Wednesday 27 June 2018

ଅଯୋଗ୍ୟ ପୁଅ -- ଏକ ଅଣୁଗଳ୍ପ


ଅନେକ ଦିନ ଧରି ଡାକ୍ତରଖାନାରେ  ରହୁଥିବା ଜଣେ ରୁଗ୍ଣ ବୃଦ୍ଧଙ୍କ  ସ୍ବାସ୍ଥ୍ୟ ଅବସ୍ଥା କରିବାପରେ ଡାକ୍ତର ତାଙ୍କ  ସହିତ କିଛି ସମୟ କଥାବାର୍ତ୍ତା କଲେ | ସବୁଦିନ ଭଳି ସେଦିନ ମଧ୍ୟ ସାନ ପୁଅଟି ବାପାଙ୍କ ଖଟରେ ବସି ବାପାଙ୍କ  ଗୋଡ ମାଲିସ୍ କରୁଥାଏ | ବୃଦ୍ଧ ସେଦିନ କୌଣସି କାରଣରୁ ଭାବାବେଶ ଅବସ୍ଥାରେ ନିଜ ପରିବାର ସମ୍ପର୍କରେ ଡାକ୍ତରଙ୍କୁ କିଛି କହିବା ଆରମ୍ଭ କଲେ | ବିଦେଶରେ ଭଲ କାମରେ ରହି ପ୍ରଚୁର ଅର୍ଥ ଉପାର୍ଜନ କରୁଥିବା ଦୁଇ ପୁଅଂକ ବିଷୟରେ ଅଭିମାନଭରା ସ୍ବରରେ ଡାକ୍ତରଂକୁ କହୁଥିଲେ | ତା'ପରେ ଦୁଃଖରେ ନିଜ ଅଯୋଗ୍ୟ ସାନପୁଅ ବିଷୟରେ କହିଲେ, " ଗୋଟିଏ ଦୁଃଖ ରହିଲା ମୋର ; ସାନ ପୁଅ ହାତରେ ଖଡ଼ା ବି ସିଝିବନି |" ଡାକ୍ତର ସେବାରତ ସାନ ପୁଅଟିର ନିର୍ବିକାର ଭାବ ଦେଖିଲେ ଓ ହସିହସି ବାହାରକୁ ଗଲେ |

********

27th June, 2016

No comments:

Post a Comment