘରର ଅବସ୍ଥିତି ସମ୍ପର୍କରେ ସୂଚନା ଦେବାବେଳେ ବକ୍ସି ଜଗବନ୍ଧୁ ନଗର ପରିବର୍ତ୍ତେ ମହିଷୀଖାଲ ଶବ୍ଦ ଅଧିକ ବୋଧଗମ୍ୟ ହୋଇଥାଏ | ଖାଲି "ମୁଖ୍ୟମନ୍ତ୍ରୀ ଓଡ଼ିଆ କହୁନାହାନ୍ତି" କହି ଲାଭନାହିଁ ; ଆମେ ଆମ ମାତୃଭାଷାକୁ କେଉଁ ସ୍ଥରରେ ପହଂଚେଇଚେ ଟିକେ ଭାବନ୍ତୁ | ଲେଖିଲେ ତ କେତେ କଥା ଲେଖିହେବ ;ତେବେ ଆମ ଚଳଚିତ୍ର କଥା ଦେଖୁ ନାହାନ୍ତି !! ସ୍ବାଭିମାନୀ ରୁଚିସମ୍ପନ୍ନ ଓଡ଼ିଆମାନେ କେମିତି ଏ ସମ୍ପର୍କରେ ମୌନ ଅଛନ୍ତି ? କାହିଁକି ଉନ୍ନତମାନର ଚଳଚିତ୍ର ତିଆରି ହେଉନି ? (29th Dec, 2018)

****

କେତୋଟି ନେଉଳ , ଗୂଂଡୁଚିମୂଷା , ବୁଲବୁଲ , ହଳଦିବସନ୍ତ ,କୋଇଲି ଆଉ କାଠରଙ୍କା ଆମ ବଗିଚାର ଅଂଶବିଶେଷ | ଦିନଚର୍ଯ୍ୟା ଏମାନଙ୍କ ସାନିଧ୍ୟରେ ଉପଭୋଗ୍ୟ ହେଇ ଆସିଛି | ମନେହୁଏ ଈଶ୍ବରଙ୍କ ଆଶୀର୍ବାଦ ଏମାନଙ୍କ ଉପସ୍ଥିତି ମାଧ୍ୟମରେ ପ୍ରତିଫଳିତ ହୋଇଥାଏ |(28th Dec, 2018)

