Wednesday 1 August 2018

ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଏବଂ ମଦର ପ୍ରସାର


ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ଖାଦ୍ୟ ସୁରକ୍ଷା ଦେବାପାଇଁ ଏକ ଜନମଙ୍ଗଳକାରୀ ସରକାର ବ୍ୟଗ୍ର ହେବା ସ୍ୱାଭାବିକ | ସେହି ଦୃଷ୍ଟିରୁ ଆମ ରାଜ୍ୟର ପଚିଶ ଲକ୍ଷ ଲୋକଙ୍କୁ ରାଜ୍ୟ ର ନିଜସ୍ୱ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ସାମିଲ କରିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ | ଆଜି ଆମ ରାଜ୍ୟର ସାଢେ ଚାରି କୋଟି ଲୋକଙ୍କ ମଧ୍ୟରୁ ୩କୋଟି ଛବିଶ ଲକ୍ଷ ଲୋକ ଜାତୀୟ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ଉପକୃତ ହେଉଥିବା ବେଳେ ଏବେ ରାଜ୍ୟ ବ୍ୟବସ୍ଥା ମାଧ୍ୟମରେ ପଚିଶ କୋଟି ଲୋକ ଉପକୃତ ହେବେ | ଖାଦ୍ୟ ମଣିଷର ଜୀବନରକ୍ଷା ପାଇଁ ସର୍ବ ପ୍ରଥମ ଆବଶ୍ୟକତା | ଆଜି ଅବସ୍ଥା ଏଭଳି ଯେ ଆମ ରାଜ୍ୟରେ ସାଢେ ୩କୋଟି ଲୋକଙ୍କୁ ଖାଦ୍ୟ ସୁରକ୍ଷା ଦେବା ଆବଶ୍ୟକ ହେଉଛି | ଏହି ସତ୍ୟତା ପରିପ୍ରେକ୍ଷୀରେ ଏକ ଜନ ମଙ୍ଗଳକାରୀ ସରକାର ରାଜ୍ୟର ଗଳିକନ୍ଦି, ଗାଁଗଣ୍ଡାରେ ଆଖି ବୁଜି ମଦର ପ୍ରସାର ଯେଭଳି କରିଛନ୍ତି ତାହା କେତେଦୂର ଦୁର୍ବଳଶ୍ରେଣୀର କୋଟିକୋଟି ଲୋକଙ୍କ ଜୀବନକୁ ସମୃଦ୍ଧ କରିବ ତାହା ଭାବୁଛନ୍ତି କି ? ଗାନ୍ଧୀ ଜୟନ୍ତୀ ଅବସରରେ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିବା ସହିତ ଓଡିଶାକୁ ଦେଶୀ ମଦମୁକ୍ତ କରିବା ନିଷ୍ପତ୍ତି ଘୋଷଣା କରିବାକୁ ଅନୁରୋଧ କରୁଛି |

*******


No comments:

Post a Comment