Monday 3 September 2018

ସ୍ୱାଭାବିକ ଘଟଣା , ଅସ୍ୱାଭାବିକ ପ୍ରତିକ୍ରିୟା



ସ୍ୱାଭାବିକ ଘଟଣା , ଅସ୍ୱାଭାବିକ ପ୍ରତିକ୍ରିୟା



ମନେକରନ୍ତୁ ,ଗୋଟେ ନେଉଳ ହଠାତ ବିଷଧର ସାପଟିଏ ଦେଖି ତା ଉପରକୁ ଡେଇଁପଡ଼ି ତା ସହିତ ଯୁଦ୍ଧ ଆରମ୍ଭ କରିଦେଲା ଆଉ ନିଜେ କ୍ଷତବିକ୍ଷତ ହେଇ ଶେଷରେ ସାପଟିକୁ ମାରିଦେଲା | ଆମେ ଏହାଦେଖି ତାଳି ମାରି ନେଉଳକୁ ପ୍ରଶଂସାରେ ସ୍ୱାଭାବିକ ଆଚରଣ କିନ୍ତୁ ଅସ୍ୱାଭାବିକ ପ୍ରତିକ୍ରିୟା
ମନେକରନ୍ତୁ ,ଗୋଟେ ନେଉଳ ହଠାତ ବିଷଧର ସାପଟିଏ ଦେଖି ତା ଉପରକୁ ଡେଇଁପଡ଼ି ତା ସହିତ ଯୁଦ୍ଧ ଆରମ୍ଭ କରିଦେଲା ଆଉ ନିଜେ କ୍ଷତବିକ୍ଷତ ହେଇ ଶେଷରେ ସାପଟିକୁ ମାରିଦେଲା | ଆମେ ଏହାଦେଖି ତାଳି ମାରି ନେଉଳକୁ ପ୍ରଶଂସାରେ ପୋତି ପକେଇଲୁ  ; ନେଉଳ ଆମ ତାଳିଶବ୍ଦ ଶୁଣି ଚମକି ପାଖ ବୁଦା ଭିତରେ ପଶିଗଲା | କିନ୍ତୁ, ନେଉଳ ଯାହାକଲା ସେଇଟା ସ୍ୱାଭାବିକ  ; ଆମ ବାହାବାହା ଟା ଅସ୍ୱାଭାବିକ  |
ଏସମ୍ପର୍କରେ ମୋର ଗୋଟିଏ ଛୋଟ ଅନୁଭୂତି ମନେପଡୁଛି | ରାମମୂର୍ତି ମୁଖ୍ୟସଚିବ ଥା'ନ୍ତି , ଜଣେ ଅଫିସର ତାଙ୍କର ପ୍ରିୟ ଥିଲେ | ଥରେ ଗୋଟିଏ ଗୁରୁତ୍ୱପୂର୍ଣ ମିଟିଙ୍ଗ ହବାର ଥିଲା ; ବାହାରୁ ଉଚ୍ଚ ପଦସ୍ଥ ବ୍ୟକ୍ତିମାନେ ଆସୁଥିଲେ | ମିଟିଙ୍ଗ ଆୟୋଜନ କରିବା ଦାୟିତ୍ୱ ସେହି ପ୍ରିୟ ଅଫିସରଙ୍କ କାମ ଥିଲା | ମିଟିଙ୍ଗ ଭଲରେ ହେଇଗଲା | ଏଇଟା କୌଣସି ଅସାଧାରଣ କୃତିତ୍ୱ ନୁହେଁ | କିନ୍ତୁ ରାମମୂର୍ତି ଏଇଥି ପାଇଁ ତାଙ୍କ ପ୍ରିୟ ଅଫିସରଙ୍କୁ ସରକାରଙ୍କ ତରଫରୁ କମେଣ୍ଡେସନ ପତ୍ର ପ୍ରଦାନ କଲେ ଏବଂ ଏହା ତାଙ୍କ କାରେକ୍ଟର ରୋଲ ଫାଇଲରେ ରଖାଗଲା | ଏମିତି ପ୍ରଶଂସାରେ ପୋତି ହେଇ ସେଇ ଅଫିସର ଜଣକ ଶୀଘ୍ର ପ୍ରମୋଶନ ପାଇଗଲେ |