*****

" ବିକାଶ କଣ ତାହା ଆମେ ପ୍ରଦର୍ଶନ କରିଦେବୁ ; ଦକ୍ଷିଣ ପୂର୍ବ ଏସିଆ ର ବିକଶିତ ରାଷ୍ଟ୍ର ଭଳି ଆମ ରାଜ୍ୟ ହେଇ ପାରିବ | ଏଥିପାଇଁ ଆମକୁ ଆର୍ଥିକ ସ୍ୱତନ୍ତ୍ରତା ଦିଆଯାଉ "| ଏହି ମର୍ମରେ ବିଜେଡି ଅଧ୍ୟକ୍ଷ ଉଦ୍ବୋଧନ ଦେଇଥିବା ପ୍ରକାଶିତ ହୋଇଛି | ଶାଣିତ ଭାଷାରେ ଏହି ଉଦ୍ବୋଧନ ନିଶ୍ଚୟ ଶୃତିମଧୁର ହୋଇଥିବ | ଏହା ଏକ ଐତିହାସିକ ସନ୍ଦେଶ ଭାବରେ ଚିତ୍ରଣ ହୋଇଥିବା ଦୃଷ୍ଟିରୁ ଏହାର ଏକ ନିରାସକ୍ତ ତର୍ଜମା ଆବଶ୍ୟକ ମନେହୁଏ | ଓଡିଶା ରାଜ୍ୟ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗବିଶେଷ ; ଭାରତର ସମ୍ବିଧାନ ଦ୍ୱାରା ଆମ ଦେଶ ପରିଚାଳିତ | ରାଜ୍ୟ ଓ କେନ୍ଦ୍ର ର ଆର୍ଥିକ ପରିଚାଳନା ସମ୍ବିଧାନରେ ଥିବା ବ୍ୟବସ୍ଥା ଦ୍ୱାରା ସମ୍ପାଦିତ ହୁଏ | ଅନୁସୃତ ବ୍ୟବସ୍ଥାର ଶୃଙ୍ଖଳା ମଧ୍ୟରେ ଭାରତ ର ବିଭିନ୍ନ ରାଜ୍ୟ ନିଜ ବିକାଶ କରୁଛନ୍ତି | ଏହି ବ୍ୟବସ୍ଥାରେ ଯେମିତି ଆନ୍ଧ୍ର ପ୍ରଦେଶ ପରିଚାଳିତ ହେଉଛି ପଶ୍ଚିମବଙ୍ଗ , ରାଜସ୍ଥାନ , ଓଡିଶା ଓ କର୍ଣାଟକ ମଧ୍ୟ ପରିଚାଳିତ ହେଉଛନ୍ତି | ଯଦି ଏହି ସମସ୍ତ ରାଜ୍ୟ ପ୍ରଚଳିତ ଆର୍ଥିକ ବ୍ୟବସ୍ଥାରେ ସମଭାବରେ ପ୍ରଭାବିତ ହେଉଛନ୍ତି, ତେବେ ସେଇ ରାଜ୍ୟମାନଙ୍କ ମଧ୍ୟରେ ବିକାଶରେ ତାରତମ୍ୟ ରହିଛି କାହିଁକି ? ଉଦାହରଣ ଏହି ମନ୍ତବ୍ୟକୁ ସ୍ପଷ୍ଟ କରିବ | ଯୋଜନା କମିଶନଙ୍କ ପରିସଂଖ୍ୟାନ ଅନୁଯାୟୀ ୨୦୧୩-୧୪ ରେ ଓଡ଼ିଶାରେ ଉତ୍ପାଦିତ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ମୋଟ ଉତ୍ପାଦନ ମୂଲ୍ୟ ଥିଲା ୨୩୦୯୯ କୋଟି ଟଙ୍କା ; କିନ୍ତୁ ଆନ୍ଧ୍ର ର ପରିମାଣ ଥିଲା ୮୭୩୨୫ କୋଟି ଟଙ୍କାର ; କର୍ଣାଟକ (୪୧୧୫୧ କୋଟି); ରାଜସ୍ଥାନ (୪୯୬୫୮ କୋଟି); ପଶ୍ଚମ ବଙ୍ଗ ( ୬୨୪୨୦ କୋଟି) | ଉଦ୍ୟୋଗ କ୍ଷେତ୍ରରେ ଏହି ପରିମାଣ -- ଓଡିଶା (୫୨,୨୧୪ କୋଟି) ; ଆନ୍ଧ୍ର (୧୦୬୮୦୧ କୋଟି); କର୍ଣାଟକ (୮୫୨୨୧ କୋଟି); ରାଜସ୍ଥାନ (୬୯୯୩୩ କୋଟି) ଓ ପଶ୍ଚିମବଙ୍ଗ (୭୨୩୬୨ କୋଟି) | ପ୍ରତି ୧ହଜାର ଜନ୍ମିତ ଜୀବିତ ସନ୍ତାନ ମଧ୍ୟରୁ ଶିଶୁ ମୃତ୍ୟୁ ହାର ଏହି ରାଜ୍ୟ ମାନଙ୍କରେ ୨୦୧୬ ମସିହାରେ ଥିଲା ଯଥାକ୍ରମେ -- ୪୪, ୩୪, ୨୪, ୪୧ ଓ ୨୫ | ଦେଶର ସମଗ୍ର ଉତ୍ପାଦନ (ଜିଏସଡ଼ିପି ) ର ୧୪.୪୨% ଭାଗ ଥିଲା ମହାରାଷ୍ଟ୍ର ର , ପଶ୍ଚିମବଙ୍ଗ ଭାଗ ଥିଲା ୬.୭୫%' କର୍ଣାଟକର; ୫.୮୭%, ରାଜସ୍ଥାନ ର ଭାଗ ଥିଲା ୪.୯୪% ' ଆନ୍ଧ୍ର ର ୪.୪୩% ଓ ଓଡ଼ିଶାର ଥିଲା ମାତ୍ର ୨.୬୧% | ଏହି ଚିତ୍ରରୁ ଜଣାପଡେ ଆମେ କେମିତି ବିକାଶ ପ୍ରଦର୍ଶନ କରୁଛେ | ଯଦି ଆମେ କୌଣସି କାରଣରୁ ଆର୍ଥିକ ସ୍ୱତନ୍ତ୍ରତା ପାଇବା , ତାହାହେଲେ ରାଷ୍ଟ୍ରର ଅନ୍ୟ ରାଜ୍ୟମାନେ ମଧ୍ୟ ପାଇବେ | ଆଜିର ଶୃଙ୍ଖଳା ଭିତରେ ଥାଇ ଯଦି ଆନ୍ୟ ରାଜ୍ୟମାନେ ଆମ ରାଜ୍ୟ ତୁଳନାରେ ଅଧିକ ଫଳପ୍ରଶୁ ହେଇପାରିଛନ୍ତି ତେବେ ସ୍ୱତନ୍ତ୍ରତା ପାଇଲେ ସେ ତ ଆକାଶ ଛୁଇଁବେ ; ଆମେ କେଉଁଠି ଥିବା ? (27th Dec, 2018)

