Monday 23 July 2018

ଓଡିଶାରେ ସୋସିଆଲ୍ ମିଡିଆ

ବିଲେଇ ବେକରେ ଘଣ୍ଟିଟିଏ ବାନ୍ଧିଦେଲେ କେବଳ ମୂଷା ଘଣ୍ଟିଶୁଣି ଦୌଡି ପଳେଇବନି : ଦୁଧ ହଉ ବା ମାଛ ବି ବିଲେଇ ମୁହଁରୁ ରକ୍ଷା କରିହବ |ଏକଥା ସମସ୍ତେ ଜାଣନ୍ତି ; ଆଲୋଚନା ବି କରନ୍ତି | କିନ୍ତୁ ଘଣ୍ଟି ବାନ୍ଧିବାକୁ କେହି ଅଂଟା ଭିଡି ଆଗକୁ ଆସନ୍ତିନାହିଁ | କଥାଟା କଥାରେ ରହିଯାଏ | ବିଲେଇ ଚୁପ୍ କରି ଆସେ; ମୂଷା ମରେ : ଦୁଧ ମାଛ ଖାଇ ଚାଲାକ୍ ବିଲେଇ ଜିଭ ଚାଟି ଚାଟି ପଳେଇଯାଏ | 

ଆମ ରାଜ୍ୟରେ ସୋସିଆଲ୍ ମିଡିଆ ରେ ସକ୍ରିୟ ହେଉଥିବା ଲୋକମାନେ ବି ଅନେକ ସମସ୍ୟା ବିଷୟରେ ମତ ଦିଅନ୍ତି; ଏଇଟା ଭଲ ; ସେଇଟା ଖରାପ କହନ୍ତି; କାହାକୁ ବୁହେ ଗାଳିମନ୍ଦ କରନ୍ତି; କାହାକୁ ପ୍ରଶଂସାରେ ପୋତି ଦିଅନ୍ତି ; କିନ୍ତୁ ଦରକାର ହେଲେ ,  ଜଳନ୍ତା ଅଂଗାରରେ ଚାଲିବା ବା ପାଣିକୁ ଡ଼େଇଁ ପଡିବା କଥା ଉଠିଲେ ଅଧିକାଂଶ ଛୁ ମାରନ୍ତି | 

ଓଡିଶା ପରିସ୍ଥିତି ଯାହା ; ସୋସିଆଲ୍ ମିଡିଆ ଜନମତ ପ୍ରଭାବିତ କରିବା ଦକ୍ଷତା ଏବେଯାଏଁ ହାସଲ କରିପାରିନାହିଁ | ହୁଏତ ଏହା କାଁଭାଁ ଚା କପ୍ ରେ ସାମାନ୍ୟ ତରଂଗ ସୃଷ୍ଟି କରୁ ଥାଇପାରେ | 

ସୋସିଆଲ୍ ମିଡିଆ ଓଡିଶାର ପଚାଶ ହଜାର ଗାଁ କୁ କେତେ ମାତ୍ରାରେ ପହଂଚିଚି ? ମଦ ରୁ ମୁକ୍ତ ହେଇ ପାରିଲେ ତ ଅନ୍ୟ ସମସ୍ୟା ସମ୍ପର୍କରେ ମତ ଦେଇ ହବ | ଲୋକମାନେ ତ ନିଜ ପ୍ରାପ୍ୟ ପାଇଁ ଖାଲି ଦୌଡିଦୌଡି ଥକି ଯାଉଛନ୍ତି ; ଆଉ ଅନ୍ୟ ସମସ୍ୟା ବିଷୟରେ ଚିନ୍ତା କରିବାକୁ ବେଳବା କାହିଁ ?

ଓଡିଶାରେ ସୋସିଆଲ୍ ମିଡିଆ ଭୋଟକୁ ପ୍ରଭାବିତ କରିବାକୁ ଆହୁରି ଅନେକ ଦଶନ୍ଧି ଲାଗିବ | ସେତେବେଳ ଯାଏଁ ମଦ , ନୋଟ , ଖାସି ମାଉଂସ, ବିରିଆନି, କୁକୁଡା ତରକାରି, ଚାଉଳ , କମ୍ବଳ, ସାଇକଲ , ମଂଗଳସୁତ୍ର ଇତ୍ୟାଦି ବ୍ୟବହାର ହଉଥବ |

*********  

23rd July, 2016


No comments:

Post a Comment