Wednesday 8 August 2018

ଓଡିଶା ପର୍ଯ୍ୟଟନ ସମ୍ପର୍କରେ କେତୋଟି ପ୍ରସଙ୍ଗ

Now we have the 1,280 km cruise on the Ganga, between Kolkata and Varanasi. The WBTDCL has signed an MoU with Pandaw Cruises India Ltd. The cruise between Kolkata and Varanasi would be the first venture of the company in India
The demand for the cruise is very high and tickets are already booked till 2021. The parent company of Pandaw River Cruises operates six river cruises in countries like Myanmar, Cambodia, Vietnam and Malayasia. RV Bengal Pandaw, designed on the lines of a colonial steamer, would take 15 days to sail from Kolkata to Varanasi. ( Source: INDIA TV )
*****
କୋଲକାତା ଠାରୁ ବାରାଣାସୀ ପର୍ଯ୍ୟନ୍ତ ଗଙ୍ଗାନଦୀରେ ପ୍ରତୀକ୍ଷିତ ସୌଖିନ ଜଳଯାତ୍ରା ( କୄଜ} ଆରମ୍ଭ ହୋଇଛି | ଏହା ଆନନ୍ଦର ବିଷୟ | ପ୍ରକାଶିତ ଖବରରୁ ଜଣାଯାଏ ଯେ ଏକ ଅନୁଭବୀ କମ୍ପାନୀ ଏହି ପନ୍ଦର ଦିନିଆ ବାରଶହ ଅଶି କିଲୋମିଟର ଯାତ୍ରା ପାଇଁ ଯାତ୍ରୀ ପିଛା ଏକଲକ୍ଷ କୋଡିଏ ହଜାରରୁ ଏକଲକ୍ଷ ଅଶି ହଜାର ଟଙ୍କା ଭଡା ନେବେ | ଏହି ବ୍ୟବସ୍ଥା ବିଦେଶୀ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବା ସ୍ୱାଭାବିକ | କ୍ରମଶଃ ଏହି ଯାତ୍ରା ସାଧାରଣ ଲୋକଙ୍କ ପାଇଁ ସୁଲଭ ଦରରେ ମିଳିବା ଆବଶ୍ୟକ | ଆମ ମହାନଦୀରେ ଏହିଭଳି ସୌଖିନ ଜଳଯାତ୍ରା ପ୍ରସଙ୍ଗ ସମ୍ପର୍କରେ କେଉଁ ସ୍ତରରେ ମାନସ ମନ୍ଥନ ହେଉଥିବ ନିଶ୍ଚୟ | ଅବଶ୍ୟ ଏହି ଯାତ୍ରା ସୁଲଭ ଦରରେ ଯୋଗାଇବା ଦରକାର | ଏକ ଅପେକ୍ଷାକୃତ ନିରାଡ଼ମ୍ବର କିନ୍ତୁ ଆରାମଦାୟକ ଜଳଯାତ୍ରା ସୋନପୁର ଠାରୁ ମୁଣ୍ଡଳୀ ପର୍ଯ୍ୟନ୍ତ ଆରମ୍ଭ କରିବା ବିଚାର୍ଯ୍ୟ | ଆସାମରେ ଅନେକଦିନୁ ବ୍ରହ୍ମପୁତ୍ରନଦୀରେ ଜଳଯାତ୍ରା ଲୋକପ୍ରିୟ ହୋଇ ପାରିଛି | କେରଳରେ ହାଉସବୋଟ ବହୁଳ ଭାବରେ ବ୍ୟବହୃତ ହେଉଛି | ଚିଲିକାରେ ସୌଖିନ ଭାସମାନ ଭୋଜନାଳୟ ଏବଂ ହୋଟେଲ ବ୍ୟବସ୍ଥା ବହୁ ବିଳମ୍ବିତ ହୋଇଥିବା ଅନେକେ ଅନୁଭବ କରନ୍ତି |