 ପ୍ରକୃତରେ ଅଫିସର ଜଣକ କାର୍ଯ୍ୟଦକ୍ଷ ଥିଲେ କିନ୍ତୁ ଅସାଧାରଣ  ବିଚକ୍ଷଣ ଅଫିସର ନଥିଲେ | ଆମେ ଅନେକ ସମୟରେ ସ୍ୱାଭାବିକ  ଭାବରେ କୌଣସି ଘଟଣା ହେଇଗଲେ ବି ଓରଉଣ୍ଡି ଅଯଥା ପ୍ରଶଂସା କରିଥାଉ | ଏଇ ମନୋଭାବ ଯୋଗୁଁ ପାତର ଅନ୍ତର ସୃଷ୍ଟି ହୁଏ ; ମନାନ୍ତର ହୁଏ; ଅଶାନ୍ତ ବାତାବରଣ ଉପୁଜେ |ସମସ୍ତେ ନିଜନିଜ କାମ ସ୍ୱାଭାବିକ  ଢଙ୍ଗରେ କରନ୍ତୁ ; ଏହା ହେଲେ ସବୁ କଥା ଭଲରେ ଚାଲିବ |
ଆଉ ଗୋଟିଏ ଘଟଣା ଏସମ୍ପର୍କରେ ପ୍ରାସଙ୍ଗିକ ମନେହୁଏ |  ମୁଁ , ମାତ୍ର ତିନିଦିନ ପରେ, ପୁଣି ଥରେ ସେଇ ଅଫିସକୁ ଅନ୍ୟ ଗୋଟିଏ କାମ ପାଇଁ ଗଲି | ଏଥର ମୋ ଛୋଟିଆ କାମଟି ସୁରୁଖୁରୁରେ ହେଇଗଲା | ଆଗଥର ଭଳି ଅସୁବିଧା ହେଲାନି , କର୍ମଚାରୀ ଜଣକ ହସିହସି ମୋ କାମଟି ଗୋଟେ ମିନିଟ ରେ କରିଦେଲେ |
ବନ୍ଧୁଙ୍କୁ ଏକଥା ସକାଳେ କହିଲି | ସେ ମୋତେ କହିଲେ," ଆଗଥର ସେଇ ଅଫିସରେ ଖରାପ ଅନୁଭୂତି ଟାକୁ ଏତେ ବଡ ଆକାର କରି ସୋସାଲ ମିଡିଆରେ ଲେଖିଦେଲେ , ଏଥର କାହିଁକି ଦି ପଦ ପ୍ରଶଂସା କରି ଲେଖୁନାହାନ୍ତି?"
 ମୁ ତାଙ୍କ ମୁହଁକୁ ଭଲକରି ଚାହିଁ, କହିଲି, " ଏଥର ଅନୁଭୁତିଟା କଣ ଅସାଧାରଣ? ଧରାଯାଉ, ଜଣେ ମଣିଷ ଗୋଟିଏ ଟ୍ରାଫିକ ପୁଲିସକୁ ପଚାରିବ , ବାବୁ , ଅମୁକ ଜାଗାକୁ କେଉଁ ରାସ୍ତାରେ ଯିବି ? ସେ ଯଦି ସଂଗେସଂଗେ ଲୋକକୁ ରାସ୍ତା ବତେଇ ଦବ ଏଇଟା କଣ ଗୋଟେ ଅସାଧାରଣ କଥାହବ ଏବଂ ଏ ବିଷୟରେ ସୋସାଲ ମିଡିଆରେ ପ୍ରଶଂସା କରାଯିବ ? ଏଇଟା ତ ସ୍ୱାଭାବିକ ପ୍ରକ୍ରିୟା | ତେଣୁ ମୁ ମୋର ପରବର୍ତ୍ତୀ ଅନୁଭୂତି ବିଷୟରେ ସୋସାଲ ମିଡିଆରେ ଲେଖିଲିନାହିଁ |"  କହି ପାରିବିନି ମୋ ବନ୍ଧୁ ମୋ ଦୃଷ୍ଟିକୋଣକୁ ପସନ୍ଦ କଲେ କି ନାହିଁ |

**********

No comments:

Post a Comment