Thursday 27 December 2018

ଓଡିଶା ପାଇଁ ଆର୍ଥିକ ସ୍ୱତନ୍ତ୍ରତା ର ଆବଶ୍ୟକତା କାହିଁକି ?


 ଓଡିଶା ପାଇଁ ଆର୍ଥିକ ସ୍ୱତନ୍ତ୍ରତା ର ଆବଶ୍ୟକତା କାହିଁକି ?


" ବିକାଶ କଣ ତାହା ଆମେ ପ୍ରଦର୍ଶନ କରିଦେବୁ ; ଦକ୍ଷିଣ ପୂର୍ବ ଏସିଆ ର ବିକଶିତ ରାଷ୍ଟ୍ର ଭଳି ଆମ ରାଜ୍ୟ ହେଇ ପାରିବ | ଏଥିପାଇଁ ଆମକୁ ଆର୍ଥିକ ସ୍ୱତନ୍ତ୍ରତା ଦିଆଯାଉ "| ଏହି ମର୍ମରେ ବିଜେଡି ଅଧ୍ୟକ୍ଷ ଉଦ୍ବୋଧନ ଦେଇଥିବା ପ୍ରକାଶିତ ହୋଇଛି | ଶାଣିତ ଭାଷାରେ ଏହି ଉଦ୍ବୋଧନ ନିଶ୍ଚୟ ଶୃତିମଧୁର ହୋଇଥିବ | ଏହା ଏକ ଐତିହାସିକ ସନ୍ଦେଶ ଭାବରେ ଚିତ୍ରଣ ହୋଇଥିବା ଦୃଷ୍ଟିରୁ ଏହାର ଏକ ନିରାସକ୍ତ ତର୍ଜ୍ଜମା ଆବଶ୍ୟକ ମନେହୁଏ |
ଓଡିଶା ରାଜ୍ୟ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗବିଶେଷ ; ଭାରତର ସମ୍ବିଧାନ ଦ୍ୱାରା ଆମ ଦେଶ ପରିଚାଳିତ | ରାଜ୍ୟ ଓ କେନ୍ଦ୍ର ର ଆର୍ଥିକ ପରିଚାଳନା ସମ୍ବିଧାନରେ ଥିବା ବ୍ୟବସ୍ଥା ଦ୍ୱାରା ସମ୍ପାଦିତ ହୁଏ | ଅନୁସୃତ ବ୍ୟବସ୍ଥାର ଶୃଙ୍ଖଳା ମଧ୍ୟରେ ଭାରତ ର ବିଭିନ୍ନ ରାଜ୍ୟ ନିଜ ବିକାଶ କରୁଛନ୍ତି | ଏହି ବ୍ୟବସ୍ଥାରେ ଯେମିତି ଆନ୍ଧ୍ର ପ୍ରଦେଶ ପରିଚାଳିତ ହେଉଛି ପଶ୍ଚିମବଙ୍ଗ , ରାଜସ୍ଥାନ , ଓଡିଶା ଓ କର୍ଣାଟକ ମଧ୍ୟ ପରିଚାଳିତ ହେଉଛନ୍ତି | ଯଦି ଏହି ସମସ୍ତ ରାଜ୍ୟ ପ୍ରଚଳିତ ଆର୍ଥିକ ବ୍ୟବସ୍ଥାରେ ସମଭାବରେ ପ୍ରଭାବିତ ହେଉଛନ୍ତି, ତେବେ ସେଇ ରାଜ୍ୟମାନଙ୍କ ମଧ୍ୟରେ ବିକାଶରେ ତାରତମ୍ୟ ରହିଛି କାହିଁକି ?
