Tuesday 26 June 2018

ପାନଖର୍ଚ୍ଚ --- ଏକ ଅଣୁଗଳ୍ପ

 
ଗୋପାଳ ତୃତୀୟଶ୍ରେଣୀ ରେ ପଢୁଥାଏ |  ଦିନେ ସକାଳୁ ତା' ବାପା କଚିରୀ ଯିବାକୁ ତରତର ହଉଥିଲେ | ଗୋପାଳକୁ କହିଲେ ତକାବି ଋଣ  ପାଇଁ ଯାଉଛନ୍ତି | ଗୋପାଳ ଜାଣିଲା ବାପାଂକର ଚାଷ ପାଇଁ ଟଂକା ଦରକାର ଅଛି | ବାପା କଚିରୀ ଯିବାପୁର୍ବରୁ ମା' କୁ କିଛି ପଇସା ଦେବା ପାଇଁ କହିବା ଶୁଣି ଗୋପାଳ ଭାବିଲା ଆମର ତ ପଇସା ଦରକାର , ବାପା ଖର୍ଚ୍ଚ  କରିବା ପାଇଁ ପଇସା କାହିଁକି ନଉଚନ୍ତି | ସେ ବାପାଂକୁ ପଚାରିଲା | ବାପା କହିଲେ ଋଣ  ପାଇଁ ପାନଖର୍ଚ୍ଚ  ଦିଆଯାଏ | ଛୁଆଟା କିଛି ବୁଝି ନପାରି ବାପ ମୁହଁ କୁ ଚାହିଁଲା | ବାପା ହସି ହସି କହିଲେ, ବଡ ହେଲେ ବୁଝିବୁ | ଗୋପାଳ ଟିକେ ବଡ ହେଲା | ଆଉ ପାନଖର୍ଚ କଥା ଉଠୁ ନଥିଲା | ଲୋକେ ଚା ଜଳଖିଆ ଖର୍ଚ୍ଚ  ବିଷୟରେ କହୁଥିଲେ | ଆଜି ସେ ଏଇ କଥା ମନେପକେଇ ଗୋପାଳ ପୁଣି ହସିଲା | କହିଲା ପାଂଚକୋଟି ଟଂକାର ନୁଆ ଦୁଇ ହଜାରିଆ ନୋଟ ପାଇବା ପାଇଁ ଲୋକଟା ବାବୁକୁ ଦୁଇକିଲୋ ସୁନା ଦେଇଛି |
********
(December 13, 2016)

No comments:

Post a Comment