Friday, 12 March 2021

ନୂତନ ବର୍ଷ ୨୦୨୧ ର ପ୍ରଥମ କୋଡିଏ ଦିନର ଭାବନା

ଅନେକେ ମଂଚରେ ଥିବାବେଳେ ଭାବନ୍ତି ସେମାନେ ନିତାନ୍ତ ଲୋକପ୍ରିୟ ; କିନ୍ତୁ ଅଧିକାଂଶଙ୍କ କ୍ଷେତ୍ରରେ ସେମାନେ ମଞ୍ଚରୁ ବିଦାୟ ନେବା ଅସଂଖ୍ୟ ଲୋକଙ୍କୁ ଖୁସି କରିଥାଏ | ଟ୍ରମ୍ପଙ୍କ କ୍ଷେତ୍ରରେ ସେଇ ଅବସ୍ଥା | ତଥାପି ଆମ ତଥାକଥିତ ନେତାମାନେ ଏହି ସତ୍ୟତା ସ୍ଵୀକାର କରିବା ପାଇଁ ନାରାଜ | ରାତିଅଧରେ ହଜାରେ ବା ପାଞ୍ଚ ହଜାର ନେଇ ସକାଳେ ଆନୁଗତ୍ୟର ମୋହର ଲଗେଇ ପାଞ୍ଚବର୍ଷ ପାଇଁ ନିଜ ଭାଗ୍ୟ ବିକିଦେବା ଘଟଣା ଖବର ହୁଏନାହିଁ ; କିନ୍ତୁ କ୍ଷୁଧା ଜର୍ଜରିତ ଜନନୀ ଶିଶୁକୁ ଆସନ୍ନ ମୃତ୍ୟୁରୁ ବଂଚେଇବା ପାଇଁ ଆର୍ଥିକ ସ୍ୱଚ୍ଛଳ ପରିବାରକୁ କିଛି ଟଙ୍କା ବଦଳରେ ଦାନ ଦେଇଥିବା ଖବର ଦୁନିଆ ରେ ଚହଳ ପକାଏ | ଏମିତି ମୂଲ୍ୟବୋଧ କାହିଁକି ? ଆମ ରାଜ୍ୟର କୌଣସି ଏକ ନିରୋଳା ମନୋରମ ବେଳାଭୂମି ରେ ବା ଚିଲିକା ତୀରରେ ଏକ ବିଶ୍ୱସ୍ତରୀୟ କନଭେନସନ କେନ୍ଦ୍ର , ନିକଟରେ ୨/୩ ଟି ୫/୭ ତାରକା ହୋଟେଲ ଏବଂ ଚତୁର୍ପାଶ୍ୱରେ ବିସ୍ତିର୍ଣ ଉଦ୍ୟାନ ର ଏକ ଅନନ୍ୟ ପର୍ଯ୍ୟଟନ ହବ୍ ବିକାଶ କରିବା ବିଚାର୍ଯ୍ୟ । ବିଜୁ ସେତୁ ନିର୍ମାଣାଧୀନ ଅବସ୍ଥାରେ ଭୁଶୁଡିବା ଖବର ପଢି ମର୍ମାହତ ହେଲି | ଯଦି ନିମ୍ନମାନର ନିର୍ମାଣ କରି ପଇସା ଖାଇବା ଉଦ୍ଦେଶ୍ୟ ଥିଲା ତେବେ ପ୍ରକଳ୍ପର ନାମ ଦୁର୍ଜେୟ ବିଜୁଙ୍କ ନାମରେ ନାମିତ କଲ କାହିଁକି ? ବିଜୁଙ୍କ ଏକ ଅନନ୍ୟ ସୃଷ୍ଟି ଥିଲା ପାରାଦୀପ ବନ୍ଦର ଯାହାର ପରିଚାଳନା ଦାୟିତ୍ୱ ପାଞ୍ଚବର୍ଷ ପାଇଁ ମୁଁ ନିର୍ବାହ କରିଥିଲି |ବହୁତଳ ଟ୍ରେଡ଼ ସେଣ୍ଟର ନିର୍ମାଣ ହେଇଥିଲା | ଆଇରନ ଓର ବର୍ଥ ନିର୍ମାଣ ହେଇଥିଲା ନିତାନ୍ତ ଯତ୍ନର ସହିତ | ପୁଣେରେ CWPRS ପରୀକ୍ଷାଗାର ରେ ଏହି ବର୍ଥ ର ମଡେଲ ଅଛି | ଜିଜ୍ଞାସା ହେଲା ଜାଣିବା ପାଇଁ ଯେ କେତେ ଭୟାନକ ତୋଫାନ ଏହି ବର୍ଥକୁ ପ୍ରଭାବିତ କରିବ |ବୈଜ୍ଞାନିକ ମଡେଲ ରେ କୃତ୍ରିମ ଉପାୟରେ ଭୟାନକ ତୋଫାନ ସୃଷ୍ଟି କରି ମୋତେ ଦେଖେଇଲେ | ଆଶ୍ଚର୍ଯ୍ୟ ହେଇ ଦେଖିଲି ଅତ୍ୟନ୍ତ ଭୟଙ୍କର ତୋଫାନ ରେ ମଧ୍ୟ ବର୍ଥ ପାଖ ଜଳ ପ୍ରଶାନ୍ତ ରହିଛି | ବହୁତ ତୋଫାନ ଟ୍ରେଡ଼ ସେଣ୍ଟର ଦେଖିଚି; ଅକ୍ଷୁର୍ଣ୍ଣ ରହିଛି |ଆଜି ସେହି ଐତିହ୍ୟ ତାଙ୍କ ଦାୟାଦ ମାନେ ରକ୍ଷା କରିବାରେ ବିଫଳ ହେଇଛନ୍ତି | ବିଜୁ ସେତୁର ଗର୍ଭାଶୟରେ ମୃତ୍ୟୁ ହେଉଛି ଆଜି ଗୋଟିଏ ସଦ୍ୟପ୍ରସ୍ତୁତ ଉଷ୍ମ କଚୋଡ଼ି ଖାଇବା ପରେ ଭାବିଲି ଏଭଳି ଏକ ଅନନ୍ୟ ସ୍ୱାଦିଷ୍ଟ ଜଳଖିଆକୁ କେବଳ ଅତ୍ୟଧିକ ତେଲରେ ଛଣା ଜଳଖିଆ ହେଇଥିବା ଯୋଗୁଁ ଏଯାଏଁ ବର୍ଜନ କରି ମୁଁ ମୋ ପ୍ରତି ଘୋର ଅନ୍ୟାୟ କରିଛି | ନୂଆହାଟ ଓଡ଼ିଶାରେ ପାନ ବ୍ୟବସାୟର ଏକ ପ୍ରାଚୀନ ମୁଖ୍ୟ ବଜାର | ସକାଳୁ ବଜାର ଚଳଚଂଚଳ ହେଇଯାଏ | ଶହଶହ କ୍ରେତା ବିକ୍ରେତାଙ୍କ ବଜାର ହୋଇଥିବା ସତ୍ତ୍ୱେ ଏଯାଏଁ ସେମାନଙ୍କ ପାଇଁ ଉନ୍ନତମାନର ବିଶ୍ରାମ ଗୃହ , ଶୌଚାଳୟ , ଭୋଜନାଳୟ; ଯାନବାହାନ ପାର୍କିଙ୍ଗ ଇତ୍ୟାଦି ମୌଳିକ ସୁବିଧା ହୋଇନଥିବା ଚିନ୍ତାର ବିଷୟ | ଏବର୍ଷ କାହାକୁ ପଦ୍ମ ପୁରଷ୍କାର ମିଳିବ କହି ପାରିବିନି ; କିନ୍ତୁ ମୁଁ ଜାନୁଆରୀରେ ମୋ ଦୃଷ୍ଟିରେ ଯୋଗ୍ୟ ବ୍ୟକ୍ତି ନାମ ସୋସାଲମିଡିଆରେ ଲେଖିବା ପସନ୍ଦ କରେ |ଗତବର୍ଷ ମୋ ପସନ୍ଦ ଥିଲେ ଯୁବପ୍ରତିଭା ପ୍ରତୀକ ପଟ୍ଟନାୟକ |ଏବର୍ଷ ମୋର ପସନ୍ଦ ବିହାରର ସେହି ସାହାସୀ କନ୍ୟା ଯିଏ ନିଜ ଅସୁସ୍ଥ ପିତାଙ୍କୁ ସାଇକଲରେ ବସେଇ ଦିଲ୍ଲୀରୁ ଘରକୁ ନେଇଥିଲେ ମଝିରେ ମଝିରେ ଆମ ମିଡ଼ିଆ କୌଣସି କାରଣରୁ ମୁଖ୍ୟମନ୍ତ୍ରୀ ମାନଙ୍କର ପ୍ରତିଯୋଗିତା କରନ୍ତି | କେତେ ଏହି ଦୌଡ଼ରେ ଭାଗ ନିଅନ୍ତି; କେଉଁମାନଙ୍କୁ ଏହି ପ୍ରତିଯୋଗିତା ଭଲ ଲାଗେ ଆଉ କିଏ ଏମିତି ବ୍ୟବସ୍ଥାକୁ ନାକ ଟେକନ୍ତି ଜାଣିବା କଷ୍ଟକର | ଫଳ ବାହାରିଲେ ପଞ୍ଝାଏ ମିଡ଼ିଆ ଲୋକେ ପ୍ରଶସ୍ତି ଗାନ ଗାଇବା ଆରମ୍ଭ କରନ୍ତି |ଏମିତ ପାଲା କାହିଁକି? ଆମ ସମୁଦ୍ର, ତରଙ୍ଗ, ବେଳାଭୂମି ସୈକତ ବିଶ୍ୱସ୍ତରୀୟ | କାରଣ ଈଶ୍ବର ପାତରଅନ୍ତର କରନ୍ତି ନାହିଁ, ଅନୁଗତଙ୍କ ମୁଣ୍ଡରେ ସୁନାକଳସ ଢାଳନ୍ତି ନାହିଁ | ବେଳାଭୂମି ବିଶ୍ଵସ୍ତରୀୟ ହେବା ନେତୃତ୍ୱର ସାମର୍ଥ୍ୟ ପ୍ରକାଶ କରେନି | କରେ ଯଦି ଆମର କୌଣସି ଶିକ୍ଷାନୁଷ୍ଠାନ, ଆମ ପୁଲିସ, ବିଶ୍ୱସ୍ତରୀୟ ହୁଏ ; ନାରୀସୁରକ୍ଷା ବିଶ୍ୱସ୍ତରୀୟ ହୁଏ | ଆଜି ସକାଳେ ବୁଲିବାବେଳେ ବୈଷ୍ଣବଙ୍କ ସଂଗେ ଦେଖାହେଲା | ଅନେକ ଗୁରୁତ୍ୱପୁଣ୍ଣ ସରକାରୀ ପଦବୀ ଅଳଙ୍କୃତ କରି ନିଜ କର୍ତ୍ତବ୍ୟନିଷ୍ଠା ପ୍ରଦର୍ଶନ କରି ସେ ବେଶ ସୁନାମ ଅର୍ଜନ କରିଥିଲେ | ଅବସର ପରେ ଲୋକଙ୍କ ସାଙ୍ଗରେ ମିଳିମିଶି ତାଙ୍କ ସୁବିଧା ଅସୁବିଧା ସମ୍ବନ୍ଧରେ ଆଗ୍ରହ ଦେଖାନ୍ତି |କାହା ପ୍ରତି ଅନ୍ୟାୟ ହେଲେ ଯଥା ସମ୍ଭବ ତାକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି | ଅଭିମାନ ବା ଅହଂକାର ଠାରୁ ବହୁତ ଦୂରରେ ଥିବା ତାଙ୍କର ଅନ୍ୟ ଏକ ବିଶେଷତ୍ୱ | ବାଟରେ ସାକ୍ଷାତ ପରେ ଆମେ ଦୁଇଜଣ ଏକାଠି ବୁଲୁଥିବା ବେଳେ ଅନ୍ୟ ଜଣେ ବନ୍ଧୁ, କୈଳାଶ, ଦେଖାହେଲେ ଏବଂ ଆମ ସାଙ୍ଗରେ ଚାଲିଲେ |ହଠାତ ରାଷ୍ଟ୍ରପତି ଟ୍ରମ୍ପ ଙ୍କୁ କୋଡିଏ ତାରିଖ ପୂର୍ବରୁ ପଦମୁକ୍ତ କରାଯିବ ନା ନାହିଁ ଏହି ବିଷୟରେ କୈଳାଶ ଆମ ମତାମତ ଜାଣିବାକୁ ଚାହୁଁଥିଲେ | ବୈଷ୍ଣବଙ୍କ ପ୍ରତିକ୍ରିୟା ଅଲଗା ପ୍ରକାର ହେବା ଶୁଣି ମୁଁ ଗମ୍ଭୀରତା ସହ ତାଙ୍କ ମତାମତ ଶୁଣିଲି |ତାଙ୍କ କହିବାର ମର୍ମ ହେଲା ଆମେ ଆମେରିକାରେ କଣ ହେବ ନହେବ ସେବିଷୟରେ ବାଦବିବାଦ , ଆଲୋଚନା ନକରି ଆମ ଚାରିପଟେ କଣ ହେଉଛି ସେବିଷୟରେ ଚିନ୍ତା କରୁନୁ କାହିଁକି | ସେ ଗୋଟିଏ ଉଦାହରଣ ଭାବରେ ନିଜ ଅନୁଭୂତି କହିଲେ | ଗତକାଲି ନିଜେ କାର ଚଳେଇ କଟକରୁ କାମସାରି ଭୁବନେଶ୍ୱର ଫେରିଥିଲେ |ଘରେ ପହଂଚିବା ପରେ ଫୋନ ରେ ଆସିଥିବା ଗୋଟିଏ ଏସଏମଏସ ପଢି ଜାଣିଲେ ଯେ ତାଙ୍କୁ ମାତ୍ରାଧିକ ବେଗରେ କାର ଚଳେଇଥିବା ଯୋଗୁଁ ଦୁଇହଜାର ଟଙ୍କା ଜୋରିମାନା ହେଇଚି | କେଉଁଠି ସେ ଅତିବେଗରେ କାର ଚଲେଇଥିଲେ ସେ ଜାଣି ପାରିଲେନି | ସେ ସବୁବେଳେ ଗାଡି ସାବଧାନ ହୋଇ ଚଳାନ୍ତି ଏବଂ ଗାଡି ବେଗ ନିୟନ୍ତ୍ରିତ ରଖିଥାନ୍ତି |ପୁଲିସ ତାଙ୍କୁ ଅତ୍ୟଧିକ ବେଗରେ କାର ଚଳେଇଥିବା ପ୍ରମାଣ ନଦେଇ ଜୋରିମାନା କରିବା ଆଇନତଃ ଗ୍ରହଣଯୋଗ୍ୟ ନୁହେଁ | ଯଦି ପ୍ରମାଣ ଦିଆଯାଏ ତେବେ ସେ ଜୋରିମାନା ଦେବାକୁ ପ୍ରସ୍ତୁତ | ନଚେତ ଏହିଭଳି ଆଭିମୁଖ୍ୟ ସମାଜରେ ଭୟ ସୃଷ୍ଟି କରିବ ଏବଂ ବିନା କାରଣରେ ଅନେକ ଦଣ୍ଡିତ ହେବେ |ସେ କହିଲେ ଏହିଭଳି ସମସ୍ୟାର ସମାଧାନ କିଭଳି ହେବ ସେ ବିଷୟରେ ଆମେ ଅଧିକ ସଚେତନ ହେବା ଆବଶ୍ୟକ | ଏହା ନକରି ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭବିଷ୍ୟତ ପ୍ରତି ଅଧିକ ଆଗ୍ରହୀ ହେବା ବୋଧହୁଏ ଏକ ପଳାୟନପନ୍ଥୀ ର ରଣକୌଶଳ ହେବ | ମୁଁ ପ୍ରସଙ୍ଗର ଗୁରୁତ୍ୱ ବୁଝିଲି ଏବଂ ଏହି ଆଦେଶ କୁ କୋର୍ଟ ରେ ଚାଲେଞ୍ଜ କରିବାକୁ ପରାମର୍ଶ ଦେଲି |ଆମେ ଆମ ନାକତଳେ ହେଉଥିବା ଅବ୍ୟବସ୍ଥାକୁ ଅଣଦେଖା କରୁଛେ ; ଅର୍ଥହୀନ ପ୍ରସଙ୍ଗ ସମ୍ପର୍କରେ ଅଯଥା ବାକବିତଣ୍ଡା କରୁଛେ | ଆମ ସମାଜର ଅଧିକାଂଶ ଅନୁଷ୍ଠାନ ଓ ବ୍ୟବସ୍ଥା ଆମ ଦେଖାଶୁଣା ଓ ଆଗ୍ରହ ଅଭାବରୁ ରୁଗଣ ହେଇ ଯାଉଛନ୍ତି| ବିଦ୍ୟାଳୟରେ ଶିକ୍ଷକ ରହୁନାହାନ୍ତି ; ଡାକରଖାନାରେ ଡାକ୍ତରଙ୍କ ଅଭାବ |କିନ୍ତୁ ବିଭିନ୍ନ ଜାଗାରେ ଅସଂଖ୍ୟ ଖଟି ଜମୁଛି ; ଅମୁକ ପୂଜା, ସମୁକ ଉଛବ ଲାଗି ବାଟଘାଟ ରେ ଚାନ୍ଦା ଅସୁଲ ଚାଲିଛି | ଏମିତି ହେଲେ ସମାଜ ସୁଧୁରିବ ନାହିଁ | ମୁଁ ଦେଖିଲି ଆମ ବନ୍ଧୁ, କୈଳାଶ , ଆଉ ଆମେରିକା ପ୍ରସଙ୍ଗ ପ୍ରତି ଗୁରୁତ୍ୱ ନଦେଇ ନିଜ ପରିବେଶର ହାଲ ସମ୍ବନ୍ଧରେ ସଚେତନ ହେଉଛନ୍ତି | ଏକ ଜଣାଶୁଣା କେନ୍ଦ୍ରୀୟ ସରକାରୀ ଉଦ୍ୟୋଗର ଅନ୍ୟତମ ଉଚ୍ଚ ପଦରୁ ସ୍ୱଇଚ୍ଛାରେ ଅବସର ଗ୍ରହଣ ପୂର୍ବରୁ ଅନେକଥର ବିରଂଚି ଅବସର ପର ସ୍ଥିତିରେ କଣ କରିବେ ଏହି ପ୍ରସଙ୍ଗରେ ମୋ ସହିତ କଥାବାର୍ତ୍ତା କରିଥିଲେ | ରାଜନୀତିରେ ସକ୍ରିୟ ଯୋଗଦାନ ଠାରୁ ଆରମ୍ଭ କରି କିଛି ନକରି ଘରେ ବସିବା ପର୍ଯ୍ୟନ୍ତ ନାନା ପ୍ରସଙ୍ଗ ଆଲୋଚିତ ହେଇଥିଲା |ଶେଷରେ ମୁଁ ତାଙ୍କୁ କେତୋଟି ବିଦ୍ୟାର୍ଥୀଙ୍କୁ ନିଜ ଘରେ ପଢେଇବା ପାଇଁ ପ୍ରସ୍ତାବ ଦେଇଥିଲି | ସେ ନିରବ ରହିଥିଲେ | ଇତି ମଧ୍ୟରେ କରୋନାର ପଦଧ୍ୱନି ସମାଜକୁ ସ୍ତବ୍ଧ କରିଥିଲା | କ୍ଷିପ୍ରଗତିରେ ଏହି ଭୟାନକ ବ୍ୟାଧି ବ୍ୟାପିଲା ଏବଂ ଆମ ବସତିର ନିକଟତର ହେଲା | ଫଳରେ ଆମ ଦୈନନ୍ଦିନ ଜୀବନ ପ୍ରବାହ ବ୍ୟାହତ ହେଲା |ପ୍ରାତଃଭ୍ରମଣ ନିୟମିତ ନହେବା ଦ୍ୱାରା କଲେଜ ପଡିଆରେ ବିରଞ୍ଚିଙ୍କ ସହିତ ବାର୍ତ୍ତାଳାପ ସୁଯୋଗ କମିଗଲା | ବେଳେବେଳେ ଦେଖାହେଲେ କଥାବାର୍ତ୍ତା ସ୍ୱଳ୍ପ ହେଉଥିଲା ଏବଂ ନିତାନ୍ତ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସୀମିତ ରହିଲା -- ଯେଭଳି ବିରଞ୍ଚିଙ୍କ ଜ୍ୟେଷ୍ଠ କନ୍ୟାର ରାଜ୍ୟ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା |ଅନେକ ମାସ ପରେ ଆଜି ପ୍ରତ୍ୟୁଷରେ ବିରଞ୍ଚିଙ୍କ ସହିତ ସାକ୍ଷାତ ହେଲା | ମୋର ବିଦ୍ୟାଦାନ ପ୍ରସ୍ତାବ ସମ୍ପର୍କରେ ଜିଜ୍ଞାସା ଦେଖି ସେ ହସିଲେ | କହିଲେ " ଆପଣଙ୍କ ପ୍ରସ୍ତାବ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ଆଲୋଚିତ ହେଇଥିଲା | ମୋ ଝିଅ ମୋତେ ତା ଅନୁଭୂତି ମନେପକେଇ କହିଲା , ବାପା ତୁମେ ପଢ଼େଇ ପାରିବନି |ମୁଁ ଷଷ୍ଠ ଶ୍ରେଣୀରେ ପଢିବାବେଳେ କ୍ଳାସରେ "ମୁଁ ଯଦି ପକ୍ଷୀ ହୋଇଥାନ୍ତି " ବିଷୟରେ ଏକ ରଚନା ଇଂଗ୍ରେଜୀ ରେ ଲେଖିବା ପାଇଁ କୁହାଯାଇଥିଲା | ମୋ ଅନୁରୋଧରେ ତୁମେ ଲେଖିଦେଇଥିଲ | ମୁଁ ତାକୁ ଲେଖି ଶିକ୍ଷକଙ୍କୁ ଦେଇଥିଲି ; କିନ୍ତୁ ଫେଲ ହେଲି | ତାର କିଛି ମାସ ପରେ ଅନ୍ୟ ଏକ ବିଷୟରେ ଯେଉଁ ପ୍ରବନ୍ଧ ଲେଖିବାକୁ କୁହାଗଲା ତା ପାଇଁ ମୁଁ ମାଆଙ୍କ ସାହାଯ୍ୟ ନେଇଥିଲି ଓ ଫାଷ୍ଟ ହେଇଥିଲି | ଏମିତି ପରିସ୍ଥିତିରେ ଆପଣଙ୍କ ପ୍ରସ୍ତାବରେ ଅଗ୍ରଗତି ହେଇପାରିନି | ଇତି ମଧ୍ୟରେ ପ୍ରାୟ ବର୍ଷେ ହେଇଗଲାଣି , କିଛି ନକରି ଦିନ କଟି ଯାଉଛି |ବିରଂଚି