Friday 3 August 2018

ଦିହସୁହା ବିଜୁଳିକାଟ


ଆଜି ଆମ ବିଦ୍ୟୁତ ସରବରାହ କମ୍ପାନୀ ଆମ ଘରକୁ ପ୍ରାୟ ପାଂଚଘଣ୍ଟା ବିଦ୍ୟୁତ ଯୋଗାଣ ବନ୍ଦ କରି ଆମ ଉପକାର କରିଥିଲେ | କାରଣ ଏହାଯୋଗୁଁ ଏଆର କଂଡିସନର, ଫ୍ରିଜ , ଲୁଗା ସଫା ମେସିନ ଇତ୍ୟାଦି ବ୍ୟବହାର ପାଂଚଘଣ୍ଟା ନହେବା ଫଳରେ ଅନ୍ତତଃ ଶହେ ଟଂକାର ଖର୍ଚ୍ଚ ହେଇନଥିବ |

ଅବଶ୍ୟ ଫ୍ରିଜରେ ଥିବା ଆଇସକ୍ରିମ ତରଳି ଯାଇଯିବ; ବଟର ଅବସ୍ଥା ମଧ୍ୟ ସେଇଆ ହେଇଥିବ; ଦହି ଖଟା ହେଇଯିବ ; କ୍ଷୀର ଫାଟିଯିବ | ସେକଥା ସବୁ ଆମ ଇଲେକ୍ଟ୍ରିକବାଲାଂକୁ ବୁଝେଇ ଲାଭ ହବନି | କାଲ ଆଗରେ ମୂଳା ଚୋବେଇବା ଭଳି ହବ | କିନ୍ତୁ ଭଗବାନଂକ ଦୟା ଏବଂ ଆଶୀର୍ବାଦ ଯୋଗୁଁ ପଂଖା , ଆଲୁଅ, ଟେଲିଭିଜନ, ଆଉ ମୋ କମ୍ପ୍ୟୁଟର ଚାଲୁ ରହିବା ପାଇଁ ଘରେ ଆଭ୍ୟନ୍ତରୀଣ ବ୍ୟବସ୍ଥା ରହିଥିବା ଫଳରେ ବଂଚିବା ସମ୍ଭବ ହେଇପାରିଲା |

 ଆଜି କିନ୍ତୁ ବିଜୁଳି ଯୋଗାଣ ବନ୍ଦ ହେଇଥିଲା ଗୋଟିଏ ପୁରୁଣା ସପନ ସତ ହେବାଲାଗି | କେତେବର୍ଷ ଧରି ଆମେମାନେ ଶୁଣୁଥିଲୁ ବିଜୁଳି ଖୁଣ୍ଟରେ କେବୁଲ ଟଣାହବ ; ଗଛ ପବନ ବର୍ଷାରେ ହଲିଲେବି ବିଜୁଳି ତାରରୁ ନିଆଁ ବାହାରିବ ନାହିଁ | ଶୁଣିଲୁ କେତେ ଗାଁରେ ଏହି ବ୍ୟବସ୍ଥା ହେବା ଫଳରେ ବିଜୁଳି ଚୋରୀ ଉପରେ ଲଗାମ ଲାଗିଚି | ଆମ ଘର ସାମନା ଖୁଣ୍ଟରେ କେବୁଲ ଟଣା ପାଇଁ ଅନେକ ମାସର ନିରବ ପ୍ରାର୍ଥନା ଆଜି ସାକାର ହେଲା |

ତେଣୁ ଆଜିର ବିଜୁଳି କାଟ ନିର୍ଦୟ ବୋଧ ହେଲାନି ; କରୁଣାମୟ ପ୍ରତୀତ ହେଲା | ଯେମିତି ସେମାନେ ଆମଘରକୁ ଆସି କାଲି ସଂଧ୍ୟାରେ ବିଜୁଳିକାଟ ଦିନ ତିନିଟା ସୁଦ୍ଧା ସରିଯିବା ଆଶ୍ବାସନା ଦେଇଥିଲେ ଠିକ ସେମିତି ହେଲା : ବରଂ ଦଶ ମିନିଟ ଆଗରୁ ଏସି ମେସିନ ଜୀବନ୍ତ ହେଇଗଲା |

*******

3rd August, 2017

No comments:

Post a Comment