Thursday 16 August 2018

ଗୋଟିଏ ସକାଳର ଅନୁଭୂତି


ଝିଅଟି ମୋତେ ଦୂରରୁ ଦେଖି ବାଇକ୍ ଅଟକେଇ ହସିହସି ନମସ୍କାର କଲା | ତାକୁ ଖୁସିଥିବା ଦେଖି ମୋତେ ଭଲ ଲାଗିଲା | ଉଚ୍ଚ ଶିକ୍ଷିତ ଝିଅଟିଏ ; ଇଞ୍ଜିନିଅରିଂ ପଢିଛି | ଏବେ ଚାକିରୀ ଟିଏ ବି ପାଇଥିବା ତା ବାପା ମୋତେ କହିଥିବା ମନେପଡିଲା | ତା ମା ନାହିଁ ; ଗୋଟିଏ ବଡଭଉଣୀ ଅଛି ଯେ ତା ପରିବାର ସହିତ ଦୂର ସହରରେ ରହେ | ଝିଅଟି ଅତି ଯୋଗ୍ୟ;ବାପା,ଜେଜେମା ଆଉ ଘରର ସବୁକଥା ବୁଝେ | ଆଜି ସେ ଆପେଆପେ ତା ବାହାଘର ଠିକ ହେଇଥିବା ମୋତେ କହିଲା | ପିଲାଟି ଭଲ କାମରେ ଅଛି ; ଭଲ ପରିବାରର ପିଲାଟିଏ | ମୁ ତା ହସହସ ମୁହଁରୁ ଏଇକଥା ଶୁଣି ଖୁସି ହେଲି ;ତାକୁ ଆଶୀର୍ବାଦ କଲି ; ତା ଛୋଟ ପୁତୁରା ର ଭଲ ସେବା କରିଥିବାରୁ ଶୀଘ୍ର ବାହାଘର ଠିକ ହେଇଯିବା କହିଲି; ସେ ହସିହସି ତା ବାଇକ ଚଳେଇ ଚାଲିଗଲା | ସେ ଗଲାପରେ ପୁଣିଥରେ ମନେମନେ ତାକୁ ଆଶୀର୍ବାଦ କରି ତା ମଙ୍ଗଳ କାମନା କଲି | ଭଲ ଲାଗିଲା |

******

16th August, 2016

No comments:

Post a Comment