Friday 25 January 2019

କେତେ ଭଲ ଥିଲା ସେ ଦିନ

କେତେ ଭଲ ଥିଲା ସେ ଦିନ, ଯେବେ ହାତୀକୁ ସୁନା କଳଶ ଦେଇ ଛାଡି ଦିଆଯାଉଥିଲା ଓ ସେ ରାଜ୍ୟରେ ବୁଲିବୁଲି ଜଣକ ମୁଣ୍ଡରେ ସୁନାତକ ଢାଳି ଦେଉଥିଲା ଓ ରାଜ୍ୟବାସୀ ସେହି ଲୋକକୁ ନେଇ ରାଜ ସିଂହାସନରେ ବସେଇ ଦେଉଥିଲେ | ନଥିଲା ଭାଷଣ , ଧନ ଓ ବାହୁବଳ ର ଆବଶ୍ୟକତା ; ନଥିଲା ଭୋଜିଭାତ | ଟ୍ରକ ବା ବସ ରେ ବୁହା ହଉନଥିଲେ ମଣିଷଗୁଡା, ଲୁହାପଥର ବା କୋଇଲା ଭଳି | ଗୋଡ଼ଟଣା ନଥିଲା ; ଚେରକଟା ହଉନଥିଲା , ଗଧକୁ ଫୁଲମାଳ ପିନ୍ଧେଇ ତା'ଠୁଁ ଜ୍ଞାନ ପ୍ରବଚନ ଶୁଣା ହଉନଥିଲା | 
ସୁନା କଳଶ ଓ ହାତୀ ର ଦିନ ପୁଣି ଫେରି ଆସନ୍ତାନି ? ଶହଶହ ଐରାବତ ମଧ୍ୟ ବଂଚି ଯାଆନ୍ତେ |

*****
24th January, 2019

No comments:

Post a Comment