କିନ୍ତୁ ଜାଣିଲେ ମୋ ପ୍ରସ୍ତାବର ପରିଣତି ଜାଣି ମୁଁ ଆହତ ହେଇଚି | ସେ କହିଲେ ," ଆପଣଙ୍କୁ ଯାହା କହିଲି ଭୁଲ ଭାବିବେନି | କରୋନା ଯୋଗୁଁ ସବୁ ଓଲଟପାଲଟ ହେଇ ଯାଇଥିଲା | ମୁଁ ନିଶ୍ଚୟ ଦୁଇ ତିନୋଟି ପିଲାଙ୍କୁ ପଢ଼େଇବି | ପରିଣତ ବୟସରେ ମଣିଷ ଦେବାଳୟ ପ୍ରତି ଅଧିକ ଆକର୍ଷିତ ହୋଇଥାଏ । ଏହା ପ୍ରାକୃତିକ ବିବର୍ତନ ପ୍ରକ୍ରିୟା । ନାଲିଫିତାର ଦୌରାତ୍ମ୍ୟ ଯୋଗୁଁ ଶ୍ରୀକ୍ଷେତ୍ରରେ ବରିଷ୍ଠ ନାଗରିକ ମାନଙ୍କୁ ମଂଦିର ପ୍ରବେଶ ବାରଣ କରାଯାଇଛି । ସେମାନେ ପତିତପାବନ ଦର୍ଶନ କରିପାରିବେ ଅଥଚ ମଂଦିର ଭିତରକୁ ଯାଇ ପାରିବେ ନାହିଁ । ଏହି ଅବାସ୍ତବ ବ୍ୟବସ୍ଥା ବଂଦ ହେଉ । ଦେଉଳ ଦୁଆର ଖୋଲିଚି ; କିନ୍ତୁ ଅବ୍ୟବସ୍ଥାର ଅରଗଳି ଲଙ୍ଘି ଭକ୍ତ ଆଗକୁ ଯିବାପାଇଁ ଅକ୍ଷମ | ରେଳଟିକେଟ ପାଇଁ ଧାଡି ବ୍ୟବସ୍ଥା ଆଜି ପୁରୁଣା ହେଇଥିବା ବେଳେ ଆବ|ହମାନ କାଳରୁ ଭକ୍ତର ଶ୍ରୀମନ୍ଦିର ଯିବା ଅକ୍ଷୁର୍ଣ୍ଣ ଅଧିକାରକୁ ଜଳାଞ୍ଜଳି ଦେଇ ଅଯଥା ଧାଡ଼ି ବ୍ୟବସ୍ଥା ଆରମ୍ଭ ହେଇଚି | ଏବେ ପୁଣି କୋଭିଡ ସାର୍ଟିଫିକେଟର ଆବଶ୍ୟକତା | ମୋ ପାଇଁ ଆଳୁ-ପିଆଜ ଦୋକାନର ଅନ୍ଧାରୁଆ କୋଣର ଅଖାରୁ ଦେବା ପାଇଁ ପୁଅକୁ ନିର୍ଦ୍ଦେଶ ଦେବାପରେ ମୋ ଆଡକୁ ଚାହିଁ କହିଲା , "ଆଜ୍ଞା , ସମସ୍ତେ କଣ ଭାବଗ୍ରାହୀ ହେଇ ପାରିବେ ? ଆମେ ସମସ୍ତଙ୍କ ସେବା କରିବା ସମ୍ଭବ ନୁହେଁ | ଯେଉଁମାନେ ସେବାର ମହତ୍ତ୍ୱ ବୁଝନ୍ତି ,ସେମାନଙ୍କ ସେବା କରିବା -- ଯେମିତି ଈଶ୍ବର; ଦରିଦ୍ର ନାରାୟଣ , ମହତ ଲୋକ |" ଓଡ଼ିଶାରେ ପ୍ରମୁଖ ରେଳଲାଇନ ପ୍ରକଳ୍ପ ମାନଙ୍କର ଅଗ୍ରଗତି ସନ୍ତୋଷଜନକ ହୋଇଥିବା ରାଜ୍ୟ ପରିବହନ ମନ୍ତ୍ରୀଙ୍କ ହୃଦବୋଧ ହେଉଥିବା ନୈରାଶ୍ୟଜନକ | ଉଭୟ ଖୋର୍ଦ୍ଧା-ବଲାଙ୍ଗୀର ଓ ତାଳଚେର-ବିମଳାଗଡ଼ ପ୍ରକଳ୍ପ ଧୀର ମନ୍ଥର ଗତିରେ ଚାଲିଛି | ଜମି ଅଧିଗ୍ରହଣରେ ଅଗ୍ରଗତି ନିତାନ୍ତ ନୈରାଶ୍ୟଜନକ | ଭାରତର ବିଭିନ୍ନ ସ୍ଥାନରୁ ହିନ୍ଦୁମାନେ ପୁରୀ ଜଗନ୍ନାଥ ଧାମ ଦର୍ଶନ ପାଇଁ ଯୁଗଯୁଗ ଧରି ଆସୁଥିଲେ | ଏବେ ସେହିଭଳି ସାଧାରଣ ଯାତ୍ରୀଙ୍କ ପାଇଁ ଧର୍ମଶାଳା ,ମଠ ମାନଙ୍କୁ ଭାଙ୍ଗି ମାଟିରେ ମିଶାଇ ଦିଆଗଲା | ଫଳରେ ସାଧାରଣ ଯାତ୍ରୀ ପୁରୀ ଆସି ଠାକୁର ଦର୍ଶନ ପାଇଁ ମନ ବଳେଇବେ ନାହିଁ |ଅପରିଣାମଦର୍ଶୀ ସରକାରୀ କାର୍ଯ୍ୟର ଏହା ଏକ ନମୁନା |ଏବେ ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି | ବିଶ୍ବରେ ନେପାଳ ଏକମାତ୍ର ହିନ୍ଦୁ ରାଷ୍ଟ୍ର ହୋଇଥିବାବେଳେ କେଉଁ ଦେଶରୁ ହିନ୍ଦୁମାନେ ଯଥେଷ୍ଟ ସଂଖ୍ୟାରେ ଦର୍ଶନ ପାଇଁ ଆସିବେ ତାହା ବୁଝିବା କଷ୍ଟକର |ଆମ ଦେଶର ଶ୍ରଦ୍ଧାଳୁଙ୍କ ପାଇଁ ଆଜି ବିଶ୍ରାମଗୃହର ଅଭାବ ରହିଛି | ଅନ୍ୟ ରାଜ୍ୟ ସରକାର ମାନଙ୍କୁ ପୁରୀରେ ଅତିଥିଭାବନ ନିର୍ମାଣ କରିବା ପାଇଁ ଅନୁରୋଧ କରାଯିବା ଆବଶ୍ୟକ | ପ୍ରଖ୍ୟାତ ହିନ୍ଦୁ ଅନୁଷ୍ଠାନ ମାନଙ୍କୁ ଧର୍ମଶାଳା ଓ ଯାତ୍ରୀନିବାସ ନିର୍ମାଣ କରିବା ପାଇଁ ଅନୁରୋଧ କରାଯିବା ଆବଶ୍ୟକ | ଆମ ସରକାରୀ ବ୍ୟବସ୍ଥାରେ ଅନେକ ନିଷ୍ପତ୍ତିର ଯଥାର୍ଥତା ବୁଝି ହୁଏନି -- ଯେମିତି ଜଣେ ସତୁରି ବର୍ଷ ବୟସ୍କ ସୁସ୍ଥ ବ୍ୟକ୍ତି କୋଭିଡ ନେଗେଟିଭ ପ୍ରମାଣପତ୍ର ଦେଖେଇଲେ ମଧ୍ୟ ମନ୍ଦିର ଯିବା ମନା ; ଅଥଚ ଜଣେ ପଂଚାଅଶୀ ବର୍ଷ ବୟସ୍କ ବ୍ୟକ୍ତି ଲାଇସେନ୍ସ ରଖି କାର ଡ୍ରାଇଭିଙ୍ଗ କରିବାରେ ଅସୁବିଧା ନାହିଁ | ମୋ ସାଙ୍ଗକୁ ବ୍ୟଙ୍ଗ କରି ଛାମୁ ସମ୍ବୋଧନ କରେ | ସେ ହସେ.| ଆଜି ଫୋନ ରେ କହିଲି ," ନେଗେଟିଭ ରିପୋର୍ଟ ଦେଖେଇ ବଡଠାକୁରଙ୍କ ଦର୍ଶନ ଆଜିଠାରୁ କରିହେବ ; ଛାମୁଙ୍କ ଦର୍ଶନ କେବେଠାରୁ ଆଉ କିଭଳି ରିପୋର୍ଟ ଦେଖେଇଲେ କରିହେବ?" ସେ କହିଲା ,"ମିଡିଆରେ ବାହାରିବନି ? କାହିଁକି ଉଛନ୍ନ ହେଉଛ ? ବିନା ଦର୍ଶନରେ କଣ ଦୁନିଆ ଭାସିଯାଉଛି ?" ପ୍ରହେଳିକାର ଅନ୍ତ ହେଲା ଯେତେବେଳେ ମୁଁ ମୋର ଜଣେ ବନ୍ଧୁ ସକାଳେ ଦେଇଥିବା ହ୍ବାଟସଆପ ସନ୍ଦେଶ ସନ୍ଧ୍ୟାରେ ଦେଖିଲି | ବନ୍ଧୁ ଭାରତୀୟ ପ୍ରଶାସନିକ ସେବା ର ଜଣେ କନିଷ୍ଠ ସହଯୋଗୀ ଥିଲେ ; ଅନେକଦିନରୁ ଅବସର ନେଲେଣି ଏବଂ ନିଜ ବିବେକ ଅନୁଯାୟୀ ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି | ବ୍ୟସ୍ତ ମାର୍ଗରେ ଯିବା ଅପେକ୍ଷା ନିରୋଳା ମାର୍ଗର ଯାତ୍ରୀ ହେବା ପସନ୍ଦ କରନ୍ତି |ତାଙ୍କର ଏହି ସ୍ୱତନ୍ତ୍ରତା ମୋତେ ଆନନ୍ଦ ଦିଏ | ଦିନେ କହୁଥିଲେ କିଭଳି ତାଙ୍କ ସାଇକଲରେ ବୁଲିବା ତାଙ୍କୁ ସାଧାରଣ ମଣିଷଙ୍କ ନିକଟତର କରି ପାରିଛି | ସେଦିନ ସକାଳେ ସେ ସେହି ଅପୂର୍ବ ବାଇଗଣ ଗୁଡିକ ମୋ ପାଇଁ ଆଣିଥିବା ସୂଚନା ହ୍ବାଟସଆପ ରେ ଦେଇଥିଲେ | ଟେବୁଲ ଉପରେ ବାଇଗଣ ଗୁଡିକ ଏକ କୁଶଳୀ ଚିତ୍ରଶିଳ୍ପୀଙ୍କ ସାମର୍ଥ୍ୟ ପ୍ରଦର୍ଶନ କରୁଥିବା ଭ୍ରମ ସୃଷ୍ଟି କରୁଥିଲା | ଭାର୍ଗବୀ କୁଳର ବଳଙ୍ଗା ଅଂଚଳରୁ ବାଇଗଣ ଗୁଡିକ ଆଣି ନିକଟସ୍ଥ ହାଟରେ ଏକ ଯୁବକ ବିକ୍ରିକରେ | ସେଦିନ ତାଠାରୁ ପାଞ୍ଚ କିଲୋ ବନ୍ଧୁ କିଣିଥିଲେ ଏବଂ ନୂଆବର୍ଷ ଭୋଜି ପାଇଁ ଚାରି କିଲୋ ରଖି ମୋ ପାଇଁ ଗୋଟିଏ କିଲୋ ଆଣିଥିଲେ | **********

