Friday 29 June 2018

ପ୍ରଶାସକଙ୍କ ଆବାସରେ ଗୋବର ମାଡ


ଗୋବର ଆକ୍ରମଣ ଘଟଣା ନିଶ୍ଚୟ ନିନ୍ଦନୀୟ ଏବଂ ଏସମ୍ପର୍କରେ ଆଇନ ତା ବାଟରେ ଯାଉ | କିନ୍ତୁ ଯେଉଁ ଭାବରେ ଶାସକ ଦଳ ଏବଂ ବିଭିନ୍ନ ସର୍ଭିସ ଆସୋସିଏସନ ମାନଙ୍କ ପକ୍ଷରୁ ପ୍ରତିବାଦ ହେଲା ଏଥିରୁ ସ୍ପଷ୍ଟ ଯେ କେତେକ ରାଜନୈତିକ ଶକ୍ତି ଯେଉଁ ଗମ୍ଭୀର ପ୍ରଶ୍ନ ଉତଥାପାନ କରିଥିଲେ ତାହା ଏହି ଗୋଷ୍ଠୀଙ୍କୁ ଉତ୍ତେଜନା ପ୍ରବଣ କରିଛି | ଅସଂପୃକ୍ତ କେତେଜଣ ମଧ୍ୟ ସେମାନଙ୍କ ସହ ଚାଲିବା ପସନ୍ଦ କରୁଛନ୍ତି | ମୂଳ ପ୍ରଶ୍ନ ଥିଲା ପ୍ରଶାସନିକ ଅଧିକାରୀଙ୍କ ନିରପେକ୍ଷତା ସମ୍ପର୍କରେ | ଗୋଟିଏ ସ୍ପର୍ଶକାତର , ଗୁରୁତ୍ୱପୂର୍ଣ ପଦବୀରେ ଅବସ୍ଥାପିତ ଜନୈକ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିଲା ; ଏବଂ ସ୍ପଷ୍ଟ ଭାବରେ କୁହାଗଲା,  " ସରକାରୀ କର୍ମଚାରୀ ଭାବରେ ସେ ରାଜନୈତିକ କାର୍ଯ୍ୟରେ ଲିପ୍ତ ନ ହୁଅନ୍ତୁ ; ଯଦି ଅନିବାର୍ଯ୍ୟ ପରିସ୍ଥିତି ଦୃଷ୍ଟିରୁ ସେ ସେହି କାମ କରିବା ଆବଶ୍ୟକ ତେବେ ସେ ଚାକିରିରୁ ଇସ୍ତଫାଦେଇ ରାଜନୈତିକ କାମ କରନ୍ତୁ |"

 ଏହି ଦର୍ଶନ ଗ୍ରହଣୀୟ | ଆମ ବ୍ୟବସ୍ଥା ସରକାରୀ କର୍ମଚାରୀଙ୍କ ନିରପେକ୍ଷତା ଉପରେ ନିର୍ଭରଶୀଳ | ଯଦି କ୍ଷମତାଶୀନ ରାଜନୈତିକ ଶକ୍ତି ଏହା ଗ୍ରହଣ କରିବା ମାନସିକତା ପ୍ରଦର୍ଶନ ନକରେ, ତାହାହେଲେ ସରକାରୀ କର୍ମଚାରୀମାନେ ରାଜନୈତିକ କର୍ମୀ ହୋଇଯିବେ | ପ୍ରାୟ ଅଠର ବର୍ଷରେ ଏହି ପ୍ରଶ୍ନ ଏତେ ତୀବ୍ର ରୂପରେ ପ୍ରକାଶିତ ହୋଇ ନଥିଲା | ଆଜି ଏହି ପ୍ରଶ୍ନ ଉଠିଥିବା ଶୁଭଙ୍କର ମନେହୁଏ | ଏବଂ ଏହି ପ୍ରସଙ୍ଗ ଅମିମାଂସିତ ନରହୁ |

ଅନୁଭବୀ ଦାମୋଦର ରାଉତ ଯେଉଁ ପ୍ରସ୍ତାବ ଆଗତ କରିଛନ୍ତି ତାହା ତାଙ୍କ ଦଳରେ ଗମ୍ଭୀରତା ସହ ବିଚାର କରାଯାଉ | ଗଣତନ୍ତ୍ରରେ ଆଜି କ୍ଷମତାରେ ଥିବା ଦଳ କାଲି ବିରୋଧୀ ଆସନରେ ରହିବା ସମ୍ଭାବନା ରହିଛି ; କାଲି ସରକାରୀ କର୍ମଚାରୀ ସେମାନଙ୍କୁ ନ କୁହନ୍ତୁ ଯେ ସେମାନେ ତାଙ୍କ ଲୋକ ନୁହନ୍ତି ; ଅନ୍ୟ ଦଳର | ସରକାରୀ କଳର ରାଜନୀତିକରଣ ସମାଜର ପ୍ରଭୂତ କ୍ଷତି କରିଥାଏ | ଏହା ସମସ୍ତେ ବୁଝିବା ଆବଶ୍ୟକ |

*******
12th February, 2018

No comments:

Post a Comment