Sunday 23 December 2018

ଭାବିଥିଲି, ରାତି ପାହିବନି

ଗତକାଲି ଥିଲା ବର୍ଷର ଦୀର୍ଘତମ ରାତ୍ରି | ଭାବିଲି ଏଥର ସୁର୍ଯୋଦୟ ହେବ ; ଆଲୋକ ରାଜତ୍ୱ କରିବ | ଯନ୍ତ୍ରଣାର ଅନ୍ତ ହେବ ; ମୁଢତା ଅପସରିଯିବ ଏବଂ ଜ୍ଞାନର ରାଜତ୍ୱ ହେବ | ଏହି ଭାବନା କେତେବର୍ଷ ପୂର୍ବେ ଡିସେମ୍ବର ବାଇଶ ତାରିଖରେ ମଧ୍ୟ ମନକୁ ଆସିଥିଲା | ସେହି ଭାବନା ର ପ୍ରତିଫଳନ ରେ ଦୁଇଧାଡ଼ିର ଗୋଟିଏ କବିତା ଲେଖିଥିଲି | ଆଜି ଏହାକୁ ପଢି ଭାବିଲି ପୁଣି ଥରେ ସେଇ ଦୁଇ ଧାଡିକୁ ସାମାନ୍ୟ ପରିବର୍ତ୍ତନ କରି ଦୋହରାଇବି |
ଭାବିଥିଲି, ରାତି ପାହିବନି

"ଭାବିଥିଲି, ରାତି ପାହିବନି,
କିନ୍ତୁ ବାଡି ଧରି ଲୋକେ
ପ୍ରାୟ କୋଡିଏ ଫୁଟିଆ ଢାମଣା ଟାକୁ
ପିଟି ପିଟି ଜଙ୍ଗଲକୁ ଘଉଡେଇ ଦେଲେ
ଲମ୍ବା ରାତି ସାରା
ଫଁଫଁ କରି ଶୁଆଇ ଦଉ ନ ଥିଲା |
ଏତେଦିନ ପରେ
ପୁଣି ଥରେ ପାହାନ୍ତିଆ କଜଳପାତି
ଗୀତ ଶୁଭିଲା |"
*********

No comments:

Post a Comment