Tuesday, 29 December 2020
ନିର୍ଦ୍ଦେଶ ଦେବାପରେ ଦାୟିତ୍ୱ ମୁକ୍ତ ହେବା ମାନସିକତା
Monday, 28 December 2020
ଓଡ଼ିଶାରେ ମହିଳା ସଶସ୍ତ୍ରୀକରଣ
Friday, 25 December 2020
ସୋସାଲ ମିଡ଼ିଆ ରେ ଅସତ୍ୟ ପରିବେଷଣ
Tuesday, 22 December 2020
୨୦୨୦ ମସିହା ଡିସେମ୍ବର ମାସର କେତୋଟି କ୍ଷୁଦ୍ର ଟିପ୍ପଣୀ
Saturday, 19 September 2020
ସିଦ୍ଧାନ୍ତ ର ପାଠପଢା
ଅଳ୍ପ ବୟସରେ ବିଶ୍ବର ଫୁଟବଲ ଖେଳ ବିଷୟରେ ତାର ବହୁତ ଜ୍ଞାନ ଥିଲା | ସ୍କୁଲର ବଡ଼ ପିଲା ମାନେ ତାକୁ ଏହି କାରଣରୁ ବହୁତ ସ୍ନେହ କରୁଥିଲେ | ଅତ୍ୟନ୍ତ ଲୋକପ୍ରିୟ ଛାତ୍ର ଥିଲା ସେ | ତାଠାରୁ ସାତବର୍ଷ ବଡ଼ ଭାଇକୁ ତାଙ୍କ ହାଉସିଂ କମ୍ପ୍ଲେକ୍ସରେ ବଡ଼ ବଡ଼ ପିଲା ମାନେ ସିଦ୍ଧାନ୍ତ ର ଭାଇ ଭାବରେ ଜାଣିଥିଲେ , ଯେମିତି ବଡ଼ ଭାଇର ଅନ୍ୟ କୌଣସି ପରିଚୟ ନଥିଲା |
ପାଠପଢ଼ାରେ କିନ୍ତୁ ମନ ଦେଉନଥିଲା | ତା ସାଙ୍ଗମାନେ ଚିନ୍ତିତ ହେଲେ | ଯଦି ସେ ଫେଲ ହେଇଯିବ ତାହେଲେ ସେ ଆଉ ତାଙ୍କ ସାଙ୍ଗରେ ପଢ଼ିପାରିବନି ନା ବେଶୀ ସମୟ ବିତେଇ ପାରିବ | ଯାହାହେଉ , ସାଙ୍ଗଙ୍କ ପ୍ରାର୍ଥନା କାମ ଦେଲା | ସେ ପରୀକ୍ଷାରେ ଭଲ କଲା |
କିନ୍ତୁ ସିଦ୍ଧାନ୍ତ ଆଉ ସେହି ସ୍କୁଲ ରେ ପଢି ପାରିଲାନି | ସେମାନେ ସହରର ଆଉ ଗୋଟିଏ ଅଂଚଳରେ ନୂଆଘର କଲେ ଏବଂ ସେଇ ଘର ପାଖ ସ୍କୁଲରେ ସିଦ୍ଧାଂତର ଆଡ଼ମିସନ ପାଇଁ ଯୋଜନା ହେଲା | ଦିନେ ବାପା ମାଙ୍କ ସାଙ୍ଗରେ ସେ ପ୍ରିନ୍ସିପାଲ ଓ କ୍ଳାସ ଶିକ୍ଷକଙ୍କୁ ସାକ୍ଷାତ କଲା | ତାଙ୍କ ପ୍ରଶ୍ନ ମାନଙ୍କର ସନ୍ତୋଷଜନକ ଉତ୍ତର ଦେଲା ; ଲିଖିତ ପରୀକ୍ଷରେ ମଧ୍ୟ ଭଲ କଲା | ତାକୁ ସ୍କୁଲରେ ଆଡ଼ମିସନ ମିଳିଗଲା |
କିନ୍ତୁ ମହାମାରି ଯୋଗୁଁ ସ୍କୁଲ ଖୋଲିଲା ନାହିଁ | ଇ କ୍ଳାସ ଆରମ୍ଭ ହେଲା | ସିଦ୍ଧାଂତର ପଢିବା ଆଗ୍ରହ ହଠାତ ବଢିଗଲା | ଠିକ ସମୟରେ ଲାପଟପ ଆଗରେ ଖାତା ବହି କଲମ ଧରି ସେ ବସିଯାଏ | ସକାଳୁ ଠିକ ସମୟରେ ଉଠିବା , ଠିକ ସମୟରେ ନିତ୍ୟକର୍ମ ସାରିବା ; ଠିକ ସମୟରେ ଜଳଖିଆ ଖାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିଲା | ଇ କ୍ଳାସ ରେ ତା ଏକାଗ୍ରତା ତା ଶିକ୍ଷକଙ୍କୁ ମଧ୍ୟ ଆନନ୍ଦିତ କରିଥିଲା |
