Monday 8 October 2018

ସୋସାଲ ମିଡ଼ିଆ ପ୍ରେମୀ ବନ୍ଧୁ ମାନଙ୍କୁ ଅନୁରୋଧ

ଗଣମାଧ୍ୟମ ର ସ୍ବାଧୀନତା ସୁସ୍ଥ ଗଣତନ୍ତ୍ର ପାଇଁ ଅପରିହାର୍ଯ୍ୟ | ଯଦି କୌଣସି କାରଣରୁ ବା ପରିସ୍ଥିତିରେ ଗଣମାଧ୍ୟମ କେତେକ ଶକ୍ତିଦ୍ୱାରା ନିୟନ୍ତ୍ରିତ ବା ପରିଚାଳିତ ହୁଅନ୍ତି, ସାଧାରଣ ନାଗରିକ ର ସ୍ୱର ଗଣମାଧ୍ୟମରେ ପ୍ରତିଫଳିତ ହେବା ସମ୍ଭାବନା କ୍ଷୀଣ ହୋଇଯାଏ | ଏହି ପରିପ୍ରେକ୍ଷୀରେ ସୋସାଲ ମିଡ଼ିଆ ସାଧାରଣ ନାଗରିକ ର ସ୍ୱରଲିପି ପାଇଁ ଏକ ଅତ୍ୟାବଶ୍ୟକ ମାଧ୍ୟମ ହେବା ଆଜି ପ୍ରଯୁକ୍ତି ଜ୍ଞାନର ବିକାଶ ଏବଂ ପ୍ରସାର ଫଳରେ ସମ୍ଭବ ହୋଇ ପାଇଛି | ଏକ ସୁସ୍ଥ ସମାଜ ଏବଂ ମୂଲ୍ୟବୋଧ ଭିତ୍ତିକ ଗଣତନ୍ତ୍ର ର ବିକାଶ ପାଇଁ ସୋସାଲ ମିଡ଼ିଆ ର ଉପକାରିତା ସମ୍ପର୍କରେ ଆମେ ସମସ୍ତେ ସଚେତନ ହେବା ଆବଶ୍ୟକ | ଏହା ଯେପରି ବ୍ୟାଧିଗ୍ରସ୍ତ ନହେଉ ଏହା ସମସ୍ତଙ୍କ କାମ୍ୟ ହେବା ଆବଶ୍ୟକ | କିନ୍ତୁ ସେଥିପାଇଁ ସମସ୍ତଙ୍କର ପ୍ରୟାସ ଓ ସହଯୋଗ ଆବଶ୍ୟକ | 

ନାଗରିକର ନିର୍ଭିକତା ଏହି ମାଧ୍ୟମରେ ପ୍ରକାଶିତ ହେଉ କିନ୍ତୁ ଆମର ମତାମତ ତଥ୍ୟଭିତ୍ତିକ ହେଉ ; ସତ୍ୟତା ଉପରେ ଆଧାରିତ ହେଉ ; ଶାଳୀନ ହେଉ; ଶୋଭନୀୟ ହେଉ | ସମାଲୋଚନା ରହୁ , ବ୍ୟଙ୍ଗ ମଧ୍ୟ ରହୁ ; କିନ୍ତୁ ଶାଳୀନତା ବନ୍ଧନୀ ଭିତରେ ରହୁ | ଏଦିଗରେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ | ସ୍ୱେଚ୍ଛାଚାରିତା ପ୍ରବଣ ମାଧ୍ୟମ ପାଇଁ ନିୟନ୍ତ୍ରଣ ଆବଶ୍ୟକ ହୁଏ | ଗଣତାନ୍ତ୍ରିକ ମୂଲ୍ୟବୋଧ ରହିତ ବାତାବରଣ ମଧ୍ୟ ନିୟନ୍ତ୍ରଣ ଆମନ୍ତ୍ରଣ କରିଥାଏ | ଆମେ ସୋସାଲ ମିଡ଼ିଆକୁ ସ୍ୱୟଂ ନିୟନ୍ତ୍ରିତ କରି ପାରିଲେ ଏହା ଗଣତନ୍ତ୍ର ଏବଂ ମୂଲ୍ୟବୋଧ ପ୍ରସାର ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାରେ ସମର୍ଥ ହେବ | ସୋସାଲ ମିଡ଼ିଆ ପ୍ରେମୀ ବନ୍ଧୁ ମାନଙ୍କୁ ଏହା ସମ୍ଭବ କରାଇବା ପାଇଁ ଅନୁରୋଧ କରୁଛି |

********  

No comments:

Post a Comment