***

ସକାଳେ ମୋତେ ଏକୁଟିଆ ଚାଲୁଥିବା ଦେଖି ସେ ସାଇକଲରୁ ଓଲ୍ହେଇ ପଡି ନମସ୍କାର କରିବା ପରେ ମୁଁ ଭାବିଲି ସେ ପୁଣି ସାଇକଲରେ ଚଢି ଆଗକୁ ଚାଲିଯିବ; କିନ୍ତୁ ଆଜି ସେ ମୋ ସାଙ୍ଗରେ ଚାଲିବା ପସନ୍ଦ କଲା | କୋଡିଏ ମିନିଟ ସାଇକଲ ଗଡେଇ ଗଡେଇ ସେ ମୋ ସାଙ୍ଗରେ ଚାଲୁଥାଏ ଓ ମୋ କଥା ଆଗ୍ରହରେ ଶୁଣୁଥାଏ | ମୁଁ ତାକୁ କହିଲି, "ତୁମେ ହାଲିଆ ହେଇ ଯାଇଥିବ , ଆଉ ନଚାଲି ସାଇକଲ ଚଢି ଯାଅ |" ସେ ମନା କଲା ; କହିଲା " ମୁଁ ମୋଟେ ହାଲିଆ ହେଇନି | ଆପଣ କହୁଥାଆନ୍ତୁ ; ମୁଁ ଘରକୁ ଫେରିବା ମାତ୍ରକେ ଆଜି ଏହି ପ୍ରସଙ୍ଗ ଗୁଡିକ ସମ୍ପର୍କରେ ଆପଣ ଯାହା କହିଲେ ତାକୁ ଲେଖି ରଖିବି ; ମୋ ବହି ପାଇଁ କାମରେ ଆସିବ |" ମୁଁ ସ୍ନେହରେ ତା ଆଡକୁ ଚାହିଁ ମନେମନେ ଆଶୀର୍ବାଦ କଲି | ତିନିବର୍ଷ ପରେ ସେ ଚାକିରିରୁ ଅବସର ନେବ ; ଅବସର ପରେ ତା ବହି ପ୍ରକାଶ କରିବାକୁ ସେ ମନସ୍ଥ କରିଛି |(26th Dec, 2018)

****

"ହନୁମାନ କାହାର/ କେଉଁ ଜାଗାର" ଚର୍ଚ୍ଚା ଥମି ଆସିଲାବେଳକୁ କାଲି ଜଣେ ବନ୍ଧୁଙ୍କ ପ୍ରଶ୍ନ "କାଳିଦାସ କେଉଁ ଜାଗାର" ଶୁଣି ମୁଁ ଅପ୍ରସ୍ତୁତ ହେଇଗଲି; ସେ କିନ୍ତୁ ସଂଗେସଂଗେ ଉତ୍ତର ଚାହୁଁଥିଲେ | ତରବର ହେଇ ମୁଁ କହିଲି "କାଳିଦାସ ଓଡିଶା ର" | ସେ କାରଣ ପଚାରିଲେ | ମୁଁ କହିଲି " ଦେଖୁନ, ଯେଉଁ ଗାଁ ରେ ଜନ୍ମହେଇ ବଡ଼ ହେଲେ; ଗାଁ ମାଟି ପାଣି ରେ ହୃଷ୍ଟପୃଷ୍ଟ ହେଲେ, ସେଇ ଗାଁ ସମ୍ପର୍କ କାଟି କେମିତି ଆମ ପିଲେ ଇଆଡ଼େ ସିଆଡେ ଦୌଡୁଛନ୍ତି ଆଉ ଅଳ୍ପ ଟଙ୍କା ରେ ଦିନ ରାତି ଖଟୁଛନ୍ତି | " ସେ ବୁଝି ପାରିଲେନି, ପଚାରିଲେ ଏଥିରେ କାଳିଦାସଙ୍କ ସମ୍ପର୍କ କଣ? ମୁଁ କହିଲି ସେ ଯେମିତି ଯେଉଁ ଡାଳରେ ଠିଆ ହେଇ ସେଇ ଡାଳକୁ କାଟୁଥିଲେ ଆମ ପିଲେ ସେମିତି କରୁ ନାହାନ୍ତି ? ତେଣୁ ମୋର ବିଶ୍ୱାସ କାଳିଦାସ ଏଇଠିକା ଲୋକ |(25th Dec, 2018)

****  




THE DAROGA BABU

A close friend, now employed in one of the struggling new enterprises, had spent two years  in getting a piece of land and putting up a perimeter wall. A metallurgist by profession, he landed up in a new world on retirement from the public sector and joined the private enterprise . He came across a lot many local political activists, jobseekers; local musclemen and spent many hours listening to them. "What is the progress in the industry so far?" I asked, when he visited this morning. He told me about those men and their expectations. We talked on the prevailing situation around us and the style of present day governance. He was silent for a moment and then smiled suddenly and sought my "go ahead" to narrate an interesting story which I am sure is apocryphal. Here is a summary of what he told me