ତ୍ରୈମାସିକ ପରୀକ୍ଷାରେ ପ୍ରତ୍ୟେକ ବିଷୟରେ ୮୦ ପରସେଣ୍ଟ ରୁ ଅଧିକ ନମ୍ବର ରଖିଲା | ତା ବାପା ମା ଖୁସି ହେଲେ ; ବେଶୀ ଆଶ୍ଚର୍ଯ୍ୟ ହେଲା ତା ବଡ଼ ଭାଇ |
ସିଦ୍ଧାନ୍ତ କୁ ସମସ୍ତେ ପଚାରିଲେ ସେ ପରୀକ୍ଷା ଫଳରେ ଖୁସି ତ ? ସେ ଗମ୍ଭୀର ହେଇ କହିଲା, "ବେଶୀ ଭଲ ହେଲାନି; ଆରଥରକୁ ବେଶୀ ନମ୍ବର ରଖିବ |"
********
Wednesday, 9 September 2020
୨୦୨୦ ସେପ୍ଟେମ୍ବର ମାସ ପ୍ରଥମ ଦଶଦିନ ର କେତୋଟି ବିଚାର
ବିଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡିଶା ଆଶାନୁରୂପ ଅଗ୍ରଗତି କରିନଥିବା କ୍ରମଶଃ ଶିକ୍ଷିତ ଯୁବାପୀଢ଼ି ହୃଦୟଙ୍ଗମ କରୁଛନ୍ତି | ନିଯୁକ୍ତି କ୍ଷେତ୍ରରେ ଅଗ୍ରଗତି ନଗଣ୍ୟ ; ରାଜ୍ୟର ଅସୀମ ପ୍ରାକୃତିକ ବୈଭବର ସିଂହଭାଗ କାରବାର ବାହାର ଲୋକଙ୍କ ହାତରେ ; ସ୍ଥାନୀୟ ଲୋକେ କଣ୍ଢେଇ, ପିଠା ରେ ଆପ୍ୟାୟିତ |ଏଇ ଦୁଇ ଦଶନ୍ଧିରେ ଓଡ଼ିଶାର ସାମୁହିକ ବିକାଶରେ ରାଜ୍ୟ ରାଜନୈତିକ ଚିତ୍ରପଟର ଜାଗୃତ ଶକ୍ତିଙ୍କ ଅବଦାନ ସନ୍ତୋଷଜନକ ନୁହେଁ | କୃଷି, ପର୍ଯ୍ୟଟନ, ଜଳସେଚନ ଅବିକଶିତ; ନିଯୁକ୍ତି କ୍ଷେତ୍ରରେ ସ୍ଥାଣୁତ୍ୱ ; ସ୍ଥାନୀୟ ଉଦ୍ୟୋଗୀ ଅବହେଳିତ | ମନେହୁଏ ଆସନ୍ତା ପଂଚାୟତ ନିର୍ବାଚନରେ ସୁପ୍ତପ୍ରାୟ ଶକ୍ତିର ପ୍ରଦର୍ଶନ ଆଶାଜନକ ହେବ |
*******
ଇଲେକ୍ଟ୍ରୋନିକ ଓ ପ୍ରିଣ୍ଟ ମିଡ଼ିଆ ବୁଝିବା ଆବଶ୍ୟକ ସମ୍ବାଦ ଥାଳିରେ ରିହା ଚକ୍ରବର୍ତୀ ପ୍ରସଙ୍ଗ ବା ଅନୁଭବ-ବର୍ଷା ପ୍ରସଙ୍ଗ ମୁଖ୍ୟ ଆଇଟମ ହେବା ଭୋଜନ ଥାଳିରେ ଲଙ୍କା ଓ ଲେମ୍ବୁ ମୁଖ୍ୟ ଆଇଟମ ହେବା ଭଳି | ଏହାଦ୍ୱାରା ଏକ ଅବାସ୍ତବ ପରିସ୍ଥିତି ସୃଷ୍ଟି ହେଉଛି | ଏହା ଫଳରେ ପ୍ରିଣ୍ଟ ମିଡ଼ିଆ ଏବଂ ଇଲେକ୍ଟ୍ରୋନିକ ମିଡ଼ିଆ ଦ୍ରୁତଗତିରେ ଗ୍ରହଣୀୟତା ହରାଉଛନ୍ତି | ପ୍ରକୃତ ସମ୍ବାଦ ପାଇଁ ସୋସାଲ ମିଡ଼ିଆ ଦିନକୁଦିନ ଅଧିକ ଆକର୍ଷଣୀୟ ହେଉଛି |
ଏମିତି କେତେ ଖେଳ ଆମ ପିଲାଦିନେ ପିଲାମାନେ ଖେଳୁଥିଲେ ଯାହା ଆଜି ବୋଧହୁଏ ହଜି ଗଲାଣି । ସେମିତି ଖେଳ ମନେ ପକେଇ ତା ବିଷୟରେ ଆଲୋଚନା କରିବାକୁ ବନ୍ଧୁମାନଙ୍କୁ ଅନୁରୋଧ କରିଥିଲି । ଏହି ଅନୁରୋଧ ପରେ ଅନେକ ବ୍ୟକ୍ତି ପିଲାଦିନ ଖେଳ ବିଷୟରେ ଲେଖିଲେ |
ଜଣେ ବାଟି/ଗୁଲି ଖେଳ ଓ ସେକାସେକି ଖେଳ କଥା କହିଲେ | ଅନ୍ୟ ଜଣେ ସାଇକେଲର ପୁରୁଣା ଚକ କୁ ଗଡେଇ ଗଡେଇ ନେବା ପ୍ରତିଯୋଗିତା ବିଷୟ ଉଲ୍ଲେଖ କଲେ | ବହୁତ ଗୁଆ ଗଛ ଥିବା ଅଂଚଳର ଜଣେ ବନ୍ଧୁ ପିଲାଦିନେ ଗୁଆ ବାହୁ ( ଗୁଆ ପଟିଆ) ରେ ସାଥୀ କୁ ବସେଇ ଟାଣି ଟାଣି ଗାଁ ଦାଣ୍ଡ ପ୍ରତିଯୋଗିତା ବିଷୟରେ ଲେଖିଲେ | ଆଉ ଜଣେ ଗାଁ ରେ ହେଉଥିବା ଦାଣ୍ଡିଆ ଖେଳ ବିଷୟରେ ଉଲ୍ଲେଖ କଲେ |..
ଜଣେ ପାକିଲି ଖେଳ ବିଷୟରେ ଉଲ୍ଲେଖ କରି କହିଲେ ଏହି ଖେଳରେ ପାଞ୍ଚ ଜଣ ପାଞ୍ଚ ଜଣଙ୍କୁ ଜଗନ୍ତି, ଆଠଟା ବଡ ବର୍ଗକ୍ଷେତ୍ର ମଝିରେ ଥିବା ଘରକୁ ଜଣେ ଓ ମଝିରେ ଲମ୍ବା ଲାଇନ କୁ ଦାଣ୍ଡିଆ ଜଗେ। ଗୋଟିଏ ଦଳର ସମସ୍ତ ସଦସ୍ୟ ଯାଇ ଗୋଟିଏ ଘରେ ରୁଣ୍ଡ ହେଇ ପାରିଲେ ଜିତିବା ହୁଏ । ଛୁଇଁବା ବଦଳରେ ଶକ୍ତ ଚାପୁଡ଼ା ପିଠିରେ ବସେ । ଜଣେ ଦିଆସିଲ ଖୋଳ ଓ ଖପରା ଖେଳ କଥା ବଖାଣିଲେ ଏବଂ ଅନ୍ୟଜଣେ ବାଘ ଛେଳି ଖେଳକଥା ; ତଳେ ଗାର କାଟି ଗୋଡି ରେ ଖେଳ ; ପତଳା ଜିଆଇ ତାର ପଛରେ ବଗ ପର ବାନ୍ଧି ବର୍ଷା ଦିନେ "ନମ୍ବର" ଖେଳ ; ବର୍ଷା ଦିନେ ମାଟିରେ ଲୁହା ରଡ଼ ମାରି ପୋତି ଖେଳିବା ; କିତିକିତି; ପୁଚି ; ବାଟି ବା କାଚଗୁଲି ଖେଳ ; କଉଡି ଖେଳ ; ଲେମ୍ବୁ ଖେଳ ; ନଟୁ ଖେଳ ; ଗାଁ ଦାଣ୍ଡରେ କୁମାର ପୁର୍ଣିମା ଖେଳ (ଆଗରୁ ପନ୍ଦର କୋଡିଏ ଦିନ ଖେଳୁଥିଲେ, ଏବେ ଗୋଟିଏ ଦିନ ବି ଖେଳ ହେଉନି, କେବଳ ବହି ବୋଲା ହେଉଛି) ; ମନେ ପକେଇଲେ |
ଏଇସବୁ ଖେଳ ବିଷୟରେ ଜାଣିଲେ ଅନ୍ୟମାନେ ନିଶ୍ଚୟ ଏମିତି ଖେଳ ଗୁଡିକର ପୁନଃ ଆବିର୍ଭାବ ପାଇଁ ଆଗ୍ରହୀ ହେବେ | ଆମ ସରକାରଙ୍କ କ୍ରୀଡାବିଭାଗ ଏଦିଗରେ ସଚେତନ ହୋଇ ଆଗାମୀ ଦିନମାନଙ୍କରେ ଏହି ଖେଳ ପ୍ରତିଯୋଗିତା ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ କରିବା ପାଇଁ ଅନୁରୋଧ କରୁଛି |
*******
ଆମ ଦୁନିଆରେ ଏମିତି ବାରମ୍ବାର ହୁଏ -- କାହାର ନ୍ୟାଯ୍ୟ ଅନୁରୋଧ ସଂପୃକ୍ତ ବ୍ୟକ୍ତି ଆଖି ପିଛୁଳାକେ ମୁଣ୍ଡରୁ ମୂଳପୋଛ କରି ଦିଅନ୍ତି ।
********
ଆମ ପିଲାଦିନର ବଣଭୋଜି ପାଇଁ ଭଡା ବସ୍ ରେ ଚାରି ଘଣ୍ଟା ଯାତ୍ରା ଦରକାର ହେଉ ନ ଥିଲା । ଦିନ ସାଢେ ତିନିଟା ବେଳେ ଖାଇବା ହେବାକୁ ଯାଉଛି ଜାଣି ବି ଭୋକ ଲାଗୁ ନଥିଲା । ପେଜୁଆ ଭାତ ହେଉ ବା ଦରପୋଡା ଡାଲମା ବା ଦରସିଝା ମାଉଁସ ତରକାରୀ -- ସବୁ ଅମୃତ ଭଳି ଲାଗୁଥିଲା । ବାସନ ମାଜିବା ରେ ଲାଜ ଲାଗୁ ନଥିଲା । ଆଜି ଇକୋ ରିଟ୍ରିଟ ରେ ସରକାର ଅତିଥିଙ୍କୁ ରନ୍ଧାଭୋଜନ ଯୋଗେଇବା ବ୍ୟବସ୍ଥା କରିଥିବା ଖବର ପ୍ରକାଶିତ ହେଇଚି | ତେବେ ଏଇ ବ୍ୟବସ୍ଥା କୁ କଣ ବଣଭୋଜି କୁହାଯିବ ? ବଣଭୋଜିର ନିଜେ ଜାଳେଣି ଯୋଗାଡ଼ କରନ୍ତି ; ନିଜେ ରାନ୍ଧନ୍ତି ; ନିଜେ ବାସନ ମାଜନ୍ତି ; ଗଛତଳେ ଖବରକାଗଜ ନହେଲେ ଚାଦର ପକେଇ ଖଲି ପତରରେ ଖାଆନ୍ତି |
*******
"ନା ଷଣ୍ଢ ଖାଇବେ ନା ମାଙ୍କଡ଼,ସେଇଥିପାଇଁ ବିଲରେ କେବଳ ସାଗ କରିଛି । ବାଉଁଶ ବାଡ ଦେଇଥିଲି,ଟଙ୍କା ଦିହଜାର ଖର୍ଚ୍ଚ କରି, ପରିବା କରିବା ପାଇଁ । ଷଣ୍ଢ ଭାଂଗିଦେଲେ। କଙ୍କ୍ରିଟ ଖୁଣ୍ଟ , ଲୁହା କଣ୍ଟାତାର ଦେଲେ ହେବ, କିନ୍ତୁ ଅନ୍ୟ ଜଣଙ୍କ ବିଲ ରେ ପରିବା କରୁଛି ; କେତେଦିନ ମାଲିକ ଜମି ଦେବ ଠିକ ନାହିଁ | ତେଣୁ ଏତେ ଖର୍ଚ୍ଚ କରିବା ପାଇଁ ସାହାସ ହେଲାନି ।" ଆଜି ସକାଳେ ଭିଙ୍ଗାରପୁର ବ୍ଲକ ର ବେଂଟପୁର ଗାଁର ଲାଗୁଆ ନଡିଆ ତୋଳାଳି କହୁଥିଲା ।