Thursday, 11 March 2021

ମଲ୍ଲୀମାଳ ଶ୍ୟାମଙ୍କୁ ଦେବି

ଆମର ସମ୍ବେଦନଶୀଳତା ହ୍ରାସ ପାଉଛି | " ମଲ୍ଲୀମାଳ ଶ୍ୟାମଙ୍କୁ ଦେବି" ର ସମର୍ପଣଭାବ ଏବଂ ଆତ୍ମୀୟତା ନବୁଝି ମନ୍ଦିର ସଜେଇବା କାମଟି ପେଷାଦାର ଆମେ ଫ୍ଲୋରିଷ୍ଟ ହାତରେ ସମର୍ପଣ କରି ଆତ୍ମସନ୍ତୋଷ ଲାଭ କରୁଛେ | ****

ଭାତ ସନ୍ତୁଳା ଖାଆନ୍ତୁ , ସନ୍ତୁଳିତ ରୁହନ୍ତୁ

ଇନ୍ଧନ {ରୋଷେଇ ଗ୍ୟାସ }ଦର ହୁହୁ ବଢୁଛି | କିନ୍ତୁ ଆମେ ଅଭ୍ୟାସ ଯୋଗୁଁ "ଛପନ ଭୋଗ" ମାନସିକତାରେ ଆକ୍ରାନ୍ତ ହୋଇ "ବାର ତିଅଣ, ତେର ଭଜା" ପ୍ରସ୍ତୁତ କରି ଚାଲିଛେ | ଆମ ପାକଶାଳା ଆଜି ବିଶ୍ରାମ ଚାହେଁ | ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖାଦ୍ୟ ଜଟିଳ ନହୋଇ ସରଳ ହେବା ଆବଶ୍ୟକ | ଆଜିର ପରିସ୍ଥିତି ପରିପ୍ରେକ୍ଷୀରେ ସନ୍ତୁଳା ପ୍ରାସଙ୍ଗିକ | ସନ୍ତୁଳିତ ଜୀବନ ଏବଂ ସନ୍ତୁଳା ଶବ୍ଦର ସାମଞ୍ଜସ୍ୟ ସମ୍ପର୍କରେ ସଚେତନ ହୁଅନ୍ତୁ | ଭାତ /ରୁଟି ସନ୍ତୁଳା ଖାଆନ୍ତୁ ;ସନ୍ତୁଳିତ ରୁହନ୍ତୁ | *****

ଶିମଳିପାଳ ରେ ଅଦିନିଆ ବର୍ଷା

ଅନେକଙ୍କ ମତ ଓଡିଶା ସମାଜ ପ୍ରତିକ୍ରିୟା ପ୍ରବଣ ନୁହେଁ | ସେମାନେ କୁହନ୍ତି ସାମାଜିକ ଜୀବନରେ ବ୍ୟକ୍ତିଗତ ସ୍ୱାର୍ଥରକ୍ଷା ମୁଖ୍ୟ ଆଭିମୁଖ୍ୟ ହେଉଥିବା ଯୋଗୁଁ ଜନସ୍ୱାର୍ଥ ସହିତ ଜଡିତ ପ୍ରସଙ୍ଗ ମୌଳିକତା ହରାଇଥାଏ | ଅନେକ କ୍ଷେତ୍ରରେ ନିର୍ଭିକତା ଅଭାବରୁ ମୌନତା ବୃଦ୍ଧି ହେଉଥିବା କୁହାଯାଏ | ରତ୍ନଭଣ୍ଡାର ପ୍ରସଙ୍ଗ ହେଉ ବା ଭୁବନେଶ୍ୱର ରେ ନିତିଦିନିଆ ଚେନ ଟଣା ହେଉ, ଆମେ ନିରବ ରହୁ | ଶିମିଳିପାଳ ରେ ନିଆଁ ଏହି ମାନସିକତା କୁ ପ୍ରଚଣ୍ଡ ଭାବରେ ପ୍ରହାର କରିଛି ; ସୁପ୍ତ ସମାଜ ମୁହଁ ଖୋଲିଚି |ଦେବତା ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଆଶୀର୍ବାଦ କରିଛନ୍ତି-- ବର୍ଷା ରୂପରେ |

Saturday, 6 February 2021

HOW POPULAR WE ARE !!