     One morning, the Daroga of a police-station found himself and his staff without work and the Daroga babu,being kind, suggested to one of his men to walk an extra mile and stand on the busy highway to check documents of vehicles on the road. The man went and stopped a bike; the driver had no papers.
He was brought to the police-station. The man, on arrival at the Thana, wished the Daroga with great respect and blamed his brother for the mess he was in. "He took away the car and left for the headquarters to meet the leader and asked me to use the old bike till he returned. "How do I collect old papers of the bike since it is not in use and I am fine with my car?" he said. The Daroga seemed convinced with the explanation and wanted to know who his brother was. Daroga Babu surely wanted to develop a working relationship with the man as he was big enough and meeting the leader in the headquarters. The man blurted out the name of his brother-- a name widely known in connection with land grabbing in the state. The Daroga Babu treated the visitor to sweets, samosa and tea and let him go.
Then he turned to another member of the staff and said "the day seems to be bad.; in stead of income, I have started spending from my pocket. You go to the highway". The person complied with the orders of the boss.

He stopped a Bike and asked for papers. The bike user couldn't show any paper and was made to come to the Thana. On arrival, he wished the Daroga most respectfully. He was a popular hair-cutter of the nearby industrial township. He reminded the Daroga that he had not visited his salon during the puja season and his favourite hair-cutter had been deprived of his buksish. Now that he has come to the Thana, the Daroga Babu should pay him his annual buksish. The kindly Daroga paid him a hundred rupees and he left.

"The day is really bad, let no one go to the highway today', he said and all of them agreed.

*********
January 8, 2015

Saturday, 5 January 2019

BOOK RELEASE

Warmth of his request did work; I decided to attend the function. The venue was not far from home. I reached well in time. Invitees took their time to come. I suffered, yet again for punctuality and  cursed myself. I never learnt. This is the land where the stove is perennially on slow flame. Everything takes time; and yet no one takes it amiss. Finally I noticed some activity. Bouquets appeared; the podium had now water bottles; the white towels on the back of each chair on the podium got a mild dusting; a strong deodorant spray, too close to me, made me uncomfortable. Mike was tested for full ten minutes. The guests arrived.
My friend's eyes met mine; he smiled liberally from the podium. His Book, a compilation of short stories, was to be released. This Book, I learnt, was his twentieth.He was indeed a compulsive writer. The Book was released by yet another good friend. He had a measured, I am afraid, a bit of an enigmatic, smile when he displayed a copy of the new Book and the cameras clicked.
The author friend spoke about his passion for writing. He talked about the sensitivity of a writer; how his tours within the country and frequent visits abroad had provided myriad of topics to write about; how he is well on his way to achieve his goal of writing hundred books-- all in English. I and others clapped .
It was now the turn of the other friend to speak. It was venom-spewing. He decimated my author friend's writing ability. The critic in him made him that evening look like a man possessed. His palms trembled while he opened page after page and pointed his sarcasm at the poor quality of his writings in each printed line. "This is no Book in English"; his heavy voice thundered; "this is an example of butchering a great language", he said. While his lips trembled in rage and consternation, my author friend was giggling as if someone was tickling him. The compulsive critic finally thought he had had enough. He had his seat and gulped a glass of water to cool down.
Thanks giving thereafter was a tame and brief affair. I was in a state of great discomfort and skipped the high tea. Walking back home, I wondered why I attended the function. My wife was equally distressed after I told her about what had transpired. After a couple of hours I called my author friend and requested him to forget the unpleasant words of the critic friend. I also said that the critic should not have been so acrimonious and arrogant. My author friend then told me something about the critic friend in confidence which I would not like to write about. Then he broke into a loud laugh. "Don't worry Sir," he said, "I just finished writing a story based on today's incident". 

**************
January 5, 2015

Friday, 4 January 2019

ଉଦ୍ୟୋଗୀ ର ମାନସିକତା


ସଂସାରରେ ଦୁଇ ପ୍ରକାରର ଉଦ୍ୟୋଗୀ ଥିବା ଆମେ ପିଲାଦିନେ ଶୁଣିଥିଲୁ | ଉଦାହରଣ ମାଧ୍ୟମରେ ଏଇ କଥାକୁ ଶିକ୍ଷକ ଆମକୁ ବୁଝାଉଥିଲେ | କହୁଥିଲେ " ଅମୁକ ଦେଶରୁ ଗୋଟେ ଜିନିଷ କିଣିବା ପାଇଁ ମସ୍ତବଡ ପ୍ରସ୍ତାବ ଟିଏ ଆସିଲା | କୋଟିକୋଟି ଟଙ୍କାର ଅଡର | ଜଣେ ଉଦ୍ୟୋଗୀ ଜିନିଷଟା ବାଘ ନା ଭାଲୁ କିଛି ନବୁଝି ଆଗ୍ରହ ଦେଖେଇ ଠିକ ଜାଗାରେ ପହଂଚିଗଲା | ଆଉଜଣେ ଉଦ୍ୟୋଗୀ ଜିନିଷ ସମ୍ପର୍କରେ ଜୀରାରୁ ସିରା କାଢି ତା ବିଷୟରେ ନାନା ପ୍ରକାରର ସ୍ପଷ୍ଟୀକରଣ ଚାହିଁଲା | ପ୍ରଥମ ବ୍ୟକ୍ତିକୁ ଅଡର ମିଳିଲା | ତାପରେ ଯାଇ ସେ ଉଦ୍ୟୋଗୀ ଜିନିଷ ବିଷୟରେ ଜ୍ଞାନ ହାସଲ କରି ତାକୁ ତିଆରି କରି ଯୋଗାଇଦେଲା |"
 ମୁଁ ଯେଉଁ ଅଂଚଳରେ ବସବାସ କରୁଛି, ସେଇଠି ବେଶୀ ସଂଖ୍ୟାରେ ଜୀରାରୁ ସିରା କାଢ଼ିବା ଲୋକେ ଥିବା ଭଳି ଜଣାଯାଏ | ଅନେକ ସମୟରେ ସୁଯୋଗ ମିଳିଲେ ବି ନାନା କାରଣରୁ ଆଗ୍ରହ ମାନ୍ଦା ଥିବାଭଳି ବୋଧହୁଏ | ଆଜି ସକାଳ କଥା | ପ୍ରାୟ ଚାଳିଶ ବର୍ଷ ହେବ ଆମ ଘରର ସବୁ କାଠକାମ ଜଣେ ଉଦ୍ୟୋଗୀ କରିଆସୁଛନ୍ତି | ଭଲ ଘର ପିଲା ସେ ; ଟିକେ ମାନ୍ଦା ପ୍ରକୃତିର ; କିନ୍ତୁ କାମ ଭଲ କରନ୍ତି ; ବଜାର ଦର ଅପେକ୍ଷା ଅଧିକ ପଇସା ନିଅନ୍ତି | କିନ୍ତୁ ଆମେ ସବୁବେଳେ ତାଙ୍କୁ କାମ ଦେଉ , ଆଉ ସେ ଯେତେ ପଇସା କହନ୍ତି ଆମେ  କିଛି ନପଚାରି ଦେଇଥାଉ |ସେ ଆମକୁ ବୋକା ଭାବନ୍ତି କି ଭଦ୍ର ଭାବନ୍ତି ସେକଥାରେ ଆମେ କେବେ ମୁଣ୍ଡ ପୁରାଉନି |
ଆଜି ଗୁଡ଼େ କାମ ପାଇଁ ତାଙ୍କୁ ଖବର ଦେଲି | ଆମର କାମଟି ଶୀଘ୍ର ହେଇଯିବାପାଇଁ ଆଗ୍ରହ | ଫୋନରେ ତାଙ୍କ ମାନ୍ଦା କଣ୍ଠସ୍ୱରରୁ ତାଙ୍କ ଅନାଗ୍ରହ ସଫା ବାରି ହେଉଥିଲା | କହିଲେ " କରିବିଯେ ; କିନ୍ତୁ ରଜ ପରେ |" ମୁଁ ପଚାରିଲି," ତୁମ ରଜପର୍ବ କେବେ ସରିବ ?" ସେ କହିଲେ କୋଡ଼ିଏ ତାରିଖ |" ଯୋଗକୁ ପାଞ୍ଜି ଟା ମୋ ଆଗରେ ଥିଲା ; ଦେଖିଲି ରଜ ସରୁଛି ସତର ତାରିଖରେ | ମୁଁ ଭାବିଲି ଆଜିତ ରଜ ନାହିଁ ; ଆଜି ଆସି କାମଟାକୁ ଦେଖିଯାଇଥିଲେ ହେଇଥାନ୍ତା | କିନ୍ତୁ ଭାବିଲି ତା ସାଙ୍ଗରେ ଯୁକ୍ତି କରି ଲାଭ ନାହିଁ | ସେ କହିବ, ତା କାରିଗରମାନେ ସବୁ ରଜ ପାଇଁ ଗାଁକୁ ପଳେଇଗଲେଣି | ନିଜ ହତାଶ ଭାବ ଲୁଚେଇ କହିଲି, " ହଉ , କୋଡିଏରେ ପର୍ବ ସରୁ ; ଆମ ଘରକୁ ବାଇଶରେ ଆସି ପାରିବ ?" ସେ ହଁ କହିଲା |
ମୋର କିନ୍ତୁ ତା ଉପରେ କାଣିଚି଼ଏ ବି ଭରସା ନାହିଁ | ସେ ଜାଣେ ମୁଁ ତା ହାତରେ ହିଁ କାମ କରିବି ; ଆଉ କାହା ହାତରେ ନୁହେଁ | ସେ ସିନା ମୋ ମନ ବୁଝିବା ପାଇଁ ହଁ କରିଛି : ସେ କିନ୍ତୁ ଆରମାସ ପହିଲା ବେଳକୁ ଦେଖାଦେବ ; ଆଉ ହସି କଣ ଗୋଟେ ବାହାନା ଦେଖେଇଦେବ |
ଏଇଆ ହେଲା ଆମ ଉଦ୍ୟୋଗୀ ମନୋଭାବ | ଆମେ କହିବା ସେ ରାଜ୍ୟ ଆଗେଇ ଯାଉଛି ; ଆମେ ପଛରେ ରହୁଛେ | ସରକାରକୁ ଗାଳି ଦେବା ; କିନ୍ତୁ ଏଇ କାମରେ ସରକାର କିଭଳି ଦାୟୀ ? ଆମେ ହିଁ ଦାୟୀ |
ଚିଲ ଚିଆଁ କୁ ଝାମ୍ପି ନେଲାଭଳି ଆମକୁ କାମକୁ ଝାମ୍ପି ନେବାକୁ ହବ | ତାହାହେଲେ ଯାଇ ଆମେ ଆଗେଇବା |
********

