Saturday 22 December 2018

ବୃକ୍ଷରୋପଣ କାର୍ଯ୍ୟକ୍ରମ

ଅଜା , ଜେଜେବାପା ଲଗେଇଥିବା ଗଛରୁ ଆଜି ଆମ ରାଜ୍ୟର ଅସଂଖ୍ୟ ପରିବାର ତାଂକ ବାଡିର ନଡିଆ , ପଇଡ ଭୋଗ କରୁଛନ୍ତି | ଆଜି ମଧ୍ୟ ଏହି ପରମ୍ପରା ଜଣେ ବୃଦ୍ଧକୁ ଗୁଣ୍ଡିଚା ଦିନ ତା ବାଡିରେ ଛୋଟ ନଡିଆ ଗଛଟିଏ ପୋତିବାକୁ ପ୍ରେରଣା ଦେଇଥାଏ | 
କିନ୍ତୁ ଆମ ସରକାର ଯେତେବେଳେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସମ୍ପର୍କରେ ନିଷ୍ପତ୍ତି ନିଅନ୍ତି , ବହୁଳ ଅର୍ଥ ବରାଦ ହୁଏ , ଶାମିଆନା ଟଣାହୁଏ ; ଗାଲିଚା ବିଛାଯାଏ; ଟେବୁଲ ଚୌକୀ ଆସେ; ଦାମୀ ଫୁଲରେ ମଣ୍ଡପ ସଜା ହୁଏ ; ଡାକବାଜି ଯନ୍ତ୍ର ବ୍ୟବସ୍ଥା ହୁଏ; ପ୍ରେସ୍ ପ୍ରତିନିଧି କାମେରା , କଲମ ଇତ୍ୟାଦି ଧରି ଆସନ୍ତି ; ଭୋଜିଭାତ ହୁଏ ; ଭିଆଇପି କଷ୍ଟରେ କମରକୁ ଅଲ୍ପ ଲୁଆଇଁ ଚାରାଟିକୁ ଆଗରୁ ଖୋଳାହେଇଥିବା ଗାତ ଭିତରକୁ ଫୋପାଡିଦେଇ କାମେରାକୁ ଚାହିଁ ସ୍ବଳ୍ପ ହସିଦିଅନ୍ତି ଆଉ ପାଣିଝରାଟିଏ ଧରି ଦଶ ସେକେଣ୍ଡ ଚାରାଉପରେ ଆଶୀର୍ବାଦ ସ୍ବରୁପ ପାଣି ଛିଂଚି ଦିଅନ୍ତି ଏବଂ ଆଗରୁ ଲେଖା ହେଇଥିବା ଦୁଇ ଧାଡି ମାଇକ ଆଗରେ ପଢିଦେଲା ବେଳେ ସମସ୍ତେ କାଗଜ ପ୍ଲେଟରୁ ସିଂଘଡା ଖାଇବାରେ ବ୍ୟସ୍ତ ଥାଆନ୍ତି | ଶୁଭ ଦିଆଯିବା ପରେ ଆମନ୍ତ୍ରିତ ବ୍ୟକ୍ତିମାନେ ଯିବାପରେ କିଛି ଚାରା ରୋପଣ ହୁଏ ଏବଂ ଏବଂ ଠିକାଦାର ତାର ବାଡରେ ଚାରାକୁ ସୁରକ୍ଷିତ ରଖିବା ଦାୟିତ୍ବ ନିର୍ବାହ କରେ | ମିଡିଆରେ ଏହି ଯୁଗାନ୍ତକାରୀ ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଏ | ବେଶ୍ , ଏତିକି | ସମସ୍ତ ସମ୍ପୃକ୍ତ ବ୍ୟକ୍ତି ଏସମ୍ପର୍କରେ ଆଉ ଚିନ୍ତା କରନ୍ତି ନାହି | ଯେମିତି ଜଗନ୍ନାଥ ବନ ପ୍ରକଳ୍ପ | କେତେ ଗଚ୍ଛ ବଂଚିଲା ; କେବେ ଠାକୁରଂକ ରଥ ପାଇଁ ଏହି ପ୍ରକଳ୍ପରୁ କାଠ ବାହାରିବ, ସେ କଥା ଅପ୍ରାସଂଗିକ ହେଇଯାଏ ସମସ୍ତଂକ ପାଇଁ |
 ଏବେ ପୁଣି ଆଉ ଗୋଟିଏ ଐତିହାସିକ ନିଷ୍ପତ୍ତି ହେଇଚି ; ନଈକୁଳରେ କୋଟିଏ ଗଚ୍ଛ ଲାଗିବ | ନଈବନ୍ଧରେ ବାଜା ବାଜିବ, ଭୋଜିଭାତ ହବ | ଆମେ ପୁଣି ଆନନ୍ଦ ନେବା |

*******
22nd December, 2018

No comments:

Post a Comment