Tuesday 26 June 2018

କୁକୁଡ଼ା କଲିଜା --- ଏକ ଅଣୁ ଗଳ୍ପ


ଜଣେ ସ୍ବାଭିମାନୀ ବନ୍ଧୁ କିଛିଦିନ ତଳେ ଜଣେ ରାଜନେତାଂକ "କୁକୁଡା କଲିଜା" ସମ୍ପର୍କରେ ଉଲ୍ଲେଖ କରିଥିଲେ | ସତରେ, ଅନେକ ନେତା ଏବେ ନା ନେତୃତ୍ବ ପ୍ରଦର୍ଶନ କରୁଛନ୍ତି ନା ଦିଗଦର୍ଶନ ଦେଉଛନ୍ତି | ନିଜ ସ୍ବାର୍ଥ ଲାଗି ଜନସ୍ବାର୍ଥ ବିଷୟ ଚିନ୍ତା ବି କରୁ ନାହାନ୍ତି | ସେମିତି ଲୋକ ଗୁଡାଂକର ପ୍ରକୃତରେ ନା କଲିଜା ଅଛି ନା ହୃଦୟ | ମାନ ହ୍ରାସ ଆଜି କେବଳ ସେଇ ତଥାକଥିତ ନେତାମାନଂକ ପାଖରେ ସୀମିତ ରହୁନି ; ଏହାର ପ୍ରଭାବ ଆଜି ସବୁ ଆଡେ ଦେଖିବାକୁ ମିଳୁଚି | ଏମିତିକି,  ଅନେକ ଦ୍ରବ୍ୟର ମଧ୍ୟ ମାନ ହ୍ରାସ ହେଇଥିବା ଆଜିକାଲି ର  ଏକ ଦୈନନ୍ଦିନ ଅନୁଭୂତି | ଧନୁମୁଆଁ କଥା ଦେଖୁ ନାହାନ୍ତି | ଚାଳିଶ ବର୍ଷ ତଳେ ଧନୁମୁଆଁ କେତେ ଟାଣ ଥିଲା !! ଆମ ଘରେ ଥରେ ଅଖଣ୍ଡ ରାମାୟଣ ବୋଲା ହେଲା | ଜଣାଶୁଣା କେତେ ଜଣ ବ୍ରାହ୍ମଣ ସୁନ୍ଦର ଲୟ ରେ ତୁଳସୀଦାସଂକର ରାମାୟଣ ଆବୃତି କରୁଥିଲେ | ତାଂକ ଭିତରୁ ଜଣେ ଯୁବକ ବ୍ରାହ୍ମଣ ସକାଳେ ଜଳଖିଆ ସାରି ଆବୃତି କରିବା ପାଇଁ ପ୍ରସ୍ତୁତ ହେଉଥିଲେ ; କିନ୍ତୁ ତାଂକ ଖିଆ ସରୁ ନଥିଲା | ପରଟା ତରକାରି ତ ଠିକ୍ ସମୟରେ ସରିଗଲା ; କିନ୍ତୁ ତାଂକୁ ଯେଉଁ ଖଣ୍ଡେ ଧନୁ ମୁଆଁ ଦିଆ ଯାଇଥିଲା, ସେ ତାକୁ ଦାନ୍ତରେ ନା ଭାଂଗି ପାରୁଥିଲେ ନା ତା ସୁଆଦ ଛାଡି ଉଠି ପାରୁଥିଲେ | ଯୁବକ ଜଣକ କୁମାୟୁନ  ଅଂଚଳର | ସେଆଡେ ଏମିତି ମୁଆଁ ସେ ଖାଇ ନଥିଲେ | ତାଂକ ଅବସ୍ଥା ଦେଖି ତାଂକୁ ଗରମ କ୍ଷୀର  ଦିଆ ଗଲା; ମୁଆଁ କୁ ସେଥିରେ ବୁଡେଇ ନରମ କରି ଖାଇବାକୁ କୁହାଗଲା | ସେ ସେଇଆ କଲେ | ଆଉ ଏବେ ସେମିତି ମୁଆଁ କାହିଁ ?

ଆମ ଧନୁମୁଆଁ କଣ ଆଉ ମୋଟେ ଟାଣ ହବନି ?

(15th December, 2016)

********** 

No comments:

Post a Comment