ଉଦାହରଣ ଏହି ମନ୍ତବ୍ୟକୁ ସ୍ପଷ୍ଟ କରିବ | ଯୋଜନା କମିଶନଙ୍କ ପରିସଂଖ୍ୟାନ ଅନୁଯାୟୀ ୨୦୧୩-୧୪ ରେ ଓଡ଼ିଶାରେ ଉତ୍ପାଦିତ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ମୋଟ ଉତ୍ପାଦନ ମୂଲ୍ୟ ଥିଲା ୨୩୦୯୯ କୋଟି ଟଙ୍କା ; କିନ୍ତୁ ଆନ୍ଧ୍ର ର ପରିମାଣ ଥିଲା ୮୭୩୨୫ କୋଟି ଟଙ୍କାର ; କର୍ଣାଟକ (୪୧୧୫୧ କୋଟି); ରାଜସ୍ଥାନ (୪୯୬୫୮ କୋଟି); ପଶ୍ଚମ ବଙ୍ଗ ( ୬୨୪୨୦ କୋଟି) | ଉଦ୍ୟୋଗ କ୍ଷେତ୍ରରେ ଏହି ପରିମାଣ -- ଓଡିଶା (୫୨,୨୧୪ କୋଟି) ; ଆନ୍ଧ୍ର (୧୦୬୮୦୧ କୋଟି); କର୍ଣାଟକ (୮୫୨୨୧ କୋଟି); ରାଜସ୍ଥାନ (୬୯୯୩୩ କୋଟି) ଓ ପଶ୍ଚିମବଙ୍ଗ (୭୨୩୬୨ କୋଟି) | ପ୍ରତି ୧ହଜାର ଜନ୍ମିତ ଜୀବିତ ସନ୍ତାନ ମଧ୍ୟରୁ ଶିଶୁ ମୃତ୍ୟୁ ହାର ଏହି ରାଜ୍ୟ ମାନଙ୍କରେ ୨୦୧୬ ମସିହାରେ ଥିଲା ଯଥାକ୍ରମେ -- ୪୪, ୩୪, ୨୪, ୪୧ ଓ ୨୫ | ଦେଶର ସମଗ୍ର ଉତ୍ପାଦନ (ଜିଏସଡ଼ିପି ) ର ୧୪.୪୨% ଭାଗ ଥିଲା ମହାରାଷ୍ଟ୍ର ର , ପଶ୍ଚିମବଙ୍ଗ ଭାଗ ଥିଲା ୬.୭୫%' କର୍ଣାଟକର; ୫.୮୭%, ରାଜସ୍ଥାନ ର ଭାଗ ଥିଲା ୪.୯୪% ' ଆନ୍ଧ୍ର ର ୪.୪୩% ଓ ଓଡ଼ିଶାର ଥିଲା ମାତ୍ର ୨.୬୧% |
ଏହି ଚିତ୍ରରୁ ଜଣାପଡେ ଆମେ କେମିତି ବିକାଶ ପ୍ରଦର୍ଶନ କରୁଛେ | ଯଦି ଆମେ କୌଣସି କାରଣରୁ ଆର୍ଥିକ ସ୍ୱତନ୍ତ୍ରତା ପାଇବା , ତାହାହେଲେ ରାଷ୍ଟ୍ରର ଅନ୍ୟ ରାଜ୍ୟମାନେ ମଧ୍ୟ ପାଇବେ | ଆଜିର ଶୃଙ୍ଖଳା ଭିତରେ ଥାଇ ଯଦି ଆନ୍ୟ ରାଜ୍ୟମାନେ ଆମ ରାଜ୍ୟ ତୁଳନାରେ ଅଧିକ ଫଳପ୍ରଶୁ ହେଇପାରିଛନ୍ତି ତେବେ ସ୍ୱତନ୍ତ୍ରତା ପାଇଲେ ସେ ତ ଆକାଶ ଛୁଇଁବେ ; ଆମେ କେଉଁଠି ଥିବା ?
ପ୍ରାୟ  ଦୁଇ ଦଶନ୍ଧି କାଳ  ଶାସନରେ ଥିବା ସତ୍ତ୍ୱେ ଓଡ଼ିଶାର ବିକାଶ ଗତି ନୈରାଶ୍ୟଜଣକ | ଏହା ଜଣ ଅସନ୍ତୋଷ  ସୃଷ୍ଟି କରିବା ସ୍ୱାଭାବିକ | ଏହି ସମ୍ଭାବନାକୁ ଏଡ଼ାଇବା ପାଇଁ ଆର୍ଥିକ ସ୍ୱତନ୍ତ୍ରତା ପ୍ରସଙ୍ଗ ଉତଥାପାନ କରାଯାଇଥିବା ମନେହୁଏ |

*********  

No comments:

Post a Comment