*******
କରୋନା ମହାମାରୀ ପାଇଁ ଅନେକ ବ୍ୟବସାୟ,ଅନୁଷ୍ଠାନ, ସଂସ୍ଥା କୁ ଯିବା ବାରଣ କରାଗଲା | ଏହି ନିୟମ ଦେଶବ୍ୟାପୀ ଲାଗୁ ହେଲା | ଧର୍ମାନୁଷ୍ଠାନ ମଧ୍ୟ ବନ୍ଦ ରହିଲେ | ଭଲକଥା | କିନ୍ତୁ ଧୀରେଧୀରେ କଟକଣା ମାନଙ୍କୁ କୋହଳ କରାଗଲା | ମଦ ଦୋକାନ ଖୋଲିଲା ; ମଲ ଖୋଲିଲା ; ଅନେକ ରାଜ୍ୟରେ ଧର୍ମାନୁଷ୍ଠାନ ମଧ୍ୟ ଖୋଲିଲା | କିନ୍ତୁ ଆମ ଓଡ଼ିଶାରେ ଧର୍ମାନୁଷ୍ଠାନ କ୍ଷେତ୍ରରେ ବ୍ୟତିକ୍ରମ ହେଲା | ଏଯାଏଁ ସବୁ ବନ୍ଦ ରହିଛି | କାଇପଦର ବାବା ବୁଖାରି ପୀର ଙ୍କ ପାଖକୁ ଯାଇହବନି ; ନା ଭୂଷଣ୍ଡପୁର ମା ଉଗ୍ରତାରା ଙ୍କ ପାଖକୁ; ନା ବାଙ୍କି ମା ଚର୍ଚ୍ଚିକାଙ୍କ ପାଖକୁ; ନା ବାଣପୁର ମା ଭଗବତୀ | ଏମିତିକି ମା କଟକଚଣ୍ଡୀ ବି ମନା ; ଆରଡ଼ି ର ଆଖଣ୍ଡଳମଣି ବି ; ଭବାନୀପାଟଣାର ମା ମାଣିକେଶ୍ବରୀ ; ସମ୍ବଲପୁର ର ମା ସମଲେଇ ଠାକୁରାଣୀ , ଧାମନଗର ଦରଘା ବି ମନା | ବୁଝିପାରୁନି ଏମିତି କାହିଁକି ? ଆମ ଠାକୁର, ଠାକୁରାଣୀ ଆମ ପୀର ବାବା ଆମକୁ ପିଲାଦିନୁ ଦେଖିଛନ୍ତି ; ତାଙ୍କ ଆଶୀର୍ବାଦରେ ଆମେ ଗଢ଼ା ହେଇଚୁ | ସେମାନେ ଆମକୁ ପରିଚାଳିତ କରୁଛନ୍ତି | ଏମାନଙ୍କ ବିନା ଓଡ଼ିଆ ବଂଚିବ କେମିତି ? ମୁଁ ସେମାନଙ୍କ କଥା କହୁନି ଯେଉଁମାନେ ଡରି ଘରେ ଲୁଚି ରହୁଛନ୍ତି |
*******
Sunday, 30 August 2020
ଅଗଷ୍ଟ ୨୦୨୦ ର ଦ୍ଵିତୀୟ ପକ୍ଷ ର କେତୋଟି ପ୍ରାସଙ୍ଗିକ ଟିପ୍ପଣୀ
ସକାଳେ ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ଯ ଅର୍ପଣ କରିବା ସମୟରେ ଆମେ ଧଳା ମନ୍ଦାର ଫୁଲ ଅର୍ପଣ କରିବାକୁ ଭଲପାଉ। ଆମ ବଗିଚାର ଗୋଟିଏ କୋଣରେ ଗଛଟିଏ ଅଛି ଏବଂ ଗଛରେ ଏବେ ପ୍ରତିଦିନ ଦୁଇଟି ଫୁଲ ଫୁଟୁଛି । ଆଜି (ଅଗଷ୍ଟ ମାସ ପନ୍ଦର ତାରିଖ ) ବୋଧହୁଏ ବର୍ଷା ରେ ଖୁସି ହେଇ ଗଛଟି ତିନୋଟି ଫୁଲ ଦେଇଥିବା ଦେଖି ମୁଁ ଭାବିଲି ତୃତୀୟ ଫୁଲ ଟି ଗଛ ତରଫରୁ ସୂର୍ଯ୍ୟ ଙ୍କୁ ଅର୍ପଣ କରିବା ବୋଧହୁଏ ଉଚିତ ହେବ।
*****
ସରକାର ରାଜକୋଷରୁ ଅର୍ଥ ବ୍ୟୟକରି ପେଷାଦାର ଚିତ୍ରକାରଙ୍କ ଦ୍ୱାରା ପ୍ରସ୍ତୁତ କାଳ୍ପନିକ ନକ୍ସା/ଚିତ୍ର ମାଧ୍ୟମରେ ବରମୁଣ୍ଡା ବସ୍ ଟର୍ମିନାଲ, ଶ୍ରୀ କ୍ଷେତ୍ର, ସ୍ୱର୍ଗଦ୍ୱାର, ଏକାମ୍ର କ୍ଷେତ୍ର ଇତ୍ୟାଦି ପ୍ରକଳ୍ପ ମାନଙ୍କର ସମ୍ଭାଵ୍ୟ ରୂପ ପ୍ରଦର୍ଶନ କରୁଛନ୍ତି । ଏହି ପ୍ରୟାସ କେତେଦୂର ଆବଶ୍ୟକ ତାହା ବିଚାର୍ଯ୍ୟ | ମୋର କିନ୍ତୁ ମନେହୁଏ ଏହା ଅନାବଶ୍ୟକ ଏବଂ ସରକାରୀ ଅର୍ଥର ଅପବ୍ୟୟ | ବରଂ ପ୍ରକଳ୍ପମାନ ଶୀଘ୍ର ଆରମ୍ଭ ହୋଇ ଶୀଘ୍ର ସମ୍ପୂର୍ଣ୍ଣ ହେଲେ ସରକାରଙ୍କ ସାମର୍ଥ୍ୟ ପ୍ରଦର୍ଶିତ ହେବା ସଂଗେ ସଂଗେ ଜନମଙ୍ଗଳ ହୋଇପାରନ୍ତା | ଆଶ୍ଚର୍ଯ୍ୟ ବିଷୟ ଯେ ଆମ ଲୋକପ୍ରିୟ ନବୀନ ସରକାର ଦୁଇ ଦଶନ୍ଧିରୁ ଅଧିକ କାଳ କ୍ଷମତାରେ ରହି ମଧ୍ୟ ଆମ ଗାଁ ସ୍କୁଲ ମାନଙ୍କର ଗୁଣାତ୍ମକ ବିକାଶ କରି ପାରିଲେନି | ଅବଶ୍ୟ ଅନେକ ସ୍କୁଲ ଚଟାଣ ରେ ଟାଇଲ ଲାଗୁଚି; ଯେଉଁଠି ହୁଏତ ଛାତ ରେ ଫଲସ ସିଲିଂ ଲାଗୁଚି | କିନ୍ତୁ ଗାଁ ବିଦ୍ୟାଳୟ ର ଏକ ଅନନ୍ୟ ପରିଚୟ ସୃଷ୍ଟି ହେଉନି | ଯଦି ହୋଇପାରନ୍ତା, ତେବେ ଏହା ନବୀନ ସମର୍ଥକମାନଙ୍କୁ ଆନନ୍ଦିତ କରନ୍ତା | ବିଦ୍ୟାଳୟର ସମସ୍ତ ଆବଶ୍ୟକତା ପାଇଁ ଉପଯୁକ୍ତ ବ୍ୟବସ୍ଥା ଥିବା ଏକ ସୁରୁଚି ସମ୍ପନ୍ନ; ଉନ୍ନତ ମାନ ର ସୌଧ ର ନକ୍ସା ର ଆବଶ୍ୟକତା ରହିଛି ; ନକ୍ସା ପ୍ରସ୍ତୁତ ହେବା ପରେ ଶୀଘ୍ର ଏହିଭଳି ସ୍କୁଲ ଗୃହ ନିର୍ମାଣ ହେଉ, ପ୍ରତ୍ୟେକ ଗାଁ ର ପରିଚୟ ଗାଁ ସ୍କୁଲ ରୁ ହେଉ | ଏହି ସ୍କୁଲ ରେ କମ୍ପ୍ୟୁଟର ବ୍ୟବସ୍ଥା ହେଉ ; ସୌରଶକ୍ତି ବ୍ୟବହାର ହେଉ ; ଭିଡିଓ ମାଧ୍ୟମରେ ଶିକ୍ଷା ପ୍ରଦାନ ସୁବିଧା ରହୁ | ଆବଶ୍ୟକତା ଅନୁଯାୟୀ ଶିକ୍ଷକ ନିୟୋଜିତ ହୁଅନ୍ତୁ | ଏହା ଶିକ୍ଷା ପ୍ରସାରରେ ସହାୟକ ହେବ |
ବହୁ ବିଳମ୍ବ ହେଲାଣି ; ଆଉ ଅଧିକ ବିଳମ୍ବ ନହେଉ |
******
କାଲି (ଅଗଷ୍ଟ ୨୨ ତାରିଖ) ଶନିବାର, କାଲି ମଧ୍ୟ ଗଣେଶ_ଚତୁର୍ଥୀ | ଓଡ଼ିଶାର ଅସଂଖ୍ୟ ଛାତ୍ରଛାତ୍ରୀ ଖାତା,ବହି ; କଲମ, ପେନସିଲ, ଘର ଗଣେଶ ମୂର୍ତ୍ତି ପାଖରେ ରଖି ପୂଜା କରିବେ ; ଭୋଗ, ପୁଷ୍ପାଞ୍ଜଳି ଦେବେ | ଏଇ ପ୍ରଥା ଆମ ସଂସ୍କୃତି ର ଏକ ଅଙ୍ଗ | କିନ୍ତୁ ସରକାର ଫୁଲମାଳ ଟିଏ କିଣିବା ପାଇଁ ସୁଯୋଗ ଦେବେନି; କାରଣ କାଲି ସଟଡାଉନ ନ ହେଲେ ଲକଡାଉନ | ଏମିତି ଅବିମନୁଷ୍ୟତା କାହିଁକି ?
