Monday 29 October 2018

ତୃଣମୂଳ ସ୍ତରରେ ପର୍ଯ୍ୟଟନର ବିକାଶ -- ଏକ ପ୍ରସ୍ତାବ


                 

ପ୍ରାକୃତିକ ସମ୍ପଦରେ ଭରପୁର ଆମ ରାଜ୍ୟର ବିଭିନ୍ନ  ଭାଗରେ ଅପୂର୍ବ ପ୍ରାକୃତ୍ରିକ ବୈଭବ ପରିବେଷ୍ଟିତ ଏବଂ ବିକଶିତ ମାନବ ସମ୍ବଳ ଦ୍ୱାରା ପରିପୃଷ୍ଟ ଅନ୍ତତଃ ସହସ୍ର ବିକଶିତ , ମନୋରମ ପଲ୍ଲୀ ଆଜି ମଧ୍ୟ ତୃଣମୂଳ ସ୍ତରରେ  ଉତ୍କଳୀୟ ଆଚାର ବ୍ୟବହାର ସଂସ୍କୃତି ଖାଦ୍ୟରୁଚି ; ଲୋକକଳା , ଭାସ୍କର୍ଯ୍ୟ ପ୍ରଦର୍ଶନ ପାଇଁ ଏକମାତ୍ର ଉପଯୁକ୍ତ ସ୍ଥାନ | ଏହି ବାସ୍ତବିକତା ପୃଷ୍ଟଭୁମିରେ  ଆମେ ରାଜ୍ୟରେ ପର୍ଯ୍ୟଟନ ବିକାଶ ପାଇଁ ଏକ ଅଭିନବ ବ୍ୟାପକ ,ନିରାଡ଼ମ୍ବର ଏବଂ ଲୋକାଭିମୁଖୀ ପରିକଳ୍ପନା ମାଧ୍ୟମରେ ଆମ ରାଜ୍ୟକୁ ଅଧିକ ପରିବ୍ରାଜକଙ୍କ ପାଇଁ ଆକର୍ଷକ କରିବା ସଂଗେ ସଂଗେ ଅନେକ ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀ ଙ୍କ ପାଇଁ ନୂତନ କର୍ମ ସୁଯୋଗ ସୃଷ୍ଟି କରିବା ସମ୍ଭବପର ହେବ | ଉପଯୁକ୍ତ ଗ୍ରାମ ଚୟନ କରାଯିବ | ପ୍ରତ୍ୟେକ ଚିନ୍ହିତ  ଗ୍ରାମରେ ଗୋଟିଏ ଦୁଇଟି  ଅତିଥି ଗୃହ ସ୍ଥାନୀୟ ଉଦ୍ୟୋଗୀ ନିର୍ମାଣ କରିବେ ; ଏହି ଅତିଥି ଶାଳାରେ ନିରାଡ଼ମ୍ବର ରୁଚିପୂର୍ଣ୍ଣ ରହଣି ସୁବିଧା ଉପଲବ୍ଧ ହେବ | ସ୍ଥାନୀୟ ଭୋଜନ ବ୍ୟବସ୍ଥା କରାଯିବ | ନିକଟସ୍ଥ ଆକର୍ଷଣୀୟ ସ୍ଥାନ ପରିଦର୍ଶନ ପାଇଁ ସ୍ଥାନୀୟ ମାର୍ଗଦର୍ଶକ ଏବଂ ଯାନବାହାନ ବ୍ୟବସ୍ଥା କରାଯିବ | ଗ୍ରାମ୍ୟ ପରିବାରଙ୍କ ଗହଣରେ କେତୋଟି ଦିନ ଅତିବାହିତ କରିବା ପରେ ଅତିଥିମାନେ ପୂର୍ବ ନିର୍ଦ୍ଧାରିତ  ଅନ୍ୟ ଏକ ଚିନ୍ହିତ ଗ୍ରାମକୁ ଯାତ୍ରା କରିବେ | ଏହିଭଳି ଏକ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସଂପୃକ୍ତ ଗ୍ରାମ୍ୟ ଉଦ୍ୟୋଗୀ ଏବଂ ସମ୍ପୃକ୍ତ ଗ୍ରାମ ମାନଙ୍କର ଅନ୍ୟ ସମ୍ପୃକ୍ତ ବ୍ୟକ୍ତିମାନେ ସଦସ୍ୟ ଏବଂ ନିୟନ୍ତ୍ରକ ରହି ଏକ ପେଶାଦାର  ସଂସ୍ଥା  ଦ୍ୱାରା ବାର୍ଷିକ କାର୍ଯ୍ୟକ୍ରମ ପରିଚାଳନ କରିବେ | ରାଜ୍ୟର ପର୍ଯ୍ୟଟନ ଶିଳ୍ପର ସାମୁହିକ ବିକାଶ ନିମନ୍ତେ  ପର୍ଯ୍ୟଟନ ସମ୍ପର୍କୀୟ ବ୍ୟୟବହୁଳ ବ୍ୟବସ୍ଥା ସରକାର ଏବଂ ସଂଗଠିତ ଉଦ୍ୟୋଗ ମାଧ୍ୟମରେ ହେବ ; କିନ୍ତୁ ତୃଣମୂଳ ସ୍ତରରେ ଉପରୋକ୍ତ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟରେ ସ୍ବଦେଶୀ ଓ ବିଦେଶୀ ଅତିଥିଙ୍କ ନିମନ୍ତେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବା ସମ୍ଭବ କରିହେବ | ଅବଶ୍ୟ ଏହିଭଳି ପ୍ରୟାସ କାଁଭାଁ ଆଜି ମଧ୍ୟ କେତୋଟି ସ୍ଥାନରେ ହେଉଛି ; କିନ୍ତୁ ଏହି ପ୍ରୟାସ କୁ ବ୍ୟାପକ ଏବଂ ଲୋକାଭିମୁଖୀ କରିବା ଜରୁରି ମନେହୁଏ  |
********      

2 comments: