Monday 24 December 2018

ଅଜା ଆଈଙ୍କ ବାଘମାମୁ ଓ ବୁଢ଼ୀ ଅସୁରୁଣୀ ଗପ


ଛୋଟ ପିଲାମାନେ ଗପ ଶୁଣିବାକୁ ଭଲ ପାଆନ୍ତି : ଶୋଇବା ବେଳେ ଏହି ଆବଶ୍ୟକତା ତାଂକର ବେଶୀ ଦେଖା ଯାଏ | ଘରେ ଯଦି ଜେଜେବାପା ଜେଜେମା ବା ଅଜା, ଆଈ ଥାଆନ୍ତି , ତେବେ ଗପ ଶୁଣାଇବା ସେମାନଂକ ର ଦାୟିତ୍ବ ହେଇଥାଏ | କାଳକାଳ ରୁ ଆମ ଘର ମାନଂକରେ ଛୋଟ ପିଲାଂକ ମନପସନ୍ଦ ଅସୁର ଅସୁରୁଣୀ କଥା; ବାଘମାମୁ କଥା ; ପରୀ କଥା : ରାଜକୁମାରୀ କଥା ଇତ୍ୟାଦି ଗପ ଚଳି ଆସିଚି | ଏମିତି ଗପ ଗୁଡିକର ସଂକଳନ ଆବଶ୍ୟକ ହେଲାଣି | ଲିଖିତ ମାଧ୍ୟମରେ ତ ହେବା ଉଚିତ ; କିନ୍ତୁ ବେଶୀ ଭଲ ହବ ଏହି ଗପ ଗୁଡିକ ପୁସ୍ତକରେ ଲିପିବଦ୍ଧ ହେବା ସହିତ କାହାଣୀ ଗୁଡିକ ଉପଯୁକ୍ତ ଶୈଳୀରେ କୁହାଯାଇ  ରେକର୍ଡ଼ କରାଯିବ | ୟୁ ଟ୍ୟୁବ ରେ ଏହି ରେକର୍ଡ  ହେଇଥିବା ଗପଗୁଡିକ ଛୋଟ ପିଲା ମାନେ ଶୁଣିବେ | ନାନା କାରଣ ଯୋଗୁଁ ଅନେକ ପିତା ମାତା ଓଡ଼ିଆ ପଢି ପାରୁ ନାହାନ୍ତି ; କିନ୍ତୁ ଏପର୍ଯ୍ୟନ୍ତ ପରିବାରରେ ସେମାନେ ଓଡ଼ିଆ କହୁଚନ୍ତି ବା ଓଡ଼ିଆ କଥା ବୁଝି ପାରୁଚନ୍ତି | ଭାଷା କହିବା ଏବଂ ବୁଝିବା ସହଜରେ ଲୁପ୍ତ ହେବନି ; ବରଂ ବିଦେଶରେ ବା ଆମ ଦେଶର ବିଭିନ୍ନ ଅଂଚଳରେ ବାସ କରୁଥିବା ଓଡ଼ିଆ ପରିବାର ସେମାନଂକ ଛୋଟ ପିଲା ମାନଂକୁ ଓଡ଼ିଆ ଗପ ୟୁ ଟ୍ୟୁବ ମାଧ୍ୟମରେ ଶୁଣାଇ ପାରିବେ |
ଆଜି ଏହି ମର୍ମରେ ଜଣେ ବନ୍ଧୁ ତାଂକର ସଂକଳ୍ପ ସମ୍ବନ୍ଧରେ ମୋତେ ସୂଚନା ଦେଲେ ଏବଂ ମୋର ମତାମତ ଜାଣିବାକୁ ଚାହିଁଲେ | ଶୁଣି ମୁଁ ଆନନ୍ଦିତ ହେଲି |  ସେ ଅବଶ୍ୟ ପ୍ରଥମେ ଆମ ଭାଷାର ମହାରଥୀ ମାନଂକର ରଚନା ଗୁଡିକ  ଶବ୍ଦ ମାଧ୍ୟମରେ ସୁରକ୍ଷିତ ରଖିବା ଯୋଜନା ରଖିଛନ୍ତି |ଏହା ମଧ୍ୟ ଅତ୍ୟନ୍ତ ଅଭିନନ୍ଦନୀୟ ପଦକ୍ଷେପ | ଅମେ ସମସ୍ତେ ତାଂକ ଉଦ୍ୟମରେ ସହାୟକ ଭୁମିକା ବହନ କରିବାକୁ ଅନୁରୋଧ କରୁଚି | କିନ୍ତୁ ଅବିଳମ୍ବେ ଛୋଟ ପିଲାଙ୍କ ପାଇଁ ପୁରୁଷ ପୁରୁଷ ଧରି ଯେଉଁ ଗପ ଗୁଡିକ ଚାଲି ଆସିଛି ସେଗୁଡିକର ରେକର୍ଡିଙ୍ଗ ଅବିଳମ୍ବେ ହେଉ | ବିଦେଶ ରେ ବସବାସ କରୁଥିବା ଉଦ୍ୟୋଗୀ ଓଡ଼ିଆ ବନ୍ଧୁମାନଙ୍କ ମଧ୍ୟରୁ କେତେଜଣ ଏହି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ନିବେଦନ କରୁଛି | ଆମ ମାତୃଭାଷା ଅମର ହେଉ ; ଯୁଗେ ଯୁଗେ ଏହାର ଗାରିମା ଅକ୍ଷୁର୍ଣ ରହୁ |

********
24th December, 2016

No comments:

Post a Comment