Friday 29 June 2018

କୁଡ଼ିଆରେ ଶୋଇଥିବା ଲୋକର ସପନ


    କେତେଥର ମୁଁ ଭାବେ ସେଇ ଗରିବ ଲୋକଟି ଆମ ରାଜ୍ୟର ଅପହଞ୍ଚ ପାହାଡିଆ ଜାଗାର ଛୋଟ ଗାଁ ରେ ନିଜ କୁଡିଆଘରେ ରାତିରେ ଶୋଇଲା ବେଳେ କଣ ସ୍ବପ୍ନ ଦେଖୁଥିବ | ମୁଁ ମୋ ଦେଖିଥିବା ସ୍ବପ୍ନ ମନେପକାଏ | କେତେଥର ମୁଁ ସ୍ବପ୍ନ ଦେଖିଚି ଯେ ମୁ ଏଆରପୋଟ ରେ ପହଂଚିଲା ବେଳକୁ ମୁଁ ଯେଉଁ ପ୍ଲେନ ରେ ଯାଇଥାନ୍ତି ସେଇଟା ଉଡି ଯାଇଛି ଆଉ ମୁଁ ହତାଶ ହେଇ ଘରକୁ ଫେରିଛି | କେତେଥର ଭୋଜି ଖାଉଥିବା ସ୍ବପ୍ନ ମଧ୍ୟ ଦେଖିଚି | ଥରେ ମୋ ସାଙ୍ଗ କୋନ ବନେଗା କରୋଡ ପତି ଖେଳ ଅମିତାଭ ବଚନ ମହାଶୟଙ୍କ ସହିତ ଖେଳୁଥିବା ସ୍ବପ୍ନ ମଧ୍ୟ ଦେଖିଚି | କିନ୍ତୁ ସେଇ ଗରିବ ଲୋକଟି କି ସ୍ବପ୍ନ ଦେଖୁଥିବ ? ବୋଧହୁଏ, ସେ ଦିନେ ଦେଖିଥିବ ତା ଧାନ ହାତୀ ଖାଇ ଯାଇଛି ; ଆଉଦିନେ ତା ସ୍ୱପ୍ନରେ ସେ ସାହୁକାରର ନାଲି ଆଖି ଦେଖିଥିବ ; ହୁଏତ ଦିନେ ଦେଖିଥିବ ଯେ ସେ ଟଙ୍କା ଦେଲାପରେ ବି ପକା ଘର ପାଇବା ପାଇଁ ବାବୁ ତା ନା ଲେଖିଲେନି | ଯେହେତୁ ସେ ଗରିବ ; ତା ସପନ ବି ସେମିତି ଦୁର୍ବଳ ହିଁ ହବ | ଯେ ଗରିବ ବା ଦୁଃଖୀ ; ସପନରେ ବି କେତୋଟି କ୍ଷଣ ହସିବା ତା ଭାଗ୍ୟରେ ନାହିଁ |

********** 

No comments:

Post a Comment