Some of us suffer from inflated sense of self importance and try to know how popular and acceptable we are. While we are in control of how we react or what we say from our side, we cannot control preference of the person at the receiving end. One expert felt it was safe to presume 70% people don't like us. That still leaves a good number of people who like us.Some feel icky about seeming disapproval of them while there is no reason why they should be. Some suffer from narcissistic personality disorder , their rejection sensitivity seems strong. These traits in leaders could make governance partisan, punitive and coercive. *******

Wednesday, 13 January 2021

ଆମ ବେଳାଭୂମି ବିଶ୍ୱସ୍ତରୀୟ ହେବ

କୁହାଯାଉଛି ଆମ ରାଜ୍ୟର ଅନେକ ବେଳାଭୂମି ବିଶ୍ୱସ୍ତରୀୟ ହେବ | ଏହି ଘୋଷଣା ସରଳ ହୃଦୟରେ ପୁଲକ ସଂଚାର କରୁଛି |ଏହା ଦ୍ୱାରା ଅନନ୍ୟ ନେତୃତ୍ୱ ପ୍ରତି ଆନୁଗତ୍ୟ ବୃଦ୍ଧି ହେଉଛି | ଏହି ଘୋଷଣା ଜୁଆର ଆମ ରାଜ୍ୟରେ ବାରମ୍ବାର ଆସୁଛି | କେତେବେଳେ ବିଶ୍ୱସ୍ତରୀୟ ବେଳାଭୂମି ରୂପରେ , କେତେବେଳେ ସ୍ମାର୍ଟସିଟି ରୂପରେ , କେତେବେଳେ ଧ୍ୱସ୍ତ ରଘୁନନ୍ଦନ ଲାଇବ୍ରେରିର ନୂତନ କଳେବର ନକ୍ସା ରୂପରେ | ବିଶ୍ୱସ୍ତରୀୟ ସ୍ଥିତି ହାସଲ କରିବା ଏକ ସ୍ବପ୍ନ ବିଳାସୀ ବ୍ୟକ୍ତି ପକ୍ଷରେ ସମ୍ଭବ ହୁଏନି | ଯେଉଁ ବୈଭବ ଈଶ୍ବର ଦତ୍ତ ତାହାକୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରୟାସ ମଧ୍ୟ ପ୍ରକୁତ ସାମର୍ଥ୍ୟ ପ୍ରଦର୍ଶନ କରେନାହିଁ | ଆମ ସମୁଦ୍ର ବିଶ୍ୱସ୍ତରୀୟ ,ଆମ ସାଗରର ତରଙ୍ଗ ବିଶ୍ୱସ୍ତରୀୟ ,ଆମ ବେଳାଭୂମି ସୈକତ ମଧ୍ୟ ବିଶ୍ୱସ୍ତରୀୟ | କାରଣ ଈଶ୍ବର ପାତରଅନ୍ତର କରନ୍ତି ନାହିଁ, ଈଶ୍ୱର ଚୋରା ଦୁଆରରେ ବିଶ୍ୱାସ କରନ୍ତି ନି ; ଅନୁଗତଙ୍କ ମୁଣ୍ଡରେ ସୁନାକଳସ ଢାଳନ୍ତି ନାହିଁ | ତେଣୁ ଆମ ବେଳାଭୂମି ବିଶ୍ଵସ୍ତରୀୟ ହେବା ସ୍ୱାଭାବିକ | ଏହିପାଇଁ ନେତୃତ୍ୱର ସାମର୍ଥ୍ୟର ଆବଶ୍ୟକତା ନାହିଁ ବା ଏହା ନେତୃତ୍ୱର ସାମର୍ଥ୍ୟ ପ୍ରତିପାଦନ କରେନି | ନେତୃତ୍ୱର ସାମର୍ଥ୍ୟ ପରିପ୍ରକାଶ କରେ ଯଦି ଆମର ଶିକ୍ଷାନୁଷ୍ଠାନ ବିଶ୍ୱସ୍ତରୀୟ ହୁଏ ; ଆମ ପୁଲିସ ବ୍ୟବସ୍ଥା ବିଶ୍ୱସ୍ତରୀୟ ହୁଏ ; ଆମ ରାଜ୍ୟର ମା ଭଉଣୀ ମାନଙ୍କ ସୁରକ୍ଷା ବିଶ୍ୱସ୍ତରୀୟ ହୁଏ | *********

Tuesday, 12 January 2021

RESERVING SEATS IN ENGINEERING & MEDICAL COLLEGES FOR STUDENTS OF ODIA MEDIUM GOVERNMENT SCHOOLS

Government of Odisha seem to be on overdrive to work out a legally tenable modality for ensuring reservation of seats in Eng/ Medical Colleges for students of Odia medium Govt schools. It's a move to put these schools to a perpetual state of inferiority and condemnation. Government must answer why they have made these schools sick.Students after higher secondary (+2)stage acquire eligibility to take entrance exam for Eng/Medical colleges. Medium of instruction at +2 stage is English and qualified Teachers teach the students. Why the Odia medium students would be disadvantaged is not clear.Govt approach is to get political advantage , it's not rational. It shouldn't be anybody's case that brighter students wouldn't make good Engineers/Doctors but students academically inferior with reservation would. The argument that the present arrangement doesn't provide level playing field is erroneous. Plus2 stage is the level playing field where both English and Odia medium schools study together and enjoy same opportunity to join coaching institutions.What Government must do but haven't been doing is to make Odisha Board syllabus totally akin to the CBSE syllabus and ensure full complement of Teachers for every Government High School.Larger public interest is in putting the reservation proposal on back burner and take up syllabus upgradation and filling teachers' posts. *********