Thursday, 11 March 2021

ମଲ୍ଲୀମାଳ ଶ୍ୟାମଙ୍କୁ ଦେବି

ଆମର ସମ୍ବେଦନଶୀଳତା ହ୍ରାସ ପାଉଛି | " ମଲ୍ଲୀମାଳ ଶ୍ୟାମଙ୍କୁ ଦେବି" ର ସମର୍ପଣଭାବ ଏବଂ ଆତ୍ମୀୟତା ନବୁଝି ମନ୍ଦିର ସଜେଇବା କାମଟି ପେଷାଦାର ଆମେ ଫ୍ଲୋରିଷ୍ଟ ହାତରେ ସମର୍ପଣ କରି ଆତ୍ମସନ୍ତୋଷ ଲାଭ କରୁଛେ | ****

ଭାତ ସନ୍ତୁଳା ଖାଆନ୍ତୁ , ସନ୍ତୁଳିତ ରୁହନ୍ତୁ

ଇନ୍ଧନ {ରୋଷେଇ ଗ୍ୟାସ }ଦର ହୁହୁ ବଢୁଛି | କିନ୍ତୁ ଆମେ ଅଭ୍ୟାସ ଯୋଗୁଁ "ଛପନ ଭୋଗ" ମାନସିକତାରେ ଆକ୍ରାନ୍ତ ହୋଇ "ବାର ତିଅଣ, ତେର ଭଜା" ପ୍ରସ୍ତୁତ କରି ଚାଲିଛେ | ଆମ ପାକଶାଳା ଆଜି ବିଶ୍ରାମ ଚାହେଁ | ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖାଦ୍ୟ ଜଟିଳ ନହୋଇ ସରଳ ହେବା ଆବଶ୍ୟକ | ଆଜିର ପରିସ୍ଥିତି ପରିପ୍ରେକ୍ଷୀରେ ସନ୍ତୁଳା ପ୍ରାସଙ୍ଗିକ | ସନ୍ତୁଳିତ ଜୀବନ ଏବଂ ସନ୍ତୁଳା ଶବ୍ଦର ସାମଞ୍ଜସ୍ୟ ସମ୍ପର୍କରେ ସଚେତନ ହୁଅନ୍ତୁ | ଭାତ /ରୁଟି ସନ୍ତୁଳା ଖାଆନ୍ତୁ ;ସନ୍ତୁଳିତ ରୁହନ୍ତୁ | *****

ଶିମଳିପାଳ ରେ ଅଦିନିଆ ବର୍ଷା

ଅନେକଙ୍କ ମତ ଓଡିଶା ସମାଜ ପ୍ରତିକ୍ରିୟା ପ୍ରବଣ ନୁହେଁ | ସେମାନେ କୁହନ୍ତି ସାମାଜିକ ଜୀବନରେ ବ୍ୟକ୍ତିଗତ ସ୍ୱାର୍ଥରକ୍ଷା ମୁଖ୍ୟ ଆଭିମୁଖ୍ୟ ହେଉଥିବା ଯୋଗୁଁ ଜନସ୍ୱାର୍ଥ ସହିତ ଜଡିତ ପ୍ରସଙ୍ଗ ମୌଳିକତା ହରାଇଥାଏ | ଅନେକ କ୍ଷେତ୍ରରେ ନିର୍ଭିକତା ଅଭାବରୁ ମୌନତା ବୃଦ୍ଧି ହେଉଥିବା କୁହାଯାଏ | ରତ୍ନଭଣ୍ଡାର ପ୍ରସଙ୍ଗ ହେଉ ବା ଭୁବନେଶ୍ୱର ରେ ନିତିଦିନିଆ ଚେନ ଟଣା ହେଉ, ଆମେ ନିରବ ରହୁ | ଶିମିଳିପାଳ ରେ ନିଆଁ ଏହି ମାନସିକତା କୁ ପ୍ରଚଣ୍ଡ ଭାବରେ ପ୍ରହାର କରିଛି ; ସୁପ୍ତ ସମାଜ ମୁହଁ ଖୋଲିଚି |ଦେବତା ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଆଶୀର୍ବାଦ କରିଛନ୍ତି-- ବର୍ଷା ରୂପରେ |

Saturday, 6 February 2021

HOW POPULAR WE ARE !!

