Thursday 9 August 2018

ଆମ ଓଡ଼ିଶାର ଛୋଟ ଗାଁ ସମସ୍ୟା


   ଖବରକାଗଜ ମାନଂକରେ ନିୟମିତ ଭାବରେ ରାଜ୍ୟର ବିଭିନ୍ନ ଗ୍ରାମରୁ ଅସୁସ୍ଥ ବ୍ୟକ୍ତି, ଗର୍ଭବତୀ ମହିଳା ମାନଂକୁ ଭାର , ଖଟ ଇତ୍ୟାଦି ବ୍ୟବହାର କରି ପରିଜନ/ ପଡୋଶୀ ମାନେ ଡାକ୍ତରଖାନା ନେଉଥିବା ଫଟ ପ୍ରକାଶିତ ହେଉଚି | ଏହା ଆମ ରାଜ୍ୟର ଅନେକ ସ୍ଥାନରେ ଅବ୍ୟାହତ ଗମନାଗମନ ଅସୁବିଧା ସମ୍ପର୍କରେ ସଂକେତ ଦିଏ | ଏହି ସମସ୍ୟାର ସନ୍ତୋଷଜନକ ସମାଧାନ ପାଇଁ ଏକ ଜରୁରି କାର୍ଯ୍ୟକ୍ରମ ଆବଶ୍ୟକ | ଆମ ରାଜ୍ୟର ଗ୍ରାମ ସଂଖ୍ୟା ଦେଶର ଅନ୍ୟ ରାଜ୍ୟ ମାନଂକ ତୁଳନାରେ ଅତ୍ଯନ୍ତ ଅଧିକ | ଆମର ଅଧିକାଂଶ ଗ୍ରାମର ଲୋକସଂଖ୍ୟା ଅନ୍ୟ ରାଜ୍ୟମାନଂକ ତୁଳନାରେ ମଧ୍ୟ ସ୍ବଳ୍ପ | ପାହାଡିଆ ଅଂଚଳର କ୍ଷୁଦ୍ର ବସତି ମାନଂକରେ ସନ୍ତୋଷଜନକ ସ୍ଥରର ମାନବ ବିକାଶ ସୁବିଧାମାନ ଯୋଗାଇବା ସମ୍ଭବପର ନୁହେଁ | ଏହି ଅପ୍ରିୟ ବାସ୍ତବତା ପ୍ରତି ଆମେ ସଚେତନ ହେବା ଆବଶ୍ୟକ | କିନ୍ତୁ ଏଠାରେ ବାସ କରୁଥିବା ନାଗରିକ ମାନେ ଅନ୍ୟମାନଂକ ଭଳି ସୁବିଧାରୁ ବଂଚିତ ହେବା ମଧ୍ୟ ନିତାନ୍ତ ଦୁର୍ଭାଗ୍ଯଜନକ | ଏହି ସମସ୍ୟାର ସମାଧାନ ପାଇଁ କ୍ଷୁଦ୍ର ଗ୍ରାମମାନଂକ ଏକତ୍ରୀକରଣ / ନିକଟସ୍ଥ ବଡ ଗାଁ ମାନଂକ ସହିତ ମିଶ୍ରଣ ଜରୁରୀ ଆବଶ୍ୟକ ମନେହୁଏ |କିନ୍ତୁ ଏଦିଗରେ ଆମ ରାଜନୈତିକ ଶକ୍ତିମାନେ ବର୍ଷବର୍ଷ ଧରି ନିର୍ବିକାର ରହୁଥିବା ପ୍ରହେଳିକାମୟ ବୋଧହୁଏ | ବଡ଼ ବସତି ପାଇଁ ରାସ୍ତା , ବିଜୁଳି , ବିଦ୍ୟାଳୟ ; ଡାକ୍ତରଖାନା ଇତ୍ୟାଦି ସୁବିଧା ବ୍ୟବସ୍ଥା ଅପେକ୍ଷାକୃତ ସହଜ | ଏହା ଫଳରେ ରାଜ୍ୟବାସୀ ସାମୁହିକ ଭାବରେ ଏକ ବିକଶିତ ବ୍ୟବସ୍ଥାର ସୁଫଳ ଲାଭ କରି ପାରିବେ |

******
9th August, 2017


No comments:

Post a Comment