Friday 3 August 2018

ମନୁଷ୍ୟତା ବାରମ୍ବାର ହାରୁଚି କାହିଁକି

 
ମୃତ ପତ୍ନୀଙ୍କ ପାର୍ଥିବ ଶରୀର ନିଜ କାନ୍ଧରେ ବହନ କରିଥିବା ନିଃସଙ୍ଗ ଦାନମାଝିଙ୍କ ନିରବ ପଦଯାତ୍ରାର ଚିତ୍ର ଦେଶ ବିଦେଶରେ ଅସଂଖ୍ୟ ଲୋକଙ୍କ ବିବେକ ଦଂଶନ କରିଥିଲା | ଜନମଙ୍ଗଳକାରୀ ସରକାର ଅବିଳମ୍ବେ ମହାପ୍ରୟାଣ ଯୋଜନା କାର୍ଯ୍ୟକାରୀ କଲେ | ମୃତ ବ୍ୟକ୍ତିଙ୍କ ଶରୀର ଡାକ୍ତରଖାନାରୁ ଘରକୁ ବା ଶ୍ମଶାନ କୁ ନେବା ପାଇଁ ନିଶୁଲ୍କ ବାହାନ ବ୍ୟବସ୍ଥା ହେଲା |
ଏହି ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଆମେ ବାଦ ବିସମ୍ବାଦ ନକରି ଆମେ ଆତ୍ମନିରୀକ୍ଷଣ କରିବା, ଆମ ବ୍ୟକ୍ତିଗତ ଓ ସାମୁହିକ ସଚେତନତା ସମ୍ପର୍କରେ | ଦାନ ମାଝୀଙ୍କ ଅଭାବନୀୟ ପରିସ୍ଥିତି ପରେ ଅନେକ ଦିନ ଅତିବାହିତ ହେଇଚି | ଏତେଦିନ ପରେ ଆଜି ଆମେ କେତେ ସମ୍ବେଦନଶୀଳ ହେଇଛେ ? ଜଣେ ବିପଦରେ ପଡିଥିବା ବେଳେ ଆମେ ସ୍ୱତଃପ୍ରବୃତ୍ତ ଭାବରେ କେତେ ଶୀଘ୍ର ସାହାଯ୍ୟ ପାଇଁ ହାତ ବଢେଇଛେ ?
 ଦୁଇଦିନ ତଳେ ପୁଣି ଏକ ହୃଦୟ ବିଦାରକ ଚିତ୍ର ମିଡିଆରେ ପ୍ରସାରିତ ହେଇଚି | ଜଣେ ବ୍ୟକ୍ତି ସାଇକଲରେ ଜଣେ ଆତ୍ମୀୟ ମହିଳାଙ୍କ ମୃତ ଶରୀର ଡାକ୍ତରଖାନାରୁ ନେଇ ଯାଉଛନ୍ତି |
ଆମେ ସେଭଳି ଲୋକଙ୍କୁ ଏକୁଟିଆ ଛାଡିଦେଉଛେ କାହିଁକି ? ମନୁଷ୍ୟତା ବାରମ୍ବାର ହାରୁଚି କାହିଁକି ? ଆମେ ବିରାଟ ମଟର କାରରେ ହେଉ ବା ବ୍ୟୋମଯାନରେ ଆଡମ୍ବରରେ ଯାଉଥିବା ବେଳେ ନିଜ ମୃତ ମନୁଷ୍ୟତା ବ୍ୟତୀତ ଆଉ କାହାକୁ ସାଙ୍ଗରେ ନେଉନାହୁଁ କାହିଁକି ?

****** 

No comments:

Post a Comment