Monday 11 June 2018

ଭୁବନେଶ୍ବର ସ୍ମାଟସିଟି


ଭୁବନେଶ୍ବର ସ୍ମାଟସିଟି ରୁପ ବିଷୟରେ ଆମ୍ଭେମାନେ ବିଭିନ୍ନ କଥା ଶୁଣିଥାଉ | ସମସ୍ତେ କିନ୍ତୁ ଗୋଟିଏ କଥା କହନ୍ତି ଯେ ମାଷ୍ଟରକାଂଟିନ ଅଂଚଳ ର କାୟା ବଦଳିବ | କିନ୍ତୁ କାୟା କେବେ ବଦଳିବ ସେ ସମ୍ପର୍କରେ ସଠିକ ଖବର ଲୋକଂକ ପାଖରେ ବୋଧେ ନାହିଁ | ତେବେ ଗୋଟିଏ ପରିଣତି ଅବଶ୍ୟମ୍ଭାବୀ ମନେହୁଏ | ଏବେ ଆମ ଭୁବନେଶ୍ବର ସହରକୁ ଲୋକେ ତିନି ଭାଗରେ ଦେଖିବେ | ମାଷ୍ଟର କାଂଟିନ ଅଂଚଳ ଟି ହବ ନୁଆ ଭୁବନେଶ୍ବର , ନିଉ କାପିଟାଲ୍ ର ଅବଶିଷ୍ଟ ଭାଗ ହବ ପୁରୁଣା ଭୁବନେଶ୍ବର ଓ ଓଲଡ୍ ଟାଉନ୍ ଅଂଚଳ ହବ ଅତି ପୁରୁଣା ଭୁବନେଶ୍ବର | କିନ୍ତୁ ରାଜମହଲ ଛକ ଉପରେ ଓଭରବ୍ରିଜ୍ ତିଆରିରେ ଯେମିତି ଅସୁବିଧା ଆଉ ଯେତେ ଡେରି ହେଲା ; ଯେମିତି ଏହି ଓଭରବ୍ରିଜ୍ କୁ ଜନପଥ ସହିତ ଠିକ୍ ଭାବରେ ସଂଯୋଗ କରାଗଲା ନାହିଁ , ସେହିପରି ମାଷ୍ଟରକାଂଟିନ ଅଂଚଳ ର ପୁନର୍ଜନ୍ମ ପାଇଁ କେତେ ଦିନ ଆମକୁ କଷ୍ଟ ଭୋଗିବାକୁ ହବ? ସେ ବିଷୟରେ ଆମେମାନେ ଏକଦମ୍ ଚୁପ୍ ଥିବା ଦେଖି ମୁ ଭାବୁଚି ଆମ୍ଭେମାନେ କେତେ ଶାନ୍ତମୟ ଏବଂ ନିର୍ବିକାର !!! ଏବେ ଦିନକୁ ଶହେ ଟାରୁ ଅଧିକ ରେଳଗାଡି ଯିବା ଆସିବା କରୁଚି ; କେତେବେଳେ ଷ୍ଟେସନଟା ନୁଆ ହେଇ ତିଆରି ହବ ; କେବେ ନୁଆ ବସ ଷ୍ଟେସନ ହବ; କେବେ ଚାରି ଚାରିଟା ଅତି ଉଚ ଅଟ୍ଟାଳିକା ହବ ; କେବେ ଅତି ଚୌଡା ରାସ୍ତା ହବ ? ଏ ସବୁ ହେବା ପାଇଁ କେତେ ବର୍ଷ ଲାଗିବ? ସେତେବେଳ ଯାଏଁ ଏତେ ଯାତ୍ରୀ କେମିତି ଯିବେ , କେମିତି ଆସିବେ ? ସେଇ ମାଷ୍ଟରକାଂଟିନ ଛକରେ ଯଦି ଅବ୍ୟବସ୍ଥା ବର୍ଷ ବର୍ଷ ଧରି ଲାଗି ରହିଥିବ, ତେବେ ଜନପଥ ରେ କେମିତି ଲୋକେ ଯିବା ଆସିବା କରିବେ ଆଉ , ଗାଡି ମଟର କେମିତି ଚାଲିବ ? ଏମିତି ନକରି,ବରଂ ନନ୍ଦନକାନନ ପାଖାପାଖି, ଯେଉଁଠାରେ ଏବେ ନୁଆ ଭୁବନେଶ୍ବର ଷ୍ଟେସନ ତିଆରି ଚାଲିଚି, ସେଇ ଅଂଚଳରେ ୫୦୦/୭୦୦ ଏକର ଖାଲି ଜମି ଉପରେ ନୁଆ ସହରଟିଏ ସ୍ମାଟସିଟି ଭାବରେ ତିଆରି କଲେ ଭଲ ହୁଅନ୍ତା ନି ? ଏଇଟା ଗୋଟିଏ ଅତି ଜରୁରି ଓ ଗୁରୁତ୍ବପୁର୍ଣ ବିଷୟ ; ଏହାକୁ ପିଲାଖେଳ ଭାବି ଅଣଦେଖା କଲେ ହବନି | ଏହା କେବଳ ଆମ ଲୋକଂକ ସ୍ବାର୍ଥକଥା ନୁହେଁ ; ଆମ ରାଜ୍ୟ ରାଜଧାନୀ ର ସ୍ବାଭିମାନର ବିଷୟ ମଧ୍ୟ
(26th November, 2016)

*********

No comments:

Post a Comment