Thursday 28 June 2018

ମେଣ୍ଢା ଖିଆ ବିଚିତ୍ର ଜନ୍ତୁ --- ଅଣୁ ଗଳ୍ପ

   
ଲୋକ ଟେ  ତନ୍ତ୍ରବିଦ୍ୟା ଶିଖୁଥିଳା  | ଫେଲ ହେଲା | ନୂଆ  ଜୀବନ ଯାପନ ପାଇଁ ପ୍ରାୟଶ୍ଚିତ କରିବାକୁ ମନସ୍ଥ କଲା | ପିତଳ ଲୋଟାରେ କୂଅପାଣି ଆଣି ସେଥିରେ ହଳଦୀଗୁଣ୍ଡ ପକେଇ ମନ୍ତୁରାଇ ତା ସ୍ତ୍ରୀ କୁ  ଦେଇ କହିଲା , "ମନ୍ତୁରା ପାଣି ମୋ  ଉପରେ ଢ|ଳ |" ସ୍ବାମୀର ସୁବୁଦ୍ଧି ଫେରି ଆସୁଥିବା ଭାବି ତା ସ୍ତ୍ରୀ  ସଂଗେସଂଗେ ପ୍ରସ୍ତାବରେ ରାଜି ହେଇ ଖସି ମନରେ  ମନ୍ତୁରା ପାଣିକୁ ସ୍ବାମୀ ଦିହରେ ଛିଂଚିଲା ; କିନ୍ତୁ ଶରୀରର ଅନେକ ଅଂଶରେ ଏହା ପଡିଲାନି | ପାଣି ସରିଗଲା | ପାଣି ପଡିଥିବା ଜାଗାରେ ମଣିଷ ଆକାର ରହିଲା ; କିନ୍ତୁ ନ ପଡିଥିବା ଅଂଗମାନ ବିଭିନ୍ନ ଜନ୍ତୁଂକ ଅଂଗ ଭଳି ହେଇଗଲା | ମୁହଁ ସିଂହ ଭଳି ହେଲା; ଆଉ ପାଦ ଦୁଇଟି ଗଧିଆ ପାଦ ଭଳି ହେଇଗଲା | ଭୟରେ ସ୍ତ୍ରୀ  ଚିତ୍କାର କରି ଘର ଦୁଆର କିଳି ଦେବାରୁ ଲାଜ ଓ ଭୟରେ ଏହି ବିଚିତ୍ର ଜୀବଟି ପାଖ ଜଂଗଲରେ ଲୁଚିଲା | ଅଧରାତିରେ ଭୋକଦାଉରୁ ରକ୍ଷା ପାଇବା ପାଇଁ ପାଖ ଗାଁ ଗୁହାଳରୁ ମେଣ୍ଢା  ମାରିବା ଆରମ୍ଭ କଲା | ଏବେ ସେଇ ବିଚିତ୍ର ଜୀବଟି ବୁଲିବୁଲି ନିଆଳି ଅଂଚଳରେ ପହଂଚିଚି |
ଏକ ନିଶ୍ବାସରେ ଏଇ କଥା କହି ଆମ ମେଡ୍ ଆମ ହାଉସକିପର କୁ ପଚାରିଲା " ତୁ କଣ ଏଇ କଥା ଶୁଣିନୁ ? ତୁ ଟିଭି ବି ଦେଖୁନୁ ?"
 ହାଉସକିପର ମାଉସୀ ମେଡ଼ ' ଆଡେ ଚାହିଁ ଖାଲି ଟିକେ ହସିଦେଲା ; ଯୁକ୍ତି କଲାନି |

***********

No comments:

Post a Comment