June 11, 2017

ଠିଆ ହୋଇଥିବା ଅବସ୍ଥାରୁ ଲଇଁ ନିଜ ଯୋତାର ଫିତା ବାନ୍ଧିବା

ଆଜି ସକାଳେ ବୁଲିବାର ପ୍ରାରମ୍ଭିକ ପର୍ୟାୟରେ ବନ୍ଧୁ ମୋ' ଡାହାଣ ଗୋଡ ଯୋତାର ଫିତା ଫିଟି ଯାଇଥିବା କହିଲେ | ମୁଁ ମଧ୍ୟ ଏହା ଅନୁଭବ କରିଥିଲି | କିନ୍ତୁ ମୁଖ୍ୟରାସ୍ତା ପାରହେଲା ପରେ ଫିତା ବାନ୍ଧିବାକୁ ସ୍ଥିର କରିଥିଲି | ସେଇଆ କଲି | ଫିତା ବାନ୍ଧିବା ପ୍ରକ୍ରିୟାରେ ମୋ ଶରୀରର ଉପର ଭାଗ ଅଂଟାରୁ ପ୍ରାୟ ୧୩୦ ଡିଗ୍ରୀ ତଳକୁ ଲଇଁ ଯାଇଥିଲା ଏବଂ ସେହି ମୁଦ୍ରାରେ ଫିତା ବନ୍ଧା ସରିଲା | 

ଆମେ ପୁଣି ଚାଲିଲୁ | ୧୯୫୧-୫୨ ମସିହା ର ଗୋଟିଏ ଘଟଣା ମନେ ପଡିଲା | ସୁନ୍ଦରଗଡ ରେ ଜିଲାପାଳ ଥିଲେ ଏନ୍ ଦତ୍ତ ମଜୁମଦାର |ଏକ ଦୀର୍ଘକାୟ ଗୌରବର୍ଣ ଏବଂ ଉନ୍ନତ ନାସିକା ଯୁକ୍ତ ବ୍ୟକ୍ତିତ୍ବ | ମୋ ବାପା ଥିଲେ , ଏଡିଏମ୍ | ମୁଁ ଥିଲି ନ ବର୍ଷର | ଆମେ ଭାଇ ଭଉଣୀ କଲେକ୍ଟର ବଂଗଳାକୁ ଅନେକ ସମୟରେ ଯାଇ ସେଠି ତାଂକ ପିଲାଂକ ସହିତ ଖେଳାଖେଳି କରୁଥିଲୁ ,ଜାମୁକୋଳି ଖାଉଥିଲୁ | ଦିନେ ଦେଖିଲି ଗୋଟେ ଚୌକୀରେ ଜିଲାପାଳ ବସିଚନ୍ତି; ଆଉ ଜଣେ ସେବକ ତାଂକୁ ଯୋତା ପିନ୍ଧାଉଚି ଏବଂ ଯୋତା ଫିତା ବାଂଧୁଚି | ସେତେବେଳେ ୫୫ ବର୍ଷରେ ସରକାରୀ କର୍ମଚାରୀ ମାନେ ଅବସର ନେଉଥିଲେ | ତେଣୁ ମୋର ମନେହୁଏ ଜିଲାପାଳ ୫୨-୫୩ ବର୍ଷ ବୟସ୍କ ହୋଇଥିବେ | ସେବକର ସହାୟତା ହୁଏତ ସ୍ବାସ୍ଥ୍ୟ କାରଣରୁ ହୋଇଥାଇପାରେ ଅଥବା ପଦବୀ ର ଅହଂକାର ଯୋଗୁଁ | 

