Saturday 30 June 2018

ଟୁରିଷ୍ଟଙ୍କ ପାଇଁ ବିଳାସପୂର୍ଣ୍ଣ ରେଳଯାତ୍ରା ଯୋଜନା


ଅଧିକ ପର୍ଯ୍ୟଟକଙ୍କୁ ଆମ ରାଜ୍ୟକୁ ଆକୃଷ୍ଟ କରିବା ପାଇଁ ରେଳବାଇ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାର ପଞ୍ଚତାରକା ହୋଟେଲ ସଦୃଶ ବିଳାସପୂର୍ଣ୍ଣ ବ୍ୟବସ୍ଥା ଥିବା ରେଳଯାତ୍ରା ପାଇଁ ପ୍ରାଥମିକ ଆଲୋଚନା କରିଥିବା ଖବରକାଗଜରୁ ପଢ଼ିଲି | ଏହାଫଳରେ କୋଣାର୍କ , କୋଣାର୍କ-ପୁରୀ ବେଳାଭୂମି ; ଚାନ୍ଦିପୁର , ଦେବ୍ରିଗଡ ; ଭିତରକନିକା ଭଳି କେତୋଟି ଦର୍ଶନୀୟ ସ୍ଥାନକୁ ଅନେକ ବିତ୍ତଶାଳୀ ପର୍ଯ୍ୟଟକ ଯାଇପାରିବା ସମ୍ଭବ ହେବ | ଏହି ସ୍ଥାନମାନଙ୍କ ମଧ୍ୟରୁ କେତୋଟି ସ୍ଥାନକୁ ରେଳଯାତ୍ରା ସମ୍ଭବ ନୁହେଁ | ତେଣୁ ସେହିଭଳି ସ୍ଥାନମାନଙ୍କୁ ଯିବା ଓ ଭ୍ରମଣ କରିବା ପାଇଁ ବିଳାସପୂର୍ଣ୍ଣ ଭୋଲଭୋ ବସର ବ୍ୟବସ୍ଥା ହେବ |

ଏହି ଖବର ବାଙ୍ଗାଲୋରରେ ରହୁଥିବା ମୋ ବଡନାତି କୁ କହିଲି ଏବଂ ପଚାରିଲି , " ମନେକର ତୁମର ଜଣେ ଆମେରିକାନ ବନ୍ଧୁ ଭୁବନେଶ୍ୱର ଆସି କୋଣାର୍କ ଯିବା ପାଇଁ ଏହି ବ୍ୟବସ୍ଥା ବ୍ୟବହାର କରିବାକୁ କହିବେ | ତୁମେ କିଭଳି ବ୍ୟବସ୍ଥା କରିବ ?" ସେ କିଛି ସମୟ ଭାବି କହିଲା, " ମୋ ବନ୍ଧୁଙ୍କୁ ଭୁବନେଶ୍ବରରେ ଆମଘରୁ ଭୁବନେଶ୍ୱର ଷ୍ଟେସନକୁ ନେଇ ସେଇ ବିଳାସମୟ ଟ୍ରେନରେ ବସେଇବି ; ଟ୍ରେନରେ ସେ ପଞ୍ଚତାରକା ସୁବିଧା ଉପଭୋଗ କରିବେ ; ଖାଇବେ , ପିଇବେ ; ଟିଭି ଦେଖିବେ ; ଶୋଇବେ ; ସକାଳେ ନିତ୍ୟକର୍ମ ସାରି ବ୍ରେକଫାଷ୍ଟ ଖାଇବେ ; ସକାଳ ଦଶଟା ବେଳକୁ ଷ୍ଟେସନରୁ ଓଲ୍ହେଇ ବିଳାସପୂର୍ଣ୍ଣ ଭୋଲଭୋ ବସରେ ବସି କୋଣାର୍କ ଯିବେ ' ଫେରି ପୁଣି ସେଇ ଟ୍ରେନରେ ରାତ୍ରିଯାପନ କରି ମୋତେ ଫୋନ କରିବେ | ମୋତେ   ବିଜେବି ନଗରରୁ ଷ୍ଟେସନ ପହଂଚିବାକୁ ମାତ୍ର ଦଶ ମିନିଟ ଲାଗିବ ; ତାଙ୍କୁ ଘରକୁ ନେଇଯିବି |"

ମୁଁ କହିଲି ଏମିତି ହେଲେ ବିଳାସପୂର୍ଣ୍ଣ ରେଳଯାତ୍ରା କେମିତି ହେଲା ? ସେ କହିଲା " ଯେହେତୁ ତାର ବହୁତ ପଇସା ଅଛି ଆଉ ବୁଦ୍ଧି କମ ; ସେ ଭାବିବ ସେ ରାତିରେ ଶୋଇଥିବା ବେଳେ ରେଳରେ ବହୁତ ବାଟ ଯାଇଛି ଆଉ ସକାଳେ ଗନ୍ତବ୍ୟ ରେ ପହଂଚି ବସରେ କୋଣାର୍କ ଯାଇଛି |" ମୁଁ ତା' ବୁଦ୍ଧିକୁ ପ୍ରଶଂସା କଲି |

*******

29th June, 2018

No comments:

Post a Comment