Some of us suffer from inflated sense of self importance and try to know how popular and acceptable we are. While we are in control of how we react or what we say from our side, we cannot control preference of the person at the receiving end. One expert felt it was safe to presume 70% people don't like us. That still leaves a good number of people who like us.Some feel icky about seeming disapproval of them while there is no reason why they should be. Some suffer from narcissistic personality disorder , their rejection sensitivity seems strong. These traits in leaders could make governance partisan, punitive and coercive. *******

Wednesday, 13 January 2021

ଆମ ବେଳାଭୂମି ବିଶ୍ୱସ୍ତରୀୟ ହେବ

କୁହାଯାଉଛି ଆମ ରାଜ୍ୟର ଅନେକ ବେଳାଭୂମି ବିଶ୍ୱସ୍ତରୀୟ ହେବ | ଏହି ଘୋଷଣା ସରଳ ହୃଦୟରେ ପୁଲକ ସଂଚାର କରୁଛି |ଏହା ଦ୍ୱାରା ଅନନ୍ୟ ନେତୃତ୍ୱ ପ୍ରତି ଆନୁଗତ୍ୟ ବୃଦ୍ଧି ହେଉଛି | ଏହି ଘୋଷଣା ଜୁଆର ଆମ ରାଜ୍ୟରେ ବାରମ୍ବାର ଆସୁଛି | କେତେବେଳେ ବିଶ୍ୱସ୍ତରୀୟ ବେଳାଭୂମି ରୂପରେ , କେତେବେଳେ ସ୍ମାର୍ଟସିଟି ରୂପରେ , କେତେବେଳେ ଧ୍ୱସ୍ତ ରଘୁନନ୍ଦନ ଲାଇବ୍ରେରିର ନୂତନ କଳେବର ନକ୍ସା ରୂପରେ | ବିଶ୍ୱସ୍ତରୀୟ ସ୍ଥିତି ହାସଲ କରିବା ଏକ ସ୍ବପ୍ନ ବିଳାସୀ ବ୍ୟକ୍ତି ପକ୍ଷରେ ସମ୍ଭବ ହୁଏନି | ଯେଉଁ ବୈଭବ ଈଶ୍ବର ଦତ୍ତ ତାହାକୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରୟାସ ମଧ୍ୟ ପ୍ରକୁତ ସାମର୍ଥ୍ୟ ପ୍ରଦର୍ଶନ କରେନାହିଁ | ଆମ ସମୁଦ୍ର ବିଶ୍ୱସ୍ତରୀୟ ,ଆମ ସାଗରର ତରଙ୍ଗ ବିଶ୍ୱସ୍ତରୀୟ ,ଆମ ବେଳାଭୂମି ସୈକତ ମଧ୍ୟ ବିଶ୍ୱସ୍ତରୀୟ | କାରଣ ଈଶ୍ବର ପାତରଅନ୍ତର କରନ୍ତି ନାହିଁ, ଈଶ୍ୱର ଚୋରା ଦୁଆରରେ ବିଶ୍ୱାସ କରନ୍ତି ନି ; ଅନୁଗତଙ୍କ ମୁଣ୍ଡରେ ସୁନାକଳସ ଢାଳନ୍ତି ନାହିଁ | ତେଣୁ ଆମ ବେଳାଭୂମି ବିଶ୍ଵସ୍ତରୀୟ ହେବା ସ୍ୱାଭାବିକ | ଏହିପାଇଁ ନେତୃତ୍ୱର ସାମର୍ଥ୍ୟର ଆବଶ୍ୟକତା ନାହିଁ ବା ଏହା ନେତୃତ୍ୱର ସାମର୍ଥ୍ୟ ପ୍ରତିପାଦନ କରେନି | ନେତୃତ୍ୱର ସାମର୍ଥ୍ୟ ପରିପ୍ରକାଶ କରେ ଯଦି ଆମର ଶିକ୍ଷାନୁଷ୍ଠାନ ବିଶ୍ୱସ୍ତରୀୟ ହୁଏ ; ଆମ ପୁଲିସ ବ୍ୟବସ୍ଥା ବିଶ୍ୱସ୍ତରୀୟ ହୁଏ ; ଆମ ରାଜ୍ୟର ମା ଭଉଣୀ ମାନଙ୍କ ସୁରକ୍ଷା ବିଶ୍ୱସ୍ତରୀୟ ହୁଏ | *********