******
ଆମେ ସମସ୍ତେ ଚାହୁଁ ଆମ ଓଡିଶାକୁ ଅଧିକ ପର୍ଯ୍ୟଟକ ଆସନ୍ତୁ | ସେହି ଉଦ୍ଦେଶ୍ୟରେ ଅନେକେ ସୁନ୍ଦର ଫୋଟୋ ପ୍ରଦର୍ଶନ କରିବାକୁ ଭଲ ପାଆନ୍ତି | ସୁନ୍ଦର ବେଳାଭୂମି ; ମନ୍ଦିର ; ଜଳପ୍ରପାତ , ସୋରିଷ କ୍ଷେତ ; ସୂର୍ଯ୍ୟୋଦୟ , ସୂର୍ଯ୍ୟାସ୍ତ , ପଶୁ ପକ୍ଷୀ , ନୀଳାମ୍ବୁ ଚିଲିକା; ଆମ ପଖାଳ କଂସା ; ବ୍ୟଞ୍ଜନ ' ମାଛ ତରକାରୀ ; ରସଗୋଲା ଇତ୍ୟାଦି ଆମ ଫୋଟୋରେ ସ୍ଥାନ ପାଏ | କିନ୍ତୁ ଏହା ପର୍ଯ୍ୟଟକ ମାନଙ୍କ ଉପରେ ଯେଉଁ ପ୍ରଭାବ ପକାଏ ତାହା ନଗଣ୍ୟ | ଏହାଫଳରେ ପର୍ଯ୍ୟଟକ ଆମ ଓଡିଶା ଆସିବା ସଂଖ୍ୟା ବଢ଼େନି | ଫୋଟୋରେ ନିତାନ୍ତ ଜୀର୍ଣ୍ଣ ଝୁମ୍ପୁଡି ବସ୍ତି ମଧ୍ୟ ନିତାନ୍ତ ଆକର୍ଷକ ଦିଶିବ | ଆମେ କିଭଳି ବ୍ୟବସ୍ଥା ତାଙ୍କ ପାଇଁ କରିଛୁ ; ସେ କିଭଳି ରହିବେ ; କେଉଁଠି ରହିବେ ; କେଉଁଠି ଖାଇବେ ; କେଉଁଭଳି ଗାଇଡ଼ ସୁବିଧା ପାଇବେ ଇତ୍ୟାଦି ଦୁରୂତ୍ଵପୂର୍ଣ୍ଣ ପ୍ରସଙ୍ଗ | ଜଣେ ପର୍ଯ୍ୟଟକ ସାତଦିନ କିଭଳି ଆକର୍ଷଣର ବହୁଳତା ଭିତରେ ବ୍ୟସ୍ତ ରହିବ ସେହି ଅନୁରୂପ ବ୍ୟବସ୍ଥା ଆମେ କାହିଁକି କରି ପାରୁନୁ ? ଦୁଇଦିନ ତଳେ (5-8-2018) ଭୁବନେଶ୍ୱର ପାନ୍ଥନିବାସ ରେ ଦିନ ଗୋଟାଏ ବେଳେ କିଛି ସମୟ ବିତେଇଲି | ମୋତେ ସେଠାର ବାତାବରଣ ନିତାନ୍ତ ସାଧାରଣ ଭଳି ଲାଗିଲା | ପରିବେଶ ଓ ପ୍ରସ୍ତୁତି ସ୍ତର ଆକର୍ଷଣ ରହିତ ବୋଧ ହେଇଥିଲା | ମୁଁ ଓଡିଶା ରାଜଧାନୀ କଥା କହୁଛି |
******* 
That some heritage buildings of Odisha have now modest hospitality segments is an encouraging development. The initiative needs efficient, sophisticated and subtle marketing to become sustainable. I hope appropriate steps are being taken in this regard. Some of these facilities being close to forests, could be staring points for wild-life safari. This would be possible only if there is holistic development of our sanctuaries. For many reasons, Odisha's sanctuaries are yet to be acclaimed destinations for serious wild-life tourists
******   
Some comments on the above four observations of mine in the Facbook today are also placed below:
The reasons for lack of tourism interest in our wildlife sanctuaries is simple. ZERO sighting of wildlife except in a few areas like Satkosia, Debrigarh and Bhittarkanika thanks to heavy poaching throughout the year. I also fail to understand why a full bus load of