ଚବିଶ ବର୍ଷ ପରେ ମୁଁ ସୁନ୍ଦରଗଡ ଜିଲାପାଳ ହେଲାବେଳେବି ପିଲାଦିନର ସେଇ ଜାମୁକୋଳି ଗଛ ଥାଏ। ମୁଁ ପୁଣି ଜାମୁକୋଳି ଖାଇଲି। ଆଜି ୭୪ ବର୍ଷ ବୟସରେ ଠିଆ ହୋଇଥିବା ଅବସ୍ଥାରୁ ଲଇଁ ରାସ୍ତା କଡରେ ଅନାୟାସରେ ନିଜ ଯୋତାର ଫିତା ବାନ୍ଧିବା ସାମର୍ଥ୍ୟ ଉପଭୋଗ୍ୟ ହୋଇଥିଲା |

 ବନ୍ଧୁ ଆନନ୍ଦରେ ଏହି ଅନୁଭୁତି ଶୁଣିଲେ ଏବଂ ୧୯୬୫-୬୬ ମସିହାରେ ମାଉନ୍ଟ ଆବୁ ରେ ପୁଲିସ୍ ଟ୍ରେନିଂଗ୍ ନେଉଥିବା ବେଳର ତାଂକ ରୁମ୍ ରେ ରହୁଥିବା ଜଣେ ସହକର୍ମୀଂ କ ସେବକ ଠାରୁ ସାହାଯ୍ୟ ନେବା ପ୍ରବୃତ୍ତି ସମ୍ପର୍କରେ କହିଲେ |

************
January 4, 2017

Thursday, 3 January 2019

ଅପବ୍ୟୟ

ଅପବ୍ୟୟ


ଆଜି ସକାଳେ ବୁଲିବା ବେଳେ ଗୋପାଳକୁ କହିଲି ," ଗୋପାଳ ; ତୁମେ ରାଜ୍ୟ ସରକାରଙ୍କ ଜଣେ ଅନୁଭବି ଏବଂ ପ୍ରବୀଣ ବିତ୍ତ ପରାମର୍ଶଦାତା ଥିଲ ; କହିଲ ତୁମେ ଏପର୍ଯ୍ୟନ୍ତ ବ୍ୟକ୍ତିଗତ କ୍ଷେତ୍ରରେ କେତେ ଅପବ୍ୟୟ କରିଛ ?" ଏମିତି ପ୍ରଶ୍ନ ପାଇଁ ସେ ପ୍ରସ୍ତୁତ ନଥିଲା ; କିନ୍ତୁ ଉତ୍ତର ଦେବାପାଇଁ ପଛେଇଲାନି | 

କହିଲା ," ମୁଁ ପିଲାଦିନୁ ଆର୍ଥିକ ଅନାଟନ ଭିତରେ ବଡ ହେଇଚି ; ତେଣୁ ପଇସାର ସଦଉପଯୋଗ ପାଇଁ ସବୁବେଳେ ସତର୍କ ରହିଆସିଛି | ମୋର ପରିବାର ଟି ବଡ | ପିଲାମାନଙ୍କୁ ଭଲ ଶିକ୍ଷାଦେବା ; ବିବାହ କରେଇବା ; ରହିବାପାଇଁ ଘରଟିଏ କରିବା --  ମୋ ପାଇଁ ସବୁବେଳେ ବଡ ଆହ୍ବାନ ଥିଲା | ଅର୍ଥ ଅପଚୟ କରିବା ପାଇଁ ନା ଅର୍ଥ ଥିଲା ନା ପରିବେଶ | 