Tuesday, 12 January 2021

RESERVING SEATS IN ENGINEERING & MEDICAL COLLEGES FOR STUDENTS OF ODIA MEDIUM GOVERNMENT SCHOOLS

Government of Odisha seem to be on overdrive to work out a legally tenable modality for ensuring reservation of seats in Eng/ Medical Colleges for students of Odia medium Govt schools. It's a move to put these schools to a perpetual state of inferiority and condemnation. Government must answer why they have made these schools sick.Students after higher secondary (+2)stage acquire eligibility to take entrance exam for Eng/Medical colleges. Medium of instruction at +2 stage is English and qualified Teachers teach the students. Why the Odia medium students would be disadvantaged is not clear.Govt approach is to get political advantage , it's not rational. It shouldn't be anybody's case that brighter students wouldn't make good Engineers/Doctors but students academically inferior with reservation would. The argument that the present arrangement doesn't provide level playing field is erroneous. Plus2 stage is the level playing field where both English and Odia medium schools study together and enjoy same opportunity to join coaching institutions.What Government must do but haven't been doing is to make Odisha Board syllabus totally akin to the CBSE syllabus and ensure full complement of Teachers for every Government High School.Larger public interest is in putting the reservation proposal on back burner and take up syllabus upgradation and filling teachers' posts. *********