******
ପ୍ରତିବାଦ ଗଣତନ୍ତ୍ର କୁ ପରିପୃଷ୍ଟ କରିଥାଏ ; ଶୋଧନ ପାଇଁ ମାର୍ଗଦର୍ଶକ ହୋଇଥାଏ | ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ବ୍ୟକ୍ତି ପ୍ରତିବାଦ କୁ ସମ୍ମାନ ପ୍ରଦର୍ଶନ କରେ; ଭୃକୁଞ୍ଚନ କରେନାହି ବା ପ୍ରତିଶୋଧ ପରାୟଣ ହୁଏ ନାହିଁ | (ଅଗଷ୍ଟ ୨୪, ୨୦୨୦)
******
"ଚାଷୀ ବିଲରୁ ଭେଣ୍ଡି ଦୁଇଦିନ ନ ତୋଳିଲେ ଭେଣ୍ଡି ତକ ବୁଢା ହେଇଯିବ । ଲୋକସେବକ ମାନେ ଲୋକ ସେବା ଭବନରୁ ଏହା ବୁଝି ପାରୁ ନାହାନ୍ତି । ଶନିରବି ଅଲବତ ବଂଦ ହେବ । ଶୁକ୍ରବାର ସଂଧ୍ୟାରେ ଭିଡ ହେଉ . ଠେଲାଠେଲି ହଉ, ପରବାୟ ନାହିଁ ।" ମୁଁ ଦୁଇ ଗଜ ଦୂରରୁ ମୁହଁରେ ମୁଖା ଲଗେଇ ଦୋକାନୀ କଥା ଶୁଣୁଥିଲି। (ଅଗଷ୍ଟ ୨୪, ୨୦୨୦)
******
ଉତ୍କର୍ଷ ଏକ ସାମର୍ଥ୍ୟ, ଏହା ବ୍ୟକ୍ତିଗତ ସ୍ତରରେ ହେବା ସ୍ୱଭାବିକ, କିନ୍ତୁ ସାମୁହିକ ସ୍ତରରେ ଉତ୍କର୍ଷ ସମାଜ ଏବଂ ଜାତିକୁ ଉନ୍ନତ କରେ ଏବଂ ସରକାର ଙ୍କ ସାମର୍ଥ୍ୟ ପ୍ରତିପାଦନ କରିଥାଏ । ସରକାର କିନ୍ତୁ ବ୍ୟକ୍ତିଗତ ସ୍ତରରେ ଉତ୍କର୍ଷ କୁ ପୁରସ୍କୃତ କରି ନିଜର କର୍ତ୍ତବ୍ୟ ସଂପାଦନ କରିବା ମନୋବୃତ୍ତି ପ୍ରଦର୍ଶନ କରିଥାନ୍ତି । (ଅଗଷ୍ଟ ୨୫,୨୦୨୦)
*****
ଆମ ରାଜ୍ୟରେ ଆଉ କିଛି ହେଉ ନ ହେଉ , "ବୋଲେ ହୁଁ ଟି " ମାନସିକତା ବୈଶାଖ ର ବନାଗ୍ନି ଭଳି ହୁ ହୁ ହେଇ ମାଡି ଯାଇଛି । ଏହାର ବିଷମ ପରିଣତି ସଂପର୍କରେ ଆମ ଯୁବାପିଢି ସଚେତନ ହେବା ନିତାନ୍ତ ଆବଶ୍ୟକ ମନେହୁଏ । (ଅଗଷ୍ଟ ୨୬,୨୦୨୦)
*****
ଆମେ ରାଜ୍ୟର ଅନୁକୂଳ ପରିବେଶର ସୁଯୋଗ ନେଇ ବ୍ୟାପକ ସ୍ତରରେ ଚାହା, କଫି, ଗୋଲମରିଚ, ଡାଲଚିନ, ଅଳେଇଚ ଚାଷ କରିବା ନା ନିଜ ସାମର୍ଥ୍ୟକୁ ଗଂଜେଇ ଚାଷ ଓ ତାହାର ଚୋରା ଚାଲାଣରେ ସୀମିତ ରଖିବା ? ଆମେ ରାଜ୍ୟର ଅନୁକୂଳ ପରିବେଶର ସୁଯୋଗ ନେଇ ଗୋପାଳନ କରି ନିଜ ସନ୍ତାନଙ୍କୁ ଯଥେଷ୍ଟ କ୍ଷୀର ଦେବା ନା ମଦ୍ୟପାନରେ ନିଜର ସମ୍ବଳକୁ ନଷ୍ଟ କରିବା? (ଅଗଷ୍ଟ ୨୭,୨୦୨୦)
******
ଜେଇଇ ଏବଂ ଏନ୍ଇଇଟି ରେ ଭାଗ ନେଉଥିବା ଓଡିଶା ର ଛାତ୍ର ଛାତ୍ରୀ ମାନଙ୍କୁ ଶୁଭକାମନା ଜଣାଉଛି । ଈଶ୍ବର ସେମାନଙ୍କ ମଙ୍ଗଳ କରନ୍ତୁ , ତାଙ୍କର ପ୍ରତିଭା ସର୍ବଭାରତୀୟ ସ୍ତରରେ ପ୍ରଦର୍ଶିତ ହେଉ। ଆମ ବିଦ୍ୟାର୍ଥୀ ସମାଜ ପରୀକ୍ଷା ପ୍ରତି ଉଦାସୀନ ନ ହୁଅନ୍ତୁ। ସଂଘର୍ଷମୟ ଜୀବନରେ ପରୀକ୍ଷା ସାମର୍ଥ୍ୟ ପ୍ରଦର୍ଶନ ପାଇଁ ଏକ ସୁଯୋଗ । (ଅଗଷ୍ଟ ୨୯,୨୦୨୦)
*****
Saturday, 15 August 2020
INDEPENDENCE DAY, 2020
It was still raining in the morning; though it wasn't like it rained around past midnight last night. I needed to buy some vegetables and I need to buy some medicines. Someone in the nearby pharmacy confirmed over phone that the shop was open and the require medicine too was available. I decided to drive first to the vegetable vendor. As always, he received me with respect and wondered why I chose to come himself while it was raining. I should have contacted his son over phone, he said, and the boy would have delivered the vegetables at home. I had to explain that I needed to go elsewhere and hence decided to get the vegetables from his shop. I was short of change. He let me go after I had paid him hundred rupees though he ought to get ten rupees more. I reached the pharmacy. A Boy in the Pharmacy had kept my medicines ready. I was the lone customer around seven thirty in the morning. I paid through my card but I needed some change. I wasn't sure if the boy would oblige me. I asked if he would give me change for five hundred rupees. He agreed. I got the change as per my specifications. I drove to the vegetable vendor & paid him ₹10/- I owed. He was annoyed that I drove the car myself again for this small thing.
This experience with two common men of my country on Independence Day confirmed how this world is still a beautiful place to dwell in because of people like the pharma boy and the vegetable vendor; we need to learn a lot from people who we generally take for granted. Our system needs to give more power to such people to make my country a lot more humane and warm place to live in.
Sadly, craving for justice by the common man only keeps growing as Independent India grows older.
I am always proud of those Revolutionaries who either got killed or spent life in cellular jail till death for what they did for making our country independent years before 1947.
*********
Thursday, 13 August 2020
SOME THOUGHTS ON AUGUST, 13, 2020
2. So far, Hindi film "Tamas" (released in 1988) has been the longest -- 2 minutes short of 5 hours. Film"LoC Kargil", released in 2003, was also a long picture, running for 255 minutes. So was the celebrated film "Mera Naam Joker", released in 1970 that was 244 minute long. For years, however, television serials running short episodes almost daily has been conditioning viewers' mind . Mind is getting tuned to watching about 25 minute long episodes. In many cases, span of attention is shrinking. This is the reason why watching a film is not interesting for me- average length of a film being about 100 minutes.
3. Let our biggest temptation not be to keep within us the knowledge we have. Ancient India's wise have been believers in sharing knowledge. They passed on knowledge from one generation to the next through "Shruti". This Indian legacy must continue. An educated Nation is always a strong one ; it ensures holistic development, both of mind and material.
4. Let's not revert to relaxing mode. The vaccine against COVID 19 , to be available to you and me, is still months away. Let's be optimistic ; but we should be realistic as well. It pays to keep the seat belt in a fastened mode. We may be hit by turbulence suddenly.
*********
August 13, 2020
Tuesday, 4 August 2020
ସକାଳର ମୁଢି ବିକାଳି
Saturday, 18 July 2020
ଝରକଲମ, ପରକଲମ, କାଠକଲମ
ଲାପଟପ ବା ସ୍ମାର୍ଟଫୋନ ରେ କିଛି ଲେଖି ଆତ୍ମସନ୍ତୋଷ ଲାଭ କଲା ପରେ ଗୋଟିଏ ଏ ଫୋର ସାଇଜ ଧଳା କାଗଜରେ ଗୋଟିଏ ପୃଷ୍ଠା ନିଜ ହାତରେ କଲମରେ ଛୋଟଛୋଟ ଅକ୍ଷରରେ ଦିନଲିପି ବା ଅନ୍ୟକିଛି ଲେଖିବା ଅଭ୍ୟାସ କରିବାକୁ ଯେତେ କହୁଛି, ଶ୍ରୋତାମାନେ ମୁଚୁକି ହସି ମୁହଁ ବୁଲେଇ ଦେଉଛନ୍ତି |
ଟିଭି ହେଉ ବା ସିନେମା , ହିରୋଂକ ଡାଇଲଗ ଶୁଣି ମୁଖସ୍ତ କରି ଦେଉଛନ୍ତି ; କିନ୍ତୁ ନିଜ ମନକୁ ଦଶ ମିନିଟ ମାତୃଭାଷାରେ ସାବଲୀଳ ଢଙ୍ଗରେ କିଛି କହିବା ଅଭ୍ୟାସ କରିବା ଅନୁରୋଧ ମଧ୍ୟ ସେହି ଦଶା ଭୋଗ କରୁଛି |
******
Friday, 17 July 2020
BEE AND THE EARTHWORM
Tuesday, 30 June 2020
ଆମର ସବୁ ଜିନିଷ ଆବଶ୍ୟକ , କାରଣ ଆମେ ମନୁଷ୍ୟ |
****
ଗୋପାଳର ବାଡ଼ି ପୋଟଳ
********