ମୁଁ କିନ୍ତୁ କହିଲି , 'ମନେ ପକାଅ; କାହାକୁ ହୁଏତ ଋଣ ଦେଇଥିଲ ଆଉ ସେ ତୁମକୁ ଠକିଦେଲା !! " ତାର ସେମିତି ଗୋଟିଏ ଘଟଣା ମନେପଡ଼ିଲା | ଲୋକଟି ତା ପତ୍ନୀଙ୍କ ସହପାଠୀ ଥିଲା ; ଭର ଘରର ଲୋକଟିଏ ; ଦିନେ ଆସି କହିଲା ତା ପୁଅର ଇଞ୍ଜିନିଅରିଙ୍ଗ କଲେଜ ଆଡମିସନ ର ଶେଷ ଦିନ ; ଦଶ ହଜାର ଟଙ୍କାର ନିହାତି ଆବଶ୍ୟକତା ଅଛି | ମାସକ ଭିତରେ ଫେରାଇବା ପ୍ରତିଶୃତି ମଧ୍ୟ ଦେଲା | ମୁଁ ମନା କରି ପାରିଲିନି | କିନ୍ତୁ ଟଙ୍କା ନେଲା ପରେ ମାସକ ଭିତରେ ମାତ୍ର ଦୁଇହଜାର ଫେରାଇଲା; ତାପରେ ଲୁଚିଲା | ଗୋପାଳ ପୁଲିସ ସହାୟତା ପାଇଁ ଚେଷ୍ଟା କଲା ; କିନ୍ତୁ ଜଣେ ଭଲ ପୁଲିସ ବାବୁ କହିଲେ, "ତାଙ୍କୁ ଟଙ୍କା ଦେଲେ କାହିଁକି ?" ଗୋପାଳ ଦେଖିଲା, ଆଉ କିଛି କରିହବନି ; ଦୁଃଖ କଲା; ଆଉ ଧୀରେଧୀରେ ଭୁଲିଗଲା | ଆଜି କହୁଥିଲା " ସାର , ମୋର ଏଇ ଗୋଟିଏ ଘଟଣା ମନେପଡୁଛି, ଯେଉଁଟା ଆପଣ ଅପବ୍ୟୟ ଭାବରେ ଗ୍ରହଣ କରି ପାରନ୍ତି |" 

ଆଜି ଆଉ ଜଣେ ଦେଖାହେଲେ |ସେ ବ୍ୟବସାୟ କରେ | ବିଦେଶରୁ ଫେରିଥିଲା | ମୁଁ ପଚାରିଲି," ଟିକିନା , କୁଆଡେ ଯାଇଥିଲ ?" ସେ ଅଳ୍ପ ହସି କହିଲା ," ଅଙ୍କଲ; ମୋ ବିବାହର ପନ୍ଦର ବର୍ଷ ପୂର୍ତ୍ତି ଉପଲକ୍ଷରେ ଆମ ସାଙ୍ଗମାନେ କହିଲେ ବିଦେଶ ଯିବା | ପିଲାଛୁଆ ମିଶି ପଇଁଚାଳିଶ ; ପ୍ରତ୍ୟେକ ପରିବାର ଯାତ୍ରା ଖର୍ଚ ନିଜେନିଜେ ବହନ କଲେ ; କିନ୍ତୁ ସିଙ୍ଗାପୁରରେ ରହିବା; ଖାଇବା , ବୁଲିବା ଖର୍ଚ ଦାୟିତ୍ୱ ଥିଲା ମୋର |" ମୁଁ ପଚାରିଲି "କେତେ ଖର୍ଚ ହେଲା ?" ସେ କହିଲା, " ଅଙ୍କଲ, ବେଶୀ ହେଇଗଲା; ବାର ଲକ୍ଷ ଟଙ୍କା ଖର୍ଚ ହେଲା |" 

ମୁଁ ଭାବିଲି ଇଏବି ତ ଗୋଟିଏ ଅନାବଶ୍ୟକ ବ୍ୟୟ ; କିନ୍ତୁ ଯେହେତୁ ତାର ଉପାର୍ଜନ ବେଶୀ ,ଆଉ ତା ସମାଜରେ ଏହିଭଳି ଖର୍ଚ ଉଣା ଅଧିକେ ସବୁ ଯୁବକ ଯୁବତୀ କରନ୍ତି , ସେ ଏହି ଖର୍ଚକୁ ଅପବ୍ୟୟ ଭାବରେ ଗ୍ରହଣ କରୁନି | ଅପବ୍ୟୟର ପରିଭାଷା ମଧ୍ୟ ବ୍ୟାପକ | ମନେକରନ୍ତୁ ଜଣେ ଅଧିକ ଉପାର୍ଜନ ପାଇଁ ଶେୟାର ବଜାର ରେ ରୁଚି ରଖିଲା କିନ୍ତୁ କ୍ଷତି ହେଲା | ଏହାକୁ କିଏ ଅପବ୍ୟୟ କହିବ; କିନ୍ତୁ ଆଉ କିଏ ହୁଏତ କହିବନି | ପରିସ୍ଥିତି ସ୍ଥିର କରେ କେଉଁଟା ଅପବ୍ୟୟ ; କିନ୍ତୁ ବିବେକ ଅନୁଯାୟୀ ଖର୍ଚ କଲେ ଅପବ୍ୟୟର ସମ୍ଭାବନା ନିଶ୍ଚୟ କମ ରହିଥାଏ I

*******
3rd January, 2018