Monday, 11 January 2021

ଆମ ନାକତଳେ ହେଉଥିବା ଅବ୍ୟବସ୍ଥା

ଆଜି ସକାଳେ ବୁଲିବାବେଳେ ବୈଷ୍ଣବଙ୍କ ସଂଗେ ଦେଖାହେଲା | ଅନେକ ଗୁରୁତ୍ୱପୁଣ୍ଣ ସରକାରୀ ପଦବୀ ଅଳଙ୍କୃତ କରି ନିଜ କର୍ତ୍ତବ୍ୟନିଷ୍ଠା ପ୍ରଦର୍ଶନ କରି ସେ ବେଶ ସୁନାମ ଅର୍ଜନ କରିଥିଲେ | ଅବସର ପରେ ଲୋକଙ୍କ ସାଙ୍ଗରେ ମିଳିମିଶି ତାଙ୍କ ସୁବିଧା ଅସୁବିଧା ସମ୍ବନ୍ଧରେ ଆଗ୍ରହ ଦେଖାନ୍ତି ଏବଂ କାହା ପ୍ରତି ଅନ୍ୟାୟ ହେଲେ ଯଥା ସମ୍ଭବ ତାକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି | ଅଭିମାନ ବା ଅହଂକାର ଠାରୁ ବହୁତ ଦୂରରେ ଥିବା ତାଙ୍କର ଅନ୍ୟ ଏକ ବିଶେଷତ୍ୱ | ବାଟରେ ସାକ୍ଷାତ ପରେ ଆମେ ଦୁଇଜଣ ଏକାଠି ବୁଲୁଥିବା ବେଳେ ଅନ୍ୟ ଜଣେ ବନ୍ଧୁ, କୈଳାଶ, ଦେଖାହେଲେ ଏବଂ ଆମ ସାଙ୍ଗରେ ଚାଲିଲେ | ହଠାତ ରାଷ୍ଟ୍ରପତି ଟ୍ରମ୍ପ ଙ୍କୁ କୋଡିଏ ତାରିଖ ପୂର୍ବରୁ ପଦମୁକ୍ତ କରାଯିବ ନା ନାହିଁ ଏହି ବିଷୟରେ କୈଳାଶ ଆମ ମତାମତ ଜାଣିବାକୁ ଚାହୁଁଥିଲେ | ବୈଷ୍ଣବଙ୍କ ପ୍ରତିକ୍ରିୟା ଅଲଗା ପ୍ରକାର ହେବା ଶୁଣି ମୁଁ ଗମ୍ଭୀରତା ସହ ତାଙ୍କ ମତାମତ ଶୁଣିଲି | ତାଙ୍କ କହିବାର ମର୍ମ ହେଲା ଆମେ ଆମେରିକାରେ କଣ ହେବ ନହେବ ସେବିଷୟରେ ବାଦବିବାଦ , ଆଲୋଚନା ନକରି ଆମ ଚାରିପଟେ କଣ ହେଉଛି ସେବିଷୟରେ ଚିନ୍ତା କରୁନୁ କାହିଁକି | ସେ ଗୋଟିଏ ଉଦାହରଣ ଭାବରେ ନିଜ ଅନୁଭୂତି କହିଲେ | ଗତକାଲି ନିଜେ କାର ଚଳେଇ କଟକରୁ କାମସାରି ଭୁବନେଶ୍ୱର ଫେରିଥିଲେ | ଘରେ ପହଂଚିବା ପରେ ଫୋନ ରେ ଆସିଥିବା ଗୋଟିଏ ଏସଏମଏସ ପଢି ଜାଣିଲେ ଯେ ତାଙ୍କୁ ମାତ୍ରାଧିକ ବେଗରେ କାର ଚଳେଇଥିବା ଯୋଗୁଁ ଦୁଇହଜାର ଟଙ୍କା ଜୋରିମାନା ହେଇଚି | କେଉଁଠି ସେ ଅତିବେଗରେ କାର ଚଲେଇଥିଲେ ସେ ଜାଣି ପାରିଲେନି | ସେ ସବୁବେଳେ ଗାଡି ସାବଧାନ ହୋଇ ଚଳାନ୍ତି ଏବଂ ଗାଡି ବେଗ ନିୟନ୍ତ୍ରିତ ରଖିଥାନ୍ତି | ପୁଲିସ ତାଙ୍କୁ ଅତ୍ୟଧିକ ବେଗରେ କାର ଚଳେଇଥିବା ପ୍ରମାଣ ନଦେଇ ଜୋରିମାନା କରିବା ଆଇନତଃ ଗ୍ରହଣଯୋଗ୍ୟ ନୁହେଁ | ଯଦି ପ୍ରମାଣ ଦିଆଯାଏ ତେବେ ସେ ଜୋରିମାନା ଦେବାକୁ ପ୍ରସ୍ତୁତ | ନଚେତ ଏହିଭଳି ଆଭିମୁଖ୍ୟ ସମାଜରେ ଭୟ ସୃଷ୍ଟି କରିବ ଏବଂ ବିନା କାରଣରେ ଅନେକ ଦଣ୍ଡିତ ହେବେ | ସେ କହିଲେ ଏହିଭଳି ସମସ୍ୟାର ସମାଧାନ କିଭଳି ହେବ ସେ ବିଷୟରେ ଆମେ ଅଧିକ ସଚେତନ ହେବା ଆବଶ୍ୟକ | ଏହା ନକରି ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭବିଷ୍ୟତ ପ୍ରତି ଅଧିକ ଆଗ୍ରହୀ ହେବା ବୋଧହୁଏ ଏକ ପଳାୟନପନ୍ଥୀ ର ରଣକୌଶଳ ହେବ | ମୁଁ ପ୍ରସଙ୍ଗର ଗୁରୁତ୍ୱ ବୁଝିଲି ଏବଂ ଏହି ଆଦେଶ କୁ କୋର୍ଟ ରେ ଚାଲେଞ୍ଜ କରିବାକୁ ପରାମର୍ଶ ଦେଲି | ଆମେ ଆମ ନାକତଳେ ହେଉଥିବା ଅବ୍ୟବସ୍ଥାକୁ ଅଣଦେଖା କରୁଛେ ; ଅର୍ଥହୀନ ପ୍ରସଙ୍ଗ ସମ୍ପର୍କରେ ଅଯଥା ବାକବିତଣ୍ଡା କରୁଛେ | ଆମ ସମାଜର ଅଧିକାଂଶ ଅନୁଷ୍ଠାନ ଓ ବ୍ୟବସ୍ଥା ଆମ ଦେଖାଶୁଣା ଓ ଆଗ୍ରହ ଅଭାବରୁ ରୁଗ୍ଣ ହେଇ ଯାଉଛନ୍ତି| ବିଦ୍ୟାଳୟରେ ଶିକ୍ଷକ ରହୁନାହାନ୍ତି ; ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ; ବିଦ୍ୟାର୍ଥୀଙ୍କୁ ଠିକ ସମୟରେ ପାଠ୍ୟପୁସ୍ତକ ମିଳୁନାହିଁ | ଚେନ ଟଣା ବଢୁଛି | କିନ୍ତୁ ବିଭିନ୍ନ ଜାଗାରେ ଅସଂଖ୍ୟ ଖଟି ଜମୁଛି ; ଅମୁକ ପୂଜା, ସମୁକ ଉଛବ ଲାଗି ବାଟଘାଟ ରେ ଚାନ୍ଦା ଅସୁଲ ଚାଲିଛି | ଏମିତି ହେଲେ ସମାଜ ସୁଧୁରିବ ନାହିଁ | ଦେଖିଲି, ଆମ ବନ୍ଧୁ କୈଳାଶ ଆଉ ଆମେରିକା ପ୍ରସଙ୍ଗ ପ୍ରତି ଗୁରୁତ୍ୱ ନଦେଇ ନିଜ ପରିବେଶର ହାଲ ସମ୍ବନ୍ଧରେ ସଚେତନ ହେଉଛନ୍ତି | ********