tourists from out of state visit eco sensitive areas like Kapilash and are allowed to litter and pollute the area by paying a measly Rs.50 as user charges for clean up. They bring their own rations, cooking gas, broiler chicken, cook and do not benefit the local economy in any way. (ବିଶ୍ୱଜିତ ମହାନ୍ତି)
*******
We are not professional in our dealings. I paid some advance for hiring transport from OTDC. The car driver they sent disappeared midway. Despite assurances ,no substitute was sent. Till today, no final bill has been sent after three years. Imagine what will happen to a visitor. (ଜାଗର ସିଂ)
*****
ପର୍ଯ୍ୟଟନ ପ୍ରସଙ୍ଗ ପ୍ରତି ସଂବେ ଦନଶିଳତା ଆବଶ୍ୟକ ।ସ୍ୱର୍ଗତଃ ଅବୋଧ ନାରାୟଣ ତିୱାରୀ ଙ୍କ ଅମଳରେ Tourism Directory of Odisha ନାମରେ ବହିଟିଏ ମିଳୁଥିଲା ।ମାତ୍ର ଟ୩ ଙ୍କ। ମୂଲ୍ୟରେ । ବହୁତ୍ ପର୍ଯ୍ୟଟନ ପ୍ରେମୀ ଉପକୃତ ହେଉଥିଲେ । ସେମିତି ହ୍ୟାଣ୍ଡ ବୁକ୍ ଆଉ ମିଳୁନି । ବିଦେଶ ଯାତ୍ରା ଓ ରୋଡ ସୋ ହେଉଛି କିନ୍ତୁ ବୁଦ୍ଧିଷ୍ଟ୍ ସର୍କିଟ କୁ ସେତେ ପର୍ଯ୍ୟଟକ ଆସିବା ହେଉନି। ASI ସତ୍ୟପାଠ ଦେଲା, କିନ୍ତୁ ଶ୍ରୀମନ୍ଦିର ବଲ୍ଲଭ ପିଣ୍ଡି ରେ ପାଣି ଗଳିବା ଅଭିଯୋଗ । ଅସରାଏ ବର୍ଷା ରେ କୋଣାର୍କ ର ପଥର ମୂର୍ତ୍ତି କାନ୍ଦୁଛନ୍ତି । ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭ୍ ରାସ୍ତା ରେ ସିଦ୍ଧମହାବିର ଲେଭଲ୍ କ୍ରସିଂ ଦିନକୁ ୧୨ ଘଣ୍ଟା ବନ୍ଦ । ସାକ୍ଷୀଗୋପାଳ ମନ୍ଦିର କୁ ଗଲେ ଲେଭଲ କ୍ରାସିଂ ଅବସ୍ଥା ତଦୃପ୍ ।ସେଠି ଏବେ ଭାଷା ଉଦ୍ୟାନ ହେବାକୁ ଯାଉଛି । ଆମ ସ୍ଲୋଗାନ ଅତୁଲ୍ୟ ଭାରତ ର ଆତ୍ମା ଆଉ ପର୍ଯ୍ୟଟନ ର ଗତି ଏପରି । ଜଳଯାତ୍ରା ଓ ଜଳକ୍ରୀଡା ଆମ ସଂସ୍କୃତି। ଶ୍ରୀମନ୍ଦିର ର ଜଳକ୍ରୀଡା ମଣ୍ଡପ ଏଥିପାଇଁ ବ୍ୟବହୃତ ହୁଏ । ୨୧ ଦିନ ଚନ୍ଦନ ଯାତ୍ରା ସମସ୍ତେ ଜାଣନ୍ତି । ଶ୍ରୀରାମ ଙ୍କ ନୌକା ବିହାର ର ବୃତ୍ତି ଏମୋ ପୋଷେ କୁଟୁମ୍ବ, ବସାଇ ନଦେବି ନାବେ ନଧୋଇ ପାଦ ପଦ ଏବେବି ଅମର । ଉତ୍କଳ ର ନୌବାଣିଜ୍ୟ ର ଶବ୍ଦ ବାଲିଯାତ୍ରା ପଡିଆ ରେ ବର୍ଷକୁ ଥରେ ବି ତ ଶୁଭୁଚି । ପର୍ଯ୍ୟଟନ ସମୃଦ୍ଧି ରେ ଏହା ସମୟୋପଯୋଗୀ  । ପ୍ରଣାମ |   (ପଦ୍ମନାଭ ପଣ୍ଡା)
*********

